1. କୃଷି ବିଶ୍ବକୋଷ

ମାଣ୍ଡିଆ ଚାଷ ଦେଲା ରାଜ୍ୟକୁ ସ୍ୱତନ୍ତ୍ର ପରିଚୟ

ମାଣ୍ଡିଆ କହିଲେ ବହୁତ କାମ ଲୋକ ଏହାର ଅର୍ଥ ବୁଝୁଥିଲେ l କିନ୍ତୁ ଏବେ ଏହି ମାଣ୍ଡିଆ ରାଜ୍ୟ କୁ ପରିଚୟ ଦେବା ସହିତ ଦେଶ ବିଦେଶରେ ନିଜ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି l ମାଣ୍ଡିଆ ଗାଁ ରୁ ଏବେ ବିଦେଶରେ ପହଞ୍ଚି ସାରିଛି l ଏବେ ପୁରା ଦେଶ ପାଳୁଛି 2023 ବର୍ଷ କୁ ମିଲେଟ ବର୍ଷ ଭାବେ l ଏହା ଏପରି ଏକ ଚାଷ ଶୁଷ୍କ ମାଟିରେ ମଧ୍ୟ ହୋଇପାରିବ l

Tanushree Mahapatra
Tanushree Mahapatra
Mandia farming in odisha

Mandia farming in odisha

ମାଣ୍ଡିଆ ( mandia )  କହିଲେ ବହୁତ କାମ ଲୋକ ଏହାର ଅର୍ଥ ବୁଝୁଥିଲେ l କିନ୍ତୁ ଏବେ ଏହି ମାଣ୍ଡିଆ ରାଜ୍ୟ କୁ ପରିଚୟ ଦେବା ସହିତ ଦେଶ ବିଦେଶରେ ନିଜ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି l ମାଣ୍ଡିଆ ଗାଁ ରୁ ଏବେ ବିଦେଶରେ ପହଞ୍ଚି ସାରିଛି l ଏବେ ପୁରା ଦେଶ ପାଳୁଛି 2023 ବର୍ଷ କୁ ମିଲେଟ ବର୍ଷ ଭାବେ l ଏହା ଏପରି ଏକ ଚାଷ ଶୁଷ୍କ ମାଟିରେ ମଧ୍ୟ ହୋଇପାରିବ l ଏହାକୁ ଚାଷ କରି ଅନେକ ଚାଷୀ ଲାଭବାନ ହେଉଛନ୍ତି l ଆମ ରାଜ୍ୟ ଓଡ଼ିଶାର ମାଟି ହେଉଛି ଚାଷୀର ମାଟି ।

କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ତିନି ତିନି ଥର କୃଷି କର୍ମଣ ପୁରସ୍କାରରେ ପୁରସ୍କୃତ ହୋଇ ସାରିଛି । ଆମ ସଭ୍ୟତା ଆଉ ସଂସ୍କୃତି ସମ୍ପୂର୍ଣ୍ଣ କୃଷି ଉପରେ ଆଧାରିତ । କୃଷି ଆମ ଜନଜୀବନର ମୌଳିକ ଉପାଦାନ ଉପରେ ଆଧାରିତ । ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷିକୁ ବାଦ ଦେଇ ଜନଜୀବନର ପରିକଳ୍ପନା କରିବା ଯେପରି ଏକ କଷ୍ଟକର ବ୍ୟାପାର । ଆମ ରାଜ୍ୟରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଉଥିଲେ ମଧ୍ୟ ମାଣ୍ଡିଆର ଚାହିଦା କିନ୍ତୁ ଢ଼େର ଅଧିକ ।

ମାଣ୍ଡିଆ ହେଉଛି ଏକ କ୍ଷୁଦ୍ର ଦାନା ଯୁକ୍ତ , ଗରମ ଦିନିଆ ଫସଲ । ଏହାର  ମରୁଡ଼ି ସହ୍ୟ କରି ପରିବା ସକ୍ଷମ ଶକ୍ତି ରହିଛି । ଶୁଷ୍କ ଓ ଅଧିକ ତାପାମାତ୍ରା ଥିବା ଅଞ୍ଚଳରେ ଏହା ସହଜରେ ବଢ଼ିପାରେ । ମାଣ୍ଡିଆ ଚାଷ ହୋଇଥିବା ଜମି ଖୁବ ଉର୍ବର ହୋଇଥାଏ । ଏହା ରୋଗ ପୋକ ସହନଶୀଳ ଫସଲ ଅଟେ । ମାଣ୍ଡଆ ଅମଳ ପରେ ଏହାକୁ ଆମେ ସୁପ , ପକୋଡ଼ି , ପିଠା ପରି ବିଭିନ୍ନ ଖାଦ୍ୟ ଭାବେ ଗ୍ରହଣ କରିପାରୁ । ଏହା ଧାନ ଅପେକ୍ଷା ଖୁବ କମ ପାଣିରେ ବଢ଼ିପାରିଥାଏ । ଏହା ପୁଷ୍ଟିକରଯୁକ୍ତ ଶସ୍ୟ ହୋଇଥିବା ବେଳେ କ୍ୟାଲସିୟମରେ ପରିପୂର୍ଣ୍ଣ ଥାଏ । ଏହା କମ ଉର୍ବର ମାଟିରେ ବି ଭଲ ଭାବରେ ବଢ଼ିପାରିଥାଏ ।

ମାଣ୍ଡିଆ ଫସଲ ଚାଷ କରିବା ପାଇଁ ପ୍ରଥମତଃ ଜମି ପ୍ରସ୍ତୁତି କରିବା ଆବଶ୍ୟକ । ତଳି ପ୍ରସ୍ତୁତି କରିବା ପାଇଁ ୫୦୦ ସ୍କୋୟାର ମିଟରର ଏକ ସ୍ଥାନ ଚୟନ କରାଯାଇଥାଏ । ସ୍ଥାନକୁ ଏମିତି ଜାଗାରେ ଚୟନ କରିବା ଆବଶ୍ୟକ ଯେଉଁଠାରେ ଆବଶ୍ୟକ ପରିମାଣର ପାଣି ଉପଲବ୍ଧ ହୋଇପାରୁଥିବ ।

ଏହା ପରେ ୩୭.୫ କିଗ୍ରା ସୁପର ଫସଫେଟକୁ ୫୦୦କିଗ୍ରା କମ୍ପୋଷ୍ଟ ସହ ମିଶାଇ ଏହି ତଳିରେ ବୁଣାଯାଇଥାଏ । ଜମିରେ ସାର ପ୍ରୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ । ହେକ୍ଟର ପିଛା ୬୦ କିଗ୍ରା ୟୁରିଆ , ୩୦ କିଗ୍ରା ଫସଫରସ ଓ ୩୦ କିଗ୍ରା ପଟାସକୁ ଜମିରେ ପ୍ରୟୋଗ କରିବା ଆବଶ୍ୟକ । ଏହାକୁ ଦୁଇଟି ବିଭାଗରେ ଅମଳ କରିବା ଆବଶ୍ୟକ । ପ୍ରଥମେ ଯେତେବେଳେ ଏହା ମାଟିଆ ରଙ୍ଗର ହୋଇଯାଏ, ସେତେବେଳେ ଏହାକୁ ଅମଳ କରାଯାଇପାରେ ।

ଟମାଟୋ କିଲୋ ୧ଟଙ୍କା

କିପରି କରିବେ ଅଙ୍ଗୁର ଚାଷ......?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments