
make profit in water apple farming , image source - pexels
ଜାମୁରୋଳ ଏକ ପ୍ରକାର ଫଳ l ଯାହା ଦେଖିବାକୁ ଖୁବ ସୁନ୍ଦର l ପ୍ରାୟତଃ ହାଲୁକା ସବୁଜ , ଧଳା ଓ ନାଲି ରଙ୍ଗର ଏହି ଫଳ ବଜାରରେ ଉପଲବ୍ଧ ହୋଇଥାଏ l ଜାମୁରୋଳ ଖାଇବାକୁ ମିଠା l ବିଭିନ୍ନ ପୂଜାରେ ଏହାକୁ ଭୋଗ ଲାଗି କରିବା ପାଇଁ ବ୍ୟବହାର କରନ୍ତି l ଏଥିରେ ପ୍ରୋଟିନ ତତ୍ତ୍ୱ ଅଧିକ ରହୁଥିବାରୁ ସ୍ୱାସ୍ଥ୍ୟ ପାଇଁ ଜାମୁରୋଳ ଖୁବ ଉପକାରୀ l ତେବେ ବର୍ତ୍ତମାନ ଜାମୁରୋଳ ଚାଷ କରି ଚାଷୀ ଦୁଇ ପଇସା ରୋଜଗାର କରୁଛନ୍ତି l ଜାମୁରୋଳ ଚାଷ କରିବା ପାଇଁ ଉନ୍ନତ କିସମ ଚାଷୀ ବ୍ୟବହାର କରୁଛନ୍ତି l ତେବେ ଏହି ଆର୍ଟିକଲ ଆସନ୍ତୁ ଜାଣିବା ଜାମୁରୋଳ ଚାଷ କିପରି କରିହେବ...
ଜଳବାୟୁ
ଜାମୁରୋଳ ହେଉଛି ଗ୍ରୀଷ୍ମମଣ୍ଡଳୀୟ ଫଳ l ବାର୍ଷିକ ଭଲ ବର୍ଷା ହେଉଥିବା ସ୍ଥାନରେ ଏହି ଚାଷ ଭଲ ହୁଏ l ସମୁଦ୍ର ପତ୍ତନ ଠାରୁ ୬୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହି ଚାଷ ଭଲ ଭାବେ କରିହୋଇଥାଏ l
ମୃତ୍ତିକା
ଅଧିକାଂଶ ମାଟିରେ ଜାମୁରୋଳ ଚାଷ ହୋଇପାରିବ l ସନ୍ତସନ୍ତିଆ ମାଟିରେ ଏହି ଗଛ ଭଲ ଭାବରେ ବଢିପାରେ ନାହିଁ l ନିଗିଡ଼ା ଦୋରସା ମାଟିରେ ସାର ବ୍ୟବହାର ନ କରି ମଧ୍ୟ ଏହି ଚାଷ ଭଲ କରି ହୁଏ l ଏହା ସହିତ ଭଲ ଅମଳ ମଧ୍ୟ ପ୍ରଦାନ କରେ l
ବଂଶବିସ୍ତାର
ଜାମୁରୋଳ ଗଛ ବଂଶବିସ୍ତାର କରିବା ପାଇଁ ବିହନ କିମ୍ବା ଗୁଟି କଲମୀ ଆବଶ୍ୟକ ହୋଇଥାଏ l ଜାମୁରୋଳ ଗଛ ଅନେକ ବର୍ଷ ପର୍ଯ୍ୟନ୍ତ ଫଳ ଦେଇଥାଏ l
ରୋପଣ ପ୍ରକ୍ରିୟା
ଜୁନ - ଜୁଲାଇ ଓ ସେପ୍ଟେମ୍ବର - ଅକ୍ଟୋବର ମାସରେ ଜାମୁରୋଳ ଗଛ ଲଗାଯାଇପାରିବ l ପ୍ରତି ଜାମୁରୋଳ ଗଛ ମଧ୍ୟରେ ୭ ରୁ ୮ ମି ଦୂରତା ରଖନ୍ତୁ l ଗଛ ଲଗାଇବା ପାଇଁ ୬୦ ସେ.ମି ଗଭୀର ଗତ କରନ୍ତୁ l ଗଛ ଲଗାଇବା ପୂର୍ବରୁ ଖୋଳା ହୋଇଥିବା ଗାତରେ ଜୈବିକ ସାର ବ୍ୟବହାର କରନ୍ତୁ l ଜୈବିକ ସାର ବ୍ୟବହାର କରିବା ଦ୍ୱାରା ଭଲ ଅମଳ ଆସିବା ସହିତ ଫଳ ଉନ୍ନତ ସ୍ୱାଦଯୁକ୍ତ ହୋଇପାରିବ l ଜାମୁରୋଳ ଗଛରେ ଅଧିକ ସାର ଦେବା ଆବଶ୍ୟକ ନାହିଁ l କିନ୍ତୁ ପ୍ରତି ବର୍ଷ ଖତ ଓ ଜୈବିକ ସାର ଦେବା ଆବଶ୍ୟକ l
ଜଳସେଚନ
ଯେ କୌଣସି ଫସଲରେ ଜଳର ମୁଖ୍ୟ ଭୂମିକା ରହିଛି l ଗଛ ଲଗାଇବାର ପ୍ରଥମ ବର୍ଷ ଗଛ ଜଳ ଆବଶ୍ୟକ କରେ l ଏହି ସମୟରେ ଗଛକୁ ଉଚିତ ସମୟରେ ଜଳସେଚନ ଆବଶ୍ୟକ କରେ l ଗଛ ଠାରେ ଭଲ ଭାବରେ ବଢ଼ିଗଲା ପରେ ଏହାପରେ ସମ୍ପୂର୍ଣ୍ଣ ବର୍ଷା ଜଳ ଉପରେ ନିର୍ଭର କରିଥାଏ l ତେବେ ଯେଉଁ ବର୍ଷ ଭଲ ବର୍ଷା ହୋଇନଥାଏ ସେହି ବର୍ଷ ଜଳ ଆବଶ୍ୟକ କରେ l
ଅମଳ
ଜାମୁରୋଳ ଗଛରେ ବସନ୍ତ ଋତୁରେ ଫୁଲ ଆସିଥାଏ ଏବଂ ଗ୍ରୀଷ୍ମ ଋତୁରେ ଫଳ ଅମଳ ହେବା ପାଇଁ ପ୍ରସ୍ତୁତ ହୋଇଥାଏ l ଫଳ ଗୁଡ଼ିକ ଦେଖିବାକୁ ଖୁବ ସୁନ୍ଦର l ସୁନ୍ଦର ଯୁକ୍ତ ହୋଇଥାଏ ଫଳ ଏବଂ ସ୍ପଞ୍ଜ ପରି ଅନୁଭବ ହୋଇଥାଏ ଭିତର ଅଂଶ l ଜାମୁରୋଳ ଗଛ ବର୍ଷକୁ ୩୦ କି.ଗ୍ରା ଫଳ ପ୍ରଦାନ କରେ l ସ୍ଥାନୀୟ କୃଷି ବିଭାଗ ମାଧ୍ୟମରେ ଜଣେ ଚାଷୀ ଏହି ଚାଷ ଆରମ୍ଭ କରି ପାରିବ l
Read more
ଗରମକୁ ପରାସ୍ତ କରନ୍ତୁ, ସୁସ୍ଥ ହୁଅନ୍ତୁ: ଔଷଧି ଏବଂ ମସଲା ସହ ଥଣ୍ଡା ରହିବାର ଘରୋଇ ଉପଚାର
Share your comments