ଓଡିଶା ରାଜ୍ୟ ହେଉଛି ଏକ ପ୍ରାକୃତିକ ସମ୍ପଦରେ ଭରପୁର ଖୁବ ସୁନ୍ଦର । ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ l ଏହା ଜଙ୍ଗଲ ସମ୍ପଦ, ଖଣି ସମ୍ପଦ ଏବଂ ଜଳ ସମ୍ପଦରେ ଭରପୁର ହୋଇ ରହିଛି ।ଆଉ ଏବେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ଖୁବ ଉନ୍ନତି ମଧ୍ୟ କରିଛି l ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି କାରଣରୁ କଳକାରଖାନା ଓ ଶିଳ୍ପାଞ୍ଚଳ ପ୍ରତିଷ୍ଠା , ଜନ ବସତି ସ୍ଥାପନ ଏବଂ ଜଙ୍ଗଲ ସମ୍ପଦର ଦିନକୁ ଦିନ କ୍ଷୟ ହେବାକୁ ବସିଲାଣି ।
କେବଳ ଏତିକି ନୁହେଁ ଏହା ସହିତ ଅନେକ ବିରଳ ଜଙ୍ଗଲୀ ପ୍ରାଣୀ ଓ ଉଦ୍ଭିଦ ସବୁ ଲୋପ ହେବାକୁ ବସିଲାଣି l ଓଡିଶାରେ ବିଭିନ୍ନ ପ୍ରକାର ଶହ ଶହ ଔଷଧୀୟ ବୃକ୍ଷ ପ୍ରାକୃତିକ ଭାବରେ ସୃଷ୍ଟି ହୋଇଥିବା ଦେଖିବାକୁ ମିଳେ ।
ପ୍ରାଚୀନ କାଳରୁ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହିଛି । କିନ୍ତୁ ଏବେ ଏହି ଔଷଧୀୟ ବୃକ୍ଷଗୁଡିକ ନଷ୍ଟ ହୋଇଯାଉଥିବାରୁ ଔଷଧ ନିର୍ମାଣକାରୀ ସଂସ୍ଥାମାନେ ସଠିକ ଭାବେ ଔଷଧ ନିର୍ମାଣ କରିପାରୁନଥିଲେ । କିନ୍ତୁ ଏବେ କୃଷି ବୈଜ୍ଞାନିକ ଓ ପାଣିପାଗ ବିଭାଗ ସହିତ ବିଭିନ୍ନ ବିଚାର ବିମର୍ଶ ଏବଂ ପରୀକ୍ଷା ହେବ ପରେ ପୁଣି ଠାରେ ଏହାକୁ ଜୀବିତ କରାଯାଇଛି ରାଜ୍ୟରେ l ଏବେ ଅନ୍ୟାନ୍ୟ ପାଣିପାଗକୁ ସୁହାଇଲା ଭଳି ଔଷଧୀୟ ବୃକ୍ଷ ଚାଷ କରାଯାଇ ପାରୁଛି l
ଭାରତକୁ ପ୍ରତିବର୍ଷ ଅନେକ ମୂଲ୍ୟର ଔଷଧୀୟ ଗଛ ରପ୍ତାନି କରାଯାଇଥାଏ । ବିଶେଷକରି ଆମେରିକା, ଜର୍ମାନ, ଫ୍ରାନ୍ସ , ଇଂଲଣ୍ଡ ଓ ଜାପାନ ଔଷଧୀୟ ଗଛ ସାମଗ୍ରୀ ଆମଦାନୀ କରିଥାନ୍ତି ଆମ ଦେଶରୁ । ଏ କ୍ଷେତ୍ରରେ ମୁଖ୍ୟ ଆମଦାନୀ ହେଉଥିବା ଫସଲଗୁଡିକ ହେଲା ଘିକୁଆଁରି, ବେଲାଡୋନା , ଭୁଇଁନିମ୍ବ, ବଚ, ସେନା , ଅଶ୍ଵଗନ୍ଧା , ସର୍ପ ଗନ୍ଧା ଓ ଗୁଗୁଳ ଇତ୍ୟାଦି । ଏହା ଅଧିକ ରୁ ଅଧିକ ବ୍ୟବହାର ହୋଇଥାଏ ଔଷଧ ନିର୍ମାଣ କ୍ଷେତ୍ରରେ l
ସବୁଠାରୁ ବଡ଼ କଥା ହେଲା ଓଡିଶାର ଜଳବାୟୁ ବିଭିନ୍ନ ପ୍ରକାରର ଔଷଧୀୟ ଗଛ ଚାଷ କରିବା ପାଇଁ ଅନୁକୂଳ । ରପ୍ତାନିଯୋଗ୍ୟ ଥିବା ଔଷଧୀୟ ଗଛଗୁଡିକ ଏଠାରେ ସୁବିଧାରେ ଚାଷ କରାଯାଇପାରିବ । ସେଥିମଧ୍ୟରୁ ମୁଖ୍ୟ ଔଷଧୀୟ ଗଛ ଗୁଡିକ ହେଲା – ଅଶ୍ଵଗନ୍ଧା , ଘିଅଆଁରୀ , ଗୁଡମାରୀ , ଗନ୍ଧଶୁଣ୍ଠି , ଗୋଲମରିଚ, ସର୍ପଗନ୍ଧା ,ଭୁଇଁନିମ୍ବ , ସଫେଦମସଲି, ସେନା ଓ ପିପ୍ପଳୀ ଆଦି ଗୁଟୁତ୍ଵପୂର୍ଣ୍ଣ ଅଟେ ।
ଔଷଧୀୟ ଗଛ ଚାଷ କରିବା ପାଇଁ ଆଗେଇଆସୁଥିଲେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ଚାଷୀ। ଏହାଦ୍ଵାରା ସେମାନଙ୍କର ଆଗ୍ରହ ମଧ୍ୟ ବାଧାପ୍ରାପ୍ତ ହେଉଥିବା ନଜିର ରହିଥିଲା । କିନ୍ତୁ ଏବେ ସରକାରଙ୍କ ସାହାଯ୍ୟ ଅନୁଯାୟୀ ଏହି ଚାଷ କାର୍ଯ୍ୟ କରି ଚାଷୀ ଲାଭବାନ ହୋଇପାରୁଛନ୍ତି l ବର୍ତ୍ତମାନ ପରିସ୍ଥିତିରେ ଔଷଧୀୟ ଗଛ ଚାଷକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୁରୁତ୍ଵ ଦେଉଥିବାରୁ ଏହି ସମସ୍ୟାର ସମାଧାନ ହୋଇପାରୁଛି । ଆଗ୍ରହୀ ଚାଷୀମାନେ ଔଷଧୀୟ ବଗିଚା ସହିତ ଓ.ୟୁ. ଏ. ଟି. ର ଉଦ୍ୟାନ ବିଭାଗସ୍ଥ ଔଷଧୀୟ ବଗିଚା ଏବଂ ଗଛ ଚାଷ କରି ଅନେକ ଲାଭ ପାଇ ପାରିବେ l ଜୈବିକ ଉପାୟରେ ମଧ୍ୟ ଔଷଧୀୟ ଗଛର ଚାଷ କରାଯାଇପାରିବ l
Share your comments