1. କୃଷି ବିଶ୍ବକୋଷ

ରଙ୍ଗ ବଦଳାଉଛି ଆମ୍ବ !

ମୁଜାଫରପୁରର ଆମ୍ବ । ଏଠାରେ ଫଳୁଥିବା ଏକ ଖାସ କିସମର ଆମ୍ବ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ମୁଜାଫରପୁର ବାସିନ୍ଦା ଚାଷୀ ଭୂଷଣ ସିଂହଙ୍କ ବଗିଚାରେ ଫଳୁଛି ଏହି ଭିନ୍ନ ଧରଣର ଆମ୍ବ ।

Shuvanshu Kar
Shuvanshu Kar
mango named american beauty changing it's colour

mango named american beauty changing it's colour

ମିଠା ଲିଚୁ ପାଇଁ ବେଶ ପରିଚିତ ବିହାର ମୁଜାଫରପୁରର ଲିଚୁ । ହେଲେ ବର୍ତ୍ତମାନ ଏହା ସହିତ ଯୋଡିହୋଇଯାଇଚି ଆଉ ଏକ ପରିଚୟ । ମୁଜାଫରପୁରର ଆମ୍ବ(muzaffarpur mango) । ଏଠାରେ ଫଳୁଥିବା ଏକ ଖାସ କିସମର ଆମ୍ବ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ମୁଜାଫରପୁର ବାସିନ୍ଦା ଚାଷୀ ଭୂଷଣ ସିଂହଙ୍କ ବଗିଚାରେ ଫଳୁଛି ଏହି ଭିନ୍ନ ଧରଣର ଆମ୍ବ ।

ଚର୍ଚ୍ଚାରେ ଥିବା ଆମ୍ବ ଅନ୍ୟ ଆମ୍ବ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ । ଏହି କାରଣରୁ ତାଙ୍କ ବଗିଚା ଆଖପାଖ ଦେଇଯାଉଥିବା ପ୍ରତିଟି ଲୋକ ଥରୁଟିଏ ହେଲେ ବି ଏହି ଆମ୍ବକୁ ଦେଖିଯାଉଛନ୍ତି । ଆମ୍ବର ଏହି କିସମର ନାଁ ହେଉଛି ଆମେରିକାନ ବିୟୁଟି(american beauty mango) । ଏହା ସମ୍ପୂର୍ଣ୍ଣ ସୁଗାର ଫ୍ରି ଆମ୍ବ ।

ବରଗଡରେ ଫଳୁଛି ଜାପାନୀ ଆମ୍ବ, ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମ୍ବ ମଣିଷଙ୍କ ବଗିଚାରେ ମୋଦି-ଯୋଗୀ !

ଭୂଷଣ ସିଂହଙ୍କ କହିବାନୁଯାୟୀ ଏହି ଆମ୍ବ ଗଛ ପାଖାପାଖି 6 ମାସ ପୂର୍ବରୁ ପଶ୍ଚିମବଙ୍ଗରୁ ଅଣାଯାଇଥିଲା । ସେଠାରୁ ଆଣି ମୁଜାଫରପୁରର ନିଜ ବଗିଚାରେ ଲଗାଇଥିଲେ ଭୂଷଣ । ସେହି ସମୟରେ ତାଙ୍କୁ ଜଣାନଥିଲା ଯେ ଦିନେ ଏହି ଆମ୍ବ ଏତେ ଚର୍ଚ୍ଚାର ବିଷୟ ପାଲଟିଯିବ । ଗଛଲ ଲଗାଇବାର 2 ବର୍ଷ ପରେ ଫଳ ଧରିବା ଆରମ୍ଭ କରିଥିଲା । ଏହି ଆମ୍ବର ଗଠନ ଅନ୍ୟ ଆମ୍ବ ଭଳି ସମାନ ହେଲେ ଏହା ପାଚିବା ଯାଏଁ 16 ଥର ରଙ୍ଗ ବଦଳାଇଥାଏ । ଏହି ଆମ୍ବର ଆକାର ମଧ୍ୟ ବେଶ ବଡ । ପାଚିବା ପରେ ଗୋଟିଏ ଆମ୍ବର ଓଜନ ପାଖାପାଖି 15 କିଲୋଗ୍ରାମ ହୋଇଥାଏ ।

ଏହି ଆମ୍ବ କିଛି ବର୍ଷ ହେବ ଲଗାଇଯାଇଥିଲା । ହେଲେ ସେ ସମୟରେ ଫଳ କମ ହୋଇଥିବାରୁ ଏହା ଏତେ ଚର୍ଚ୍ଚାରେ ନଥିଲା । ଏବେ ଏହି ଆମ୍ବର ବେଶ କ୍ରେଜ ରହିଛି । ଯିଏ ବି ବଗିଚା ଦେଇ ଯାଉଛି ଏହି ଆମ୍ବକୁ ଦେଖିବାକୁ ଅଟକି ଯାଉଛି । ଜୁଲାଇରେ ଏହି ଆମ୍ବ ପାଚିଯିବ । ହେଲେ ସୁଗାର ଫ୍ରି କାରଣରୁ ଏହି ଆମ୍ବ କିସମ କମ ମିଠା ହୋଇଥାଏ । ହେଲେ ସ୍ବାଦ ବେଶ ସୁନ୍ଦର ।

ଏହି ଖାସ କିସମର ଆମ୍ବ ବିଷୟରେ ଭୂଷଣ ସିଂହ କୁହନ୍ତି, ଯେବେଠାରୁ ଏହି ଆମ୍ବ ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଛି, ସେବେଠୁ ଚାରାର ଚାହିଦା ବେଶ ବଢିଯାଇଛି । ବିହାରରେ ଏହାର ନର୍ସରୀ କରିବାର ପ୍ରୟାସ ଚାଲିଛି । ଖୁବ ଶୀଘ୍ର ଏହାର ଚାରା ପ୍ରସ୍ତୁତ କରାଯିବ । କୃଷି ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଆମ୍ବର ସ୍ବାଦ ଚାଖି ବେଶ ପ୍ରଶଂସା କରିଛନ୍ତି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments