1. କୃଷି ବିଶ୍ବକୋଷ

କିପରି କରିବେ କଦୋ ବା କୋଦ ଚାଷ ? ଆସନ୍ତୁ ଜାଣିବା….

ଯୋଉଁ ଅଞ୍ଚଳରେ ନିୟମିତ ବର୍ଷା ହୁଏ ନାହିଁ, ସେହି ସ୍ଥାନରେ ଏହି ଫସଲ ସହଜରେ ଚାଷ କରାଯାଇପାରେ । ୪୦୦-୫୦୦ ମି.ମି. ବର୍ଷା ଏହି ଫସଲ ପାଇଁ ଆବଶ୍ୟକ ପଡ଼ିଥାଏ। ସନ୍ତସନ୍ତିଆ ପାଣି ଜମି ରହୁଥିବା ଜମିରେ ଏହା ଚାଷ ହୋଇପାରେ ନାହିଁ ।

Tanushree Mahapatra
Tanushree Mahapatra
Make profit in Kodo Millet farming

Make profit in Kodo Millet farming

କୋଦ (Kodo Millet) ଛୋଟଦାନା ଯୁକ୍ତ ଏକ ପୌଷ୍ଟ ଶସ୍ୟ ଅଟେ । ପ୍ରାୟ ୩୦୦୦ ବର୍ଷ ପୂର୍ବରୁ ଏହି ଚାଷ ଭାରତରେ କରାହୋଇ ଆସୁଅଛି । ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଏହା ଚାଷ ହୋଇଥାଏ । ୧୦୦ ଗ୍ରାମ ଶସ୍ୟରେ  ପୁଷ୍ଟିସାର  ୮.୩ ଗ୍ରାମ ,ଶ୍ଵେତସାର ୬୫.୯ ଗ୍ରାମ , ସ୍ନେହସାର ୧.୪ ଗ୍ରାମ ,ଖାଦ୍ୟ ଜାତୀୟ ତନ୍ତୁ ୧୫.୦ ଗ୍ରାମ ,ଖଣିଜ ଲବଣ  ୨.୬ ଗ୍ରାମ କ୍ୟାଲସିୟମ ୨୭ ମି.ଗ୍ରା. ଓ ଫସଫରସ ୧ ୮ ୮ ମି.ଗ୍ରା. ଖାଦ୍ୟଗୁଣ ରହିଥାଏ । ଏହାର ଦାନା ମଧୁମେହ ରୋଗୀଙ୍କ ପାଇଁ ଉତ୍ତମ ଖାଦ୍ୟ ଅଟେ ।

ଜଳବାୟୁ :- ଏହା ସାଧାରଣତଃ ଉଷ୍ମମଣ୍ଡଳୀୟ ଫସଲ ଅଟେ । ଏହା ମରୁଡ଼ି ସହିପାରେ । ଯୋଉଁ ଅଞ୍ଚଳରେ ନିୟମିତ ବର୍ଷା ହୁଏ ନାହିଁ, ସେହି ସ୍ଥାନରେ ଏହି ଫସଲ ସହଜରେ ଚାଷ କରାଯାଇପାରେ । ୪୦୦-୫୦୦ ମି.ମି. ବର୍ଷା ଏହି ଫସଲ ପାଇଁ ଆବଶ୍ୟକ ପଡ଼ିଥାଏ। ସନ୍ତସନ୍ତିଆ ପାଣି ଜମି ରହୁଥିବା ଜମିରେ ଏହା ଚାଷ ହୋଇପାରେ ନାହିଁ ।

ବିହନ କିସମ :-

କିସମ

ଅମଳ ଅବଧୂ (ଦିନ)

ଫୁଲବIଣୀ ଲୋକାଲ

୧୦୦-୧୦୫

VI - 129

୮୦-୮୫

VL - 184

୮୦-୮୫

ICK-7112

୧୦୦-୧୧୫

GPUK-3

୧୦୦-୧୦୫

TNU - 86

୧୧୦

RK-390-25

୧୧୦

RBK - 155

୧୧୫

JK - 13

୧୧୦

JK- 48

୧୧୫

 

ଲଗାଇବା ସମୟ :- ଜୁନ ମଧ୍ୟ ଭାଗରୁ ଜୁଲାଇ ମଧ୍ୟ ଭାଗ ମୌସୁମୀ ବର୍ଷା ଆରମ୍ଭ ସମୟରେ ବିହନ ବୁଣିବା ଆବଶ୍ୟକ ଅଟେ ।

ବିହନ ପରିମାଣ :- ୪କି.ଗ୍ରା. | ଏକର (ଧାଡ଼ିବୁଣା)

                          ୬ କି.ଗ୍ରା. | ଏକର (ଛଟାବୁଣା)

ବିହନ ଉପଚାର:- କି.ଗ୍ରା. ପ୍ରତି ୨୦ ଗ୍ରାମ ଏଜୋଟୋବ୍ୟାକ୍ଟର ଓ ଫସଫୋବ୍ୟାକ୍ଟର ଉପସ୍ତର କରି ବୁଣିଲେ ଭଲ ହୋଇଥାଏ ।

ଜମି ପ୍ରସ୍ତୁତି ବିହନ ବୁଣା:-

ଏହାର ମଂଜି କ୍ଷୁଦ୍ର ହୋଇଥିବାରୁ ପ୍ରଥମ ମୌସୁମୀ ବର୍ଷା ପାଇବା ପରେ ଗଭୀରିଆ ଗୁଣ୍ଡ ଚାଷ କରନ୍ତୁ । ମାଟିର ଜଳଧାରଣ ଶକ୍ତି ବଢ଼ାଇବା ପାଇଁ ଏକର ପ୍ରତି ପ୍ରାୟ ୮ କ୍ୟୁଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ। ଗଡ଼ାଣୀର ବିପରିତ ଦିଗରେ ଧାଡ଼ିକୁ ଧାଡ଼ି ୨୨.୫ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ଲଗାଇ ମାଟି ଘୋଡ଼ାଇ ଦିଅନ୍ତୁ । ବର୍ଗମିଟର ପ୍ରତି ଗଛ ସଂଖ୍ୟା ୪୪ ରୁ ୪୫ଟି ।

ସାର ପ୍ରୟୋଗ:-

ସମୟ

ଯବକ୍ଷାରଜାନ(N)

ଫସଫରସ(P)

 ପୋଟାସ (K)

ଲଗାଇବା ପୂର୍ବରୁ

ଲଗାଇବାର ୩୫-୪୦ ଦିନରେ

 

0

ଘାସ ନିୟନ୍ତ୍ରଣ  :  ବିହନ ଲଗାଇବାର ୨୦ ଦିନରେ ଓ ୩୦ ଦିନରେ ହାତରେ ଘାସ ବାଛି ଜମିକୁ ପରିଷ୍କାର କରନ୍ତୁ ।

ଅନ୍ତଃ ଫସଲ ବା ମିଶ୍ରିତ ଫସଲ  : ଏହାକୁ ଏକକ ଫସଲ କିମ୍ବା ମିଶ୍ରିତ ଫସଲ ଭାବେ ଚାଷ କରାଯାଇପାରେ ।

କୋଦୋ - ହରଡ ୨ :୧  କିମ୍ବା କୋଦୋ -  ମୁଗ  ୨ :୧  କିମ୍ବା କୋଦୋ - ସୋୟାଵିନ  ୨ :୧  ଅନୁପାତରେ ଲଗାଯାଇପାରେ ।

ପୋକ ନିୟନ୍ତ୍ରଣ : କାଣ୍ଡମାଛି ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ ୫ ମି ଲି ୧୫୦୦ ପି ପି ଏମ ଅଜାଡିରାକ୍ଟିନ୍ ଥିବା ନିମ୍ବ ଔଷଧ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ରୋଗ ପରିଚାଳନା : ସ୍ମଟ ରୋଗ ର  ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ରେ ୨ ଗ୍ରାମ କାର୍ବେଣ୍ଡାଜିମ ୫୦ % ଡବ୍ଲ୍ୟୁ ପି କିମ୍ବା ୧ . ୫ ଗ୍ରାମ କାର୍ବେଣ୍ଡାଜିମ  ୧୨ %+ ମାନକୋଜେବ ୬୩ % ଡବ୍ଲ୍ୟୁ ପି  ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ଅମଳ :- ୩.୫ ରୁ ୪ କ୍ବିଣ୍ଟାଲ / ଏକର ।

ବିପିନ କୁମାର ପ୍ରଧାନ

ଉପନିର୍ଦେଶକ ସମ୍ପ୍ରସାରଣ (ୟୁ.ଇ.ବି .ପି )

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର - ୭୫୧୦୦୩

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ