1. କୃଷି ବିଶ୍ବକୋଷ

ଖରିଫ ଫସଲ : ଜାଣନ୍ତୁ କପରି କରିବେ ଖସଡା ପ୍ରସ୍ତୁତି ?

ମାଗଣା ମାଟି ପରୀକ୍ଷା ଠାରୁ ଆରମ୍ଭ କରି ଋଣ ପର୍ଯ୍ୟନ୍ତ ପ୍ରଦାନ କରୁଛନ୍ତି ସରକାର

Tanushree Mahapatra
Tanushree Mahapatra
make profit in kharif farming, image source - pixeles

make profit in kharif farming, image source - pixeles

କୃଷି ବିଭିନ୍ନ ଋତୁରେ ହୋଇଥାଏ l ଚାଷୀ ଦିନ ରାତି ପରିଶ୍ରମ କରି ଚାଷଜମିରୁ ଅମଳ ବାହାର କରି ବଜାରରେ ବିକ୍ରି କରିଥାନ୍ତି l ବେଳେବେଳେ ପାଣିପାଗ ସଠିକ ନ ଥିବା ଯୋଗୁଁ ଚାଷୀର ଚାଷ ମଧ୍ୟ ନଷ୍ଟ ହୋଇଯାଏ l ସେଥିପାଇଁ ଆବଶ୍ୟକ ହୋଇଥାଏ ସଠିକ ଖସଡ଼ା l କୃଷି କ୍ଷେତ୍ରରୁ ଆୟ ପାଇବା ନିମନ୍ତେ ଯୋଜନାର ଆବଶ୍ୟକତା ରହିଛି ଯାହା ସରକାର ଯୋଗାଇ ଦେଉଛନ୍ତି ମଧ୍ୟ ।

ସରକାରୀ ଯୋଜନାରେ ମାଗଣା ମାଟି ପରୀକ୍ଷା ଠାରୁ ଆରମ୍ଭ କରି ଋଣ ପର୍ଯ୍ୟନ୍ତ ପ୍ରଦାନ କରୁଛନ୍ତି ସରକାର l ସମ୍ବଳ, ବଜାର ସୁବିଧା, ଜଳବାୟୁ, ଜମିର ପ୍ରକାର ଦେଖି ଚାଷୀ ଚାଷ ପାଇଁ ଯୋଜନା କରିବା ଆବଶ୍ୟକ । ଏହି ଆର୍ଟିକଲରେ  ଖରିଫ ଚାଷ ପାଇଁ କ'ଣ ଫସଲ ଯୋଜନା କରିବେ ସେ ବିଷୟରେ ଆଲୋଚନା ହୋଇଛି । ଚାଷ କରିବା ପୂର୍ବରୁ ପାଣିପାଗ ସୂଚନା ମଧ୍ୟ ସଠିକ ଭାବେ ଚାଷୀଙ୍କ ପାଖରେ ରହିବା ଆବଶ୍ୟକ l

ଫସଲ ଖସଡା

ଚାଷୀ ପ୍ରଥମେ ଜାଣିବା ଆବଶ୍ୟକ ତାଙ୍କ ଜମିର କିସମ କଣ l ଜଳସେଚନ ସୁବିଧା ଅନୁସାରେ ଏବଂ ଆର୍ଥିକ ସୁବିଧା ଅନୁଯାୟୀ ଫସଲ ଖସଡା ପ୍ରସ୍ତୁତ କରନ୍ତୁ । ବିଶେଷ କରି ଯଦି ଆପଣଙ୍କର ଢିପ ଜମି ଅଛି ତେବେ ସେହି ଜମିରେ ଆପଣ ମୁଗ, ବିରି, ହରଡ, ମକା, ମାଣ୍ଡିଆ, ଚିନାବାଦାମ, ପନିପରିବା ଫସଲ କଲେ ଅଧିକା ଲାଭ ମିଳିଥାଏ । କାରଣ ଏହି ଜମିରେ ଧାନ ସଠିକ ହୋଇନଥାଏ l ଏହାବ୍ୟତୀତ ଆପଣ ହରଡ ଡାଲି ସହିତ ମାଣ୍ଡିଆ, ହରଡ ଡାଲି ସହିତ ଧାନ, ମକା ସହିତ ଚିନାବାଦାମ ମିଶ୍ରିତ ଚାଷ କଲେ ଅଧିକ ଲାଭ ମିଳିପାରିବ। ରବିଋତୁରେ ଆପଣ ଏହିଭଳି ଜମିରେ ସୋରିଷ, ଚିନାବାଦାମ, ମୁଗ ଡାଲି , ବିରି ଡାଲି , ଆଳୁ ଏବଂ ପନିପରିବା ଜାତୀୟ ଫସଲ କରିବା ସୁବିଧାଜନକ ।

ମାଟି ପରୀକ୍ଷା

ମାଟି ପରୀକ୍ଷା କରିବା ନିହାତି ଆବଶ୍ୟକ ଚାଷ ପୂର୍ବରୁ l ଅଧିକ ଅମଳ ପାଇବାକୁ ହେଲେ ଫସଲ ଜମିରେ ସଠିକ ପରିମାଣ ଖତ ଏବଂ ସାର ପ୍ରୟୋଗ କରିବା ଆବଶ୍ୟକ । ଫସଲ କରିବା ଆଗରୁ ଆପଣ ମାଟି ପରୀକ୍ଷା କରି ଜମିରେ କେତେ ଯବକ୍ଷାରଜାନ, ପଟାସ ଓ ଫସଫରସ୍ ପରିମାଣ କେତେ ରହିଛି ତାହା ଜାଣିବା ଦରକାର l ସେ କଥା ଜାଣିଲେ ସେହି ଅନୁଯାୟୀ ଆପଣ ସାର ପ୍ରୟୋଗ କରିବାରେ ସୁବିଧାଜନକ ହୋଇପାରିବ । ତେଣୁ ପ୍ରଥମେ ନମୁନା ମାଟି ପରୀକ୍ଷାଗାରକୁ ପଠାନ୍ତୁ । କୃଷି ବିଜ୍ଞାନ କେନ୍ଦ୍ର ସହିତ ଯୋଗାଯୋଗ କଲେ ଆପଣ ସଠିକ ଯାଞ୍ଚ କରିପାରିବେ l

ଖରିଫ ଋତୁରେ ଫଳଗଛ

ଖରିଫ ଋତୁରେ ଫଳ ଚାଷରୁ ଅଧିକ ଲାଭ ମିଳିପାରିବ ଜଣେ ଚାଷୀକୁ । ଫଳଗଛ ଲଗାଇବାକୁ ଈଛା ଥିବା ଚାଷୀ ମାଟି ପରୀକ୍ଷା ପରେ ଗାତଖୋଳା କାମ ଆରମ୍ଭ କରିବା ଆବଶ୍ୟକ । ନଡ଼ିଆ , ଆମ୍ବ, କଦଳୀ, ସେପେଟା, ପିଜୁଳି, ସପୁରୀ ଏବଂ ଅମୃତଭଣ୍ଡା ଭଳି ଫଳ ପାଇଁ ଚାରା ସଂଗ୍ରହ କରନ୍ତୁ ।  ଉଦ୍ୟାନ ବିଭାଗ ସହିତ ଯୋଗାଯୋଗ କରି ଅମଳକ୍ଷମ ଚାରାଗଛ ସଂଗ୍ରହ କରନ୍ତୁ ଯାହା ଅଧିକ ଅମଳ ଦେବ ଆପଣଙ୍କୁ । ପନିପରିବା ଚାଷ ମଧ୍ୟ ଏହି ଋତୁରେ କରିପାରିବେ । ଧାନ ଚାଷ ଏହି ସମୟରେ ଅଧିକ ହେଉ ନଥିବାବେଳେ ଜଣେ ଚାଷୀ ବିକଳ୍ପ ଫସଲ ଭାବରେ ପନିପରିବା କିମ୍ବା ଫଳ ଚାଷ କଲେ ଅଧିକ ଲାଭ ପାଇବେ । ଖରିଫ ଚାଷରେ ରୋଗପୋକ ମଧ୍ୟ ଦେଖିବାକୁ ମିଳେ l ତେବେ ଏହା ନିର୍ଭର କରେ ଆପଣ କେଉଁ ଚାଷ କରୁଛନ୍ତି l ଫଳ କିମ୍ବା ପନିପରିବା ଚାଷ କରୁଥିବା ସମୟରେ ରୋଗପୋକ ଦମନ ପାଇଁ ନିକଟରେ ଥିବା କୃଷି ବିଭାଗ କିମ୍ବା କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ l

ଅଧିକ ପଢ଼ନ୍ତୁ

Kisan Credit Card: ସରକାରଙ୍କ ବଡ଼ ଘୋଷଣା! ସହଜରେ ମିଳିବ ଲୋନ

Health: ଏହି ସବୁ ଖରାପ ଅଭ୍ୟାସ ଯୋଗୁଁ କମୁଛି ଜୀବନକାଳ, ଶୀଘ୍ର ଦେଖାଯିବେ ବୁଢ଼ା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments