1. କୃଷି ବିଶ୍ବକୋଷ

ମାଣ୍ଡିଆ ଜାତୀୟ ଫସଲ ଦେବ ଖାଦ୍ୟ ସୁରକ୍ଷା !!ମିଲେଟ ମିଶନ ..

ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ହେଉଛି ପ୍ରକୃତି ପଦତ୍ତ ଚମତ୍କାରୀ ଶସ୍ୟ |ପୋଷକତତ୍ୱ ଓ ପ୍ରାକୃତିକ ଭିଟାମିନ ଯଥା ସନ୍ତୁଳିତ ଆମିନୋ ଏସିଡ ,ପ୍ରାକୃତିକ ତନ୍ତୁ ,ଖଣିଜ ଲାବନ ଯଥା -ଜିଙ୍କ ,ଫୋସ୍ଫରସ ପ୍ରଭୃତିରେ ସମୃଦ୍ଧ ଥିବାରୁ ଏହା ମଣିଷ ଓ ପ୍ରାଣୀ ସମାଜ ପାଇଁ ନିରାପଦ ଓ ପୃଷ୍ଟିକର ଖାଦ୍ୟ ଗୁଡିକ ମଧ୍ୟରେ ପ୍ରଥମେ|ସ୍ଥାନୀୟ ପରିବେଶ ଓ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ଜଳବାୟୁ ସହିତ ଖାପ ଖୁଆଇ ବଢି ପାରିଥାନ୍ତି ,ତେଣୁ ପରିବେଶବିତ ମାନେ ଏହାକୁ ଶୁଷ୍କାଞ୍ଚଳର ସୁନା ବୋଲି କହିଥାନ୍ତି |

KJ Staff
KJ Staff
ସ୍ଥାନ:କର୍ମଶାଳା - ଆ .ଟି.ଡି.ଏ ସମ୍ମିଳନୀ କକ୍ଷ,ଫୁଲବାଣୀ
ମାଣ୍ଡିଆ ଜାତୀୟ ଖାଦ୍ୟ ଶସ୍ୟ ରେ ପ୍ରସ୍ତୁତ ଖାଦ୍ୟମେଳା ,ରୋଟାରୀ କ୍ଳବ ,ଫୁଲବାଣୀ

ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ହେଉଛି ପ୍ରକୃତି ପଦତ୍ତ ଚମତ୍କାରୀ ଶସ୍ୟ |ପୋଷକତତ୍ୱ ଓ ପ୍ରାକୃତିକ ଭିଟାମିନ ଯଥା ସନ୍ତୁଳିତ ଆମିନୋ ଏସିଡ ,ପ୍ରାକୃତିକ ତନ୍ତୁ ,ଖଣିଜ ଲାବନ ଯଥା -ଜିଙ୍କ ,ଫୋସ୍ଫରସ ପ୍ରଭୃତିରେ ସମୃଦ୍ଧ ଥିବାରୁ ଏହା ମଣିଷ ଓ ପ୍ରାଣୀ ସମାଜ ପାଇଁ ନିରାପଦ ଓ ପୃଷ୍ଟିକର ଖାଦ୍ୟ ଗୁଡିକ ମଧ୍ୟରେ ପ୍ରଥମେ|ସ୍ଥାନୀୟ ପରିବେଶ ଓ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ଜଳବାୟୁ ସହିତ ଖାପ ଖୁଆଇ ବଢି ପାରିଥାନ୍ତି ,ତେଣୁ ପରିବେଶବିତ ମାନେ ଏହାକୁ ଶୁଷ୍କାଞ୍ଚଳର ସୁନା ବୋଲି କହିଥାନ୍ତି |

ସମସ୍ତ ପ୍ରାଣୀ ସମାଜ ବର୍ତ୍ତମାନ ଜଳବାୟୁ ପରିବର୍ତନର ଜ୍ୱାଳାରେ ପ୍ରଭାବିତ |ଅତ୍ୟଧିକ ଉତ୍ତାପ ,ତୁରନ୍ତ ଓ ଅତ୍ୟଧିକ ବର୍ଷା,ମୌସୁମୀ ଜଳବାୟୁରେ ଲୁଚକାଳି ଖେଳ ,ରାତିର ଉତ୍ତାପ ବୃଦ୍ଧି ସହିତ ନୂଆ ନୂଆ ରୋଗପୋକ ଦାଉରେ ଆମର ଅନ୍ନଦାତା ଚାଷୀ ଏବେ ବିପର୍ଯ୍ୟପ୍ତ|ଆମର ସମୃଦ୍ଧି ଖାଦ୍ୟ ବ୍ୟବସ୍ଥା ମଧ୍ୟ ବଜାରରେ ପ୍ୟାକେଟ ଖାଦ୍ୟ ଓ ଅପମିଶ୍ରିତ ଖାଦ୍ୟ ଶସ୍ୟ ପ୍ରଭାବରେ ପ୍ରଭାବିତ |ତେଣୁ ଚମତ୍କାରୀ ଶସ୍ୟ ମିଲେଟ ହିଁ ଆମର ସମୃଦ୍ଧ କୃଷି ପରମ୍ପରା ଓ ଖାଦ୍ୟ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିପାରିବ |

ପ୍ରାଣୀ ସମାଜ ପାଇଁ ପ୍ରାକୃତିକ ବରଦାନ ଏହି ମାଣ୍ଡିଆ ଜାତୀୟ ଫସଲ ଗୁଡିକ କୁ ଅଧିକରୁ ଅଧିକ ଚାଷ କରିବା ,ବିହନ ଗୁଡିକର ସଂରକ୍ଷଣ କରିବା ,ଦୈନନ୍ଦିନ ଖାଦ୍ୟରେ ଖାଇବା ,ତଥା ଉନ୍ନତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ସହିତ ବଜାର ବ୍ୟବସ୍ତା ସଂଧ୍ୟମରେ ଆଦିବାସୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କର ଆର୍ଥିକ ଉନ୍ନତି ପାଇଁ ଚଳିତ ବର୍ଷ ପାଳିତ ହୋଇଛି |ଏହି ଅବସରରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ନିର୍ମାଣ ,ଭୁବନେଶ୍ୱରଙ୍କ ସହିତ ରୋଟାରୀ କ୍ଲବ ଠାରେ ମାଣ୍ଡିଆ ଜାତୀୟ ଖାଦ୍ୟଶସ୍ୟରେ ପ୍ରସ୍ତୁତ ଖାଦ୍ୟାମେଳା ଅନୁଷ୍ଠିତ ହୋଇଥିଲା |ଏହି ଅବସରରେ ନିର୍ମାଣ,ଭୁବନେଶ୍ୱରଙ୍କ ଦ୍ୱାରା ଲିଖିତ ଓଡ଼ିଆ ଭାଷାରେ ରଚିତ ଛବିଳ ମିଲେଟ ତାଲିମ ମାର୍ଗ ଦର୍ଶିକା ଉନ୍ମୋଚନ କରାଯାଇଥିଲା |

ଜିଲ୍ଲାପାଳ ଡଃ ବୃନ୍ଦା ଦି .ମହୋଦୟା ଏହି କର୍ମଶାଳାକୁ ଉଦ୍ଘାଟନ ଅରିବା ପାଇଁ ସଦୟ ସହମତି ପ୍ରଦାନ କରିଥିଲେ|ସ୍ଥାନୀୟ ସ୍ବେଛାସେବୀ ସଂଗଠନ ପ୍ରମୁଖ ଯଥା -କସମ ,ନିର୍ମାଣ ,ଜାଗୃତି ,ସ୍ଵାତି,ପ୍ରଦାନ ,ଶାନ୍ତିମୈତ୍ରୀ, ଜନବିକାଶ ,ଓରିଶା ,ପ୍ରଦତ୍ତ ଶର ପ୍ରବୃତ୍ତିର କାର୍ଯ୍ୟକର୍ତ୍ତା ଏବଂଜାଗୃତି ଅନୁଷ୍ଠାନର ସହାୟତାରେ ଗଠିତ "ପାହାଡି ଫାର୍ମ ରସ ପ୍ରଡ୍ୟୁସେର କମ୍ପାନୀ ଲିମିଟେଡ଼",ନିର୍ମାଣ ଅନୁଷ୍ଠାନ ର ସହ ଯୋଗରେ ଗଠିତ କନ୍ଧମାଳ ଫାର୍ମ ରସ ପ୍ରଡ୍ୟୁସେର କମ୍ପାନୀ ଲିମିଟେଡ଼,ଶାନ୍ତି ମୈତ୍ରୀ ଓ ଅହିଂସା କ୍ଲବ,ବରଗଡ଼ ର ଚାଷୀମାନେ ଏନ୍ଡିଏ ଜାତୀୟ ଶାସ୍ୟରେ ପ୍ରସ୍ତୁତି ପୃଷ୍ଟିକର ଖାଦ୍ୟ ଗୁଡିକ ପ୍ରସ୍ତୁତ କରିବା ସହିତ କିଣାବିକା କରିଥିଲେ|

ରାଷ୍ଟୀୟ ମିଲେଟ ବର୍ଷା ପାଳନ ଅବସରରେ ଆସନ୍ତୁ ଆମେ ଏକାଠି ହେବ |ଏକାଠି ଚିନ୍ତା କରିବା |ଅନ୍ତତଃ ପକ୍ଷେ ନିଜଠୁ ଆରମ୍ଭ କରିବା |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments