Agripedia

ଏହି ଚାଷ କଲେ ହେବେ ଲକ୍ଷପତି, ଜାଣନ୍ତୁ କିପରି...

ଆଜି ଆମେ ଆପଣମାନଙ୍କୁ ଏପରି ଏକ ବ୍ୟାବସାୟିକ ଆଇଡିଆ ଦେଉଛୁ ଯେଉଁଥିରେ ଆପଣମାନେ ନିଜ ଘର ବଗିଚାରେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆମେ ଆପଣଙ୍କୁ ଗେଣ୍ଡୁ ଫୁଲ ଚାଷ ବିଷୟରେ କହୁଛୁ ।

12 April, 2022 12:28 PM IST By: Sudesna Nayak

ଆଜି ଆମେ ଆପଣମାନଙ୍କୁ ଏପରି ଏକ ବ୍ୟାବସାୟିକ ଆଇଡିଆ ଦେଉଛୁ ଯେଉଁଥିରେ ଆପଣମାନେ ନିଜ ଘର ବଗିଚାରେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆମେ ଆପଣଙ୍କୁ ଗେଣ୍ଡୁ ଫୁଲ ଚାଷ (Rose Flower farming) ବିଷୟରେ କହୁଛୁ ।

ସୂଚନା ଅନୁଯାୟୀ, ଫୁଲ ଚାଷ (Flower farming)କରି ଜଣେ ଚାଷୀ ଲକ୍ଷପତି ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେନ୍ଦୁଝର ସଦର ବ୍ଲକ୍‌ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମର ଭରତ ଚନ୍ଦ୍ର ନାୟକ ଜଣେ ଚାଷୀ ହୋଇଥିବା ବେଳେ ପ୍ରତିବର୍ଷ ପାରମ୍ପରିକ ଧାନ ଚାଷ କରୁଥିଲେ । ହେଲେ ସେଥିରେ କିଛି ଲାଭବାନ ହୋଇପାରୁ ନଥିଲେ । ତାଙ୍କ ବଡଭାଇ ଶରତ ଚନ୍ଦ୍ର ନାୟକ ସାନଘାଗରା ଗୋଲାପ ବଗିଚାରେ ଫିଲ୍ଡ ଆସିଷ୍ଟାଣ୍ଟ ଭାବେ ଚାକିରି କରିଥିଲେ । ତାଙ୍କ ପରାମର୍ଶ କ୍ରମେ ହିଁ ଭରତ ଚନ୍ଦ୍ର ନାୟକ ଏବଂ ତାଙ୍କ ପୁତୁରା ମଳୟ କୁମାର ନାୟକ ୮ ବର୍ଷ ପୂର୍ବେ ଫୁଲ ଚାଷ (Flower farming) କରିବା ଆରମ୍ଭ କରିଥିଲେ ।

କଲିକତାରୁ ଗୋଲାପ (Rose)ଓ ଗେଣ୍ଡୁ (Marigold)ଫୁଲର ଚାରା ଆଣି ଅଳ୍ପ ଜାଗାରେ ଚାଷ କରିଥିଲେ । ସେଥିରୁ ଭଲ ଦିପଇସା ଲାଭ କରିବା ପରଠାରୁ ଧୀରେଧୀରେ ଫୁଲଚ‌ାଷକୁ ବଢ଼ାଇବା ସହିତ ବର୍ତ୍ତମାନ ୩ ଏକର ଜମିରେ ଫୁଲ ଚାଷ କରୁଛନ୍ତି । ଆଉ ପ୍ରତିବର୍ଷ ଏହି ଫୁଲ ଚାଷ (Flower farming)ରୁ ୮/୯ ଲକ୍ଷ ଟଙ୍କା ହିଁ ରୋଜଗାର କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

ଭରତଙ୍କ କହିବା ଅନୁଯାୟୀ, କେନ୍ଦୁଝରରେ ଗେଣ୍ଡୁ ଫୁଲର ବହୁତ ଚାହିଦା ରହିଛି । ଗେଣ୍ଡୁଫୁଲ ପୂଜାର୍ଚ୍ଚନାଠାରୁ ଆରମ୍ଭ କରି ସାଜସଜା, ବୁକେ, ସଭାସମତି ସବୁଥିରେ ଆବଶ୍ୟକ ପଡ଼ିଥାଏ । ଗେଣ୍ଡୁଫୁଲ ଚାଷକୁ ଅଧିକ ଗୁରୁତ୍ବ ଦିଅନ୍ତି । କୋଲକାତାରୁ ବସ୍‌ରେ ଫୁଲ ଚାରା ମଗାନ୍ତି । ଚାରା ଘରେ ପହଞ୍ଚିବା ପୂର୍ବରୁ ଜମିକୁ ଚାରା ରୋପଣ ପାଇଁ ପ୍ରସ୍ତୁତ କରିଥାଆନ୍ତି । ଚାରା ରୋପଣ ପାଇଁ କିଛି ଶ୍ରମିକଙ୍କୁ ନିୟୋଜିତ କରିବାକୁ ପଡ଼ିଥାଏ । ନଚେତ ଅନ୍ୟ ସମସ୍ତ କାମ ତାଙ୍କ ପରିବାର ଲୋକ କରିଥାଆନ୍ତି । ଯେପରିକି ଫୁଲ ଗଛରେ ନିୟମିତ ପାଣି ଦେବା, ପୋକ ଲାଗିଲେ ‌ଔଷଧ ପକାଇବା ଏବଂ ଅନ୍ୟାନ୍ୟ ଯତ୍ନ ନେବାକୁ ପଡ଼ିଥାଏ । କହିବାକୁ ଗଲେ ଫୁଲକୁ ଫୁଲ ପରି ଯତ୍ନ ନେବାକୁ ପଡ଼ିଥାଏ । ପାଖପାଖି ଦେଢମାସରେ ଗେଣ୍ଡୁଫୁଲ ଫୁଟି ଥାଏ । ଏବଂ ତା ପରେ ବିକ୍ରି ଆରମ୍ଭ ହୋଇଥାଏ ।

ସେହିପରି ଗୋଲାପ (Rose Flower farming)ଗଛକୁ ମଧ୍ୟ ଯତ୍ନ ନେବାକୁ ପଡ଼ିଥାଏ । ଗେଣ୍ଡୁ ଫୁଲ ଥରେ ତୋଳା ସରିଲେ ସେଥିରେ ଆଉ ଫୁଲ ଫୁଟେ ନାହିଁ । ହେଲେ ଗୋଲାପ ‌ଗଛରୁ ପାଖପାଖି ୫/୬ ବର୍ଷ ପର୍ଯ୍ୟନ୍ତ ନିୟମିତ ଫୁଲ ଫୁଟିଥାଏ । ତାଙ୍କ ବଗିଚାରେ ନାଲି ଗୋଲାପ ଠାରୁ ଆରମ୍ଭ କରି ହଳଦିଆ, ଧଳା, ଫିଙ୍କ ଏବଂ ଅନ୍ୟାନ୍ୟ ରଙ୍ଗର ଗୋଲାପ ଚାଷ କରିଛନ୍ତି । ମୁଖ୍ୟତଃ ନାଲି ଗୋଲାପର ଚାହିଦା ଅଧିକ ଥିବାରୁ ତାକୁ ବେଶି ପରିମାଣର କରନ୍ତି । ଅନ୍ୟ ରଙ୍ଗର ଗୋଲାପ କେବଳ ବୁକେ ତିଆରି ବ୍ୟବହାର ହେଉଥିବାରୁ ଅଳ୍ପ ପରିମାଣର କରନ୍ତି । ଫୁଲ ତୋଳିବା ପରେ କେନ୍ଦୁଝର ସହର ଥାନା ଛକ ନିକଟରେ ତାଙ୍କର ଦୋକାନ ରହିଛି । ସେଠାରେ ପ୍ରତିଦିନ ଫୁଲ ବିକ୍ରି କରନ୍ତି। ସେଠାରେ ପ୍ରତିଦିନ ଦୁଇରୁ ଅଢେଇ ହଜାର ଟଙ୍କାର ଫୁଲ ବିକ୍ରି କରନ୍ତି । ପୂଜା, ପର୍ବ ପର୍ବାଣୀ ଦିନରେ ୮ରୁ ୧୦ ହଜାର ଟଙ୍କାର ଫୁଲ ବିକ୍ରି କରନ୍ତି । ସେହିପରି ଉତ୍ସବ, ବାହାଘର, ବ୍ରତରେ ମଧ୍ୟ ସାଜସଜା କରନ୍ତି । ଏପରିକି ବାହାଘର ପାଇଁ ବରଗାଡ଼ି ମଧ୍ୟ ସଜାନ୍ତି । ଏହିପରି ଭାବେ ପ୍ରତିମାସ ୮୦ ରୁ ୯୦ ହଜାର ଟଙ୍କାର ରୋଜଗାର ହୋଇଥାଏ ବୋଲି ଭରତ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉ ଯେ, କେନ୍ଦୁଝରରେ ଫୁଲର (Flowers) ଚାହିଦା ରହିଛି । ଆମେ ଯେତିକି ଫୁଲ ବଜାରକୁ ଯାଗାଉଛୁ ତାହା ସମୁଦ୍ରକୁ ଶଙ୍ଖେ । ତେଣୁ ଚାଷୀମାନେ ଫୁଲ ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ଚାଷ କଲେ ଲାଭବାନ ହୋଇପାରିବେ । ଏଥି ପାଇଁ ସରକାରୀ ଉଦ୍ୟମର ଆବଶ୍ୟକତା ରହିଛି । ତାଙ୍କ ଫୁଲ ଚାଷରେ କୌଣସି ପ୍ରକାର ସରକାରୀ ସହାୟତା ମଳୁନାହିଁ । ତାଙ୍କ ଭାଇଙ୍କ ପରାମର୍ଶ ଏବଂ ନିଜର ଉଦ୍ୟମ ବଳରେ ପ୍ରତିବର୍ଷ ୮ରୁ ୯ ଲକ୍ଷ ଟଙ୍କା ୩ ଏକର ଜମିରୁ ରୋଜଗାର କରୁଛନ୍ତି । ସେହିପରି ଫୁଲ ଚାଷ ସହିତ ପନିପରିବା ଚାଷ ମଧ୍ୟ କରନ୍ତି । ସେଥିରୁ ମଧ୍ୟ ୨/୩ ଲକ୍ଷ ଟଙ୍କା ଲାଭ କରନ୍ତି । ଯାହା ଫଳରେ ସେ ଜଣେ ସଫଳ ଚାଷୀ ହୋଇ ପାରିଛନ୍ତି ।

କମ ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ , ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

ଏହି ବ୍ୟବସାୟ କଲେ ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା, ହେବେ ଲାଭବାନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)