1. କୃଷି ବିଶ୍ବକୋଷ

ଏବେ ସ୍କୁଲ ମଧ୍ୟାହ୍ନ ଭୋଜନ ଓ ମେଡିକାଲରେ ମିଳିବ ମିଲେଟ୍‌ ଖାଦ୍ୟ

ମିଲେଟ ଯାହାକୁ ହିନ୍ଦୀରେ ମୋଟା ଅନାଜ କୁହାଯାଏ ।ଏଗୁଡ଼ିକ ପୁଷ୍ଟିକର ଶସ୍ୟ ଯାହା ଫାଇବର, ମିନେରାଲ୍ସ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ଅଟେ । ମିଲେଟଗୁଡିକ ପ୍ରାୟତଃ ବିଭିନ୍ନ ଖାଦ୍ୟରେ ବ୍ୟବହୃତ ହୋଇଥାଏ ଏବଂ ଏହା ଦଲିଆ, ବ୍ରେଡ଼ ଏବଂ ବିଭିନ୍ନ ସାଇଡ୍ ଡିସ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ ।

Tanushree Mahapatra
Tanushree Mahapatra
Millet prepared meals in school lunches and medical centers, image source - .pexels.com

Millet prepared meals in school lunches and medical centers, image source - .pexels.com

ମିଲେଟ ଯାହାକୁ ହିନ୍ଦୀରେ ମୋଟା ଅନାଜ କୁହାଯାଏ ।ଏଗୁଡ଼ିକ ପୁଷ୍ଟିକର ଶସ୍ୟ ଯାହା ଫାଇବର, ମିନେରାଲ୍ସ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ଅଟେ । ମିଲେଟଗୁଡିକ ପ୍ରାୟତଃ ବିଭିନ୍ନ ଖାଦ୍ୟରେ ବ୍ୟବହୃତ ହୋଇଥାଏ ଏବଂ ଏହା ଦଲିଆ, ବ୍ରେଡ଼ ଏବଂ ବିଭିନ୍ନ ସାଇଡ୍ ଡିସ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ । ମିଲେଟର ଉତ୍ପାଦନ ବିଶ୍ୱର ବିଭିନ୍ନ ଦେଶରେ କରାଯାଇଥାଏ । 

ଭାରତର ଦାବି ଅନୁଯାୟୀ ମିଳିତ ଜାତିସଂଘ ୨୦୨୩କୁ 'ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରିଥିଲେ ଏବଂ ଭାରତର ଏହି ଚାହିଦାକୁ ବିଶ୍ୱ ପାଖାପାଖି ୭୨ଟି ଦେଶ ସମର୍ଥନ ଜଣାଇଥିଲେ । ୨୦୨୧ ମାର୍ଚ୍ଚରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ୨୦୨୩କୁ “ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ” ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ କିଛି ଦିନ ପୂର୍ବରୁ ଇଟାଲୀର ରୋମରେ 'ଆନ୍ତର୍ଜାତୀୟ ବର୍ଷ ମିଲେଟ୍-୨୦୨୩ ଆରମ୍ଭ କରିଛି ।

ପୁଷ୍ଟିର ପାୱାର ହାଉସ୍‌ ହେଉଛି ମିଲେଟ୍‌ । ପାଟିକୁ ସୁଆଦ, ଦେହକୁ ହିତ । ଯାହାର ମିଲେଟ୍‌ ଚାହିଦା ବଢୁଛି ରାଜ୍ୟ ତଥା ଦେଶରେ । ଏହାର ବ୍ୟବହାରକୁ ଆହୁରି ବଢ଼ାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ଏବେ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଲେଟର ଉପକାରିତା ବିଷୟରେ ଅବଗତ କରାଇବେ ସରକାର । ଯେପରି  ପିଲାଙ୍କ ଟିଫିନ ବକ୍ସରେ ରହିବ ମାଣ୍ଡିଆ । ସେପଟେ ରୋଗୀଙ୍କ ଖାଦ୍ୟ ତାଲିକାରେ ମଧ୍ୟ ରହିବ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ । ସ୍ବାସ୍ଥ୍ୟକର ମିଲେଟର ଅଧିକ ରୁ ଅଧିକ ବ୍ୟବହାର ପାଇଁ ସଚେତନତା ସୃଷ୍ଟି ଲାଗି ରାଜ୍ୟ କୃଷି ବିଭାଗ ଗୁରୁତ୍ବ ଦେଇଛି ଏବେ  । ସ୍କୁଲ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଏବଂ ମିଶନ ଶକ୍ତି ବିଭାଗର ସହଯୋଗରେ ମିଲେଟ ବ୍ୟବହାର ବୃଦ୍ଧି ପାଇଁ ଆହୁରି ନୂଆ ନୂଆ ପଦକ୍ଷେପ ନିଆଯିବ । 

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଲେଟର ଉପକାରିତା ସମ୍ପର୍କରେ ବୁଝାଇବା ପରେ ସେମାନଙ୍କ ମଧ୍ୟାହ୍ନ ଭୋଜନରେ ଏହାକୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଉ ଏବେ ସେହିପରି ମେଡିକାଲରେ ମିଲେଟର ବହୁଳ ବ୍ୟବହାର ଉପରେ ମଧ୍ୟ ରାଜ୍ୟ ସରକାର ଫୋକସ୍‌ କରିଛନ୍ତି । 

ଏହା ଜରିଆରେ ମିଲେଟ ଖାଦ୍ୟର ପ୍ରସାର ଏବଂ ଅଧିକ ମହିଳାଙ୍କୁ ରୋଜଗାର ଦେବା ପାଇଁ ଗୁରୁତ୍ବ ମଧ୍ୟ ଦିଆଯାଉଛି । ଆଜି ମିଲେଟ୍‌ ମିଶନ ଓଡ଼ିଶାକୁ ଦେଶ ଓ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ମାଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ମିଲେଟ ମିଶନ l  ଯାହା ସଫଳତା ହାସଲ କରୁଛି ଅନେକ କ୍ଷେତ୍ରରେ । ଏହି ମିଶନ ପ୍ରଥମେ ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା l ମିଲେଟ୍‌ ମିଶନ ୩୦ଟି ଜିଲ୍ଲାକୁ ଏବେ ସମ୍ପ୍ରସାରିତ ହୋଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମାଣ୍ଡିଆ ଦିବସ ମଧ୍ୟ ପାଳନ କରୁଛି । 

ଆଜି ଅନେକ କ୍ଷେତ୍ରରେ ମିଲେଟ ବା ମାଣ୍ଡିଆ ବ୍ୟବହାର ହେଉଛି l ଯାହା ପୋଷକତତ୍ତ୍ୱରେ ଭରପୁର l ଅନେକ ରକାରୀ ବୈଠକରେ ଜଳଖିଆ ଭାବେ ମାଣ୍ଡିଆକୁ ଏବେ ବ୍ୟବହାର କରାଯାଉଛି । ପ୍ରତିଦିନ ମାଣ୍ଡିଆ ବ୍ୟବହାର ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳୁଥିବାରୁ ପ୍ରତ୍ୟେକ ବ୍ୟକ୍ତି ନିଜ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ଚଳିତ ୨୦୨୩କୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ଜାତିସଂଘ ଘୋଷଣା କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରଖିଛନ୍ତି  । ଆଉ ଏବେ ସରକାର ବିଦ୍ୟାଳୟ ଏବଂ ମେଡିକାଲରେ ଏହି ମିଲେଟ ଖାଦ୍ୟ ପ୍ରାଦନ କରିବା ନେଇ ଯୋଜନା କରୁଛନ୍ତି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments