1. ସଫଳ କାହାଣୀ

କମ ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ , ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

Sudesna Nayak
Sudesna Nayak
Marigold Flower farming

Marigold Flower farming

ଆଜି ଆମେ ଆପଣମାନଙ୍କୁ ଏପରି ଏକ ବ୍ୟାବସାୟିକ ଆଇଡିଆ ଦେଉଛୁ ଯେଉଁଥିରେ ଆପଣମାନେ ନିଜ ଘର ବଗିଚାରେ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆମେ ଆପଣଙ୍କୁ ଗେଣ୍ଡୁ ଫୁଲ ଚାଷ (Marigold Flower farming) ବିଷୟରେ କହୁଛୁ ।

ପନିପରିବା ପରେ ଏବେ ଫୁଲ ଚାଷ (Flower farming) ପ୍ରତି ବଢୁଛି ଆଦର । ବିଶେଷ କରି ମହିଳାମାନେ ଏବେ ଫୁଲ ଚାଷ (Flower farming) କରି ସ୍ୱାବଲମ୍ବୀ ହବା ସହ ନିଜ ଅଞ୍ଚଳ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରୁଛନ୍ତି ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ସ୍ୱୟଂ ସହାୟ ଗୋଷ୍ଠୀର ମହିଳା ମାନେ ଏବେ ଗେଣ୍ଡୁ ଫୁଲ ଚାଷ (Marigold Flower farming) କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।

ହସୁଛି କ୍ଷେତ, ହସୁଛନ୍ତି ଚାଷୀ । ମାଲକାନଗିରିରେ ମହିଳାଙ୍କ ଗେଣ୍ଡୁ ଚାଷ (Marigold Flower farming) । ଫୁଲ ଯୋଗାଉଛି ଆହାର । ଗେଣ୍ଡୁ ଫୁଲ ଚାଷ କରି ସ୍ୱାବଲମ୍ବୀ ମାଲକାନଗିରି ମହିଳା । ଏକଦା ମାଓ ଉପଦ୍ରବ ଯୋଗୁ ଭିନ୍ନ ପରିଚୟ ବହନ କରୁଥିଲା ମାଲକାନଗିରି ଜିଲ୍ଲା । ତେବେ ଏବେ ଚାଷବାସ ଓ କୃଷି କ୍ଷେତ୍ରରେ ବେଶ ଆଗେଇ ଚାଲିଛି ମାଲକାନଗିରି ଜିଲ୍ଲା । ପନିପରିବା ସାଙ୍ଗକୁ ଫୁଲ ଚାଷ (Flower farming) ପ୍ରତି ମନ ବଳାଉଛନ୍ତି ମହିଳା ଚାଷୀ । ଏବେ ଧାନ ବିରି ମୁଗ ସହ କ୍ଷେତରେ ହସୁଛି ସୁନାର ଗେଣ୍ଡୁ ଫସଲ ।

ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଏମଭି ୧୦ ଗାଁର ଜୟ ମାଁ ତାରିଣୀ ଓ ତୁଳସୀ ଦେବୀ ସ୍ୱୟଂ ସହାୟକ ଗୋଷ୍ଠିର ୨୦ ମହିଳା ନିଜ ନିଜ ବିଲ ବାଡରେ ଗେଣ୍ଡୁ ଫୁଲ ଚାଷ (Marigold Flower farming) କରିଛନ୍ତି । ପ୍ରତିଟି ଗ୍ରୁପକୁ ମିଳିଥିବା ଏକ ଲକ୍ଷ ଟଙ୍କା ଗୋଷ୍ଠୀ ବିନିଯୋଗ ପାଣ୍ଠିର ସତ ବିନିଯୋଗ କରିବା ସହ ଗୃପ ପିଛା ୫ ହଜାର ଭିଆରଏଫ ପାଣ୍ଠିକୁ ଖର୍ଚ୍ଚ କରି ଭିନ୍ନ ଭିନ୍ନ ସ୍ଥାନରେ ଗେଣ୍ଡୁ ଚାରା ରୋପଣ କରିଛନ୍ତି ମହିଳା ମାନେ । ଆଉ ଏବେ ଗେଣ୍ଡୁ ଅମଳ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ସୟଂ ସହାୟକ ଗୋଷ୍ଠୀର ମହିଳାମାନେ ।

କେବଳ ବ୍ୟବସାୟ ନୁହଁ । ରବି ପନିପରିବା କ୍ଷେତରେ ଗେଣ୍ଡୁ ଫୁଲ ଚାଷ (Marigold Flower farming) କରିବାର ଭିନ୍ନ ଉପକାରିତା ମଧ୍ୟ ରହିଛି । ଗେଣ୍ଡୁ (Marigold) ଫୁଲର ମହକ ଯୋଗୁ କିଟ ପତଙ୍ଗ ସବୁ ପନି ପରିବା ଫସଲ ଠାରୁ ଦୁରେଇ ରହିଥାଏ । ତେଣୁ ରବି ରୁତୁରେ ପନିପରିବା ମଧ୍ୟରେ ଗେଣ୍ଡୁ ଚାଷ ଲାଗି ପରାମର୍ଶ ଦେଇଛି ଉଦ୍ୟାନ ବିଭାଗ । ତେଣୁ ଉଦ୍ୟାନ ବିଭାଗର ତତ୍ୱାବଧାନରେ ଓଡିଶା ଜୀବିକା ମିଶନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨ ଟି ଗୋଷ୍ଠିର ୨୦ ମହିଳାଙ୍କୁ ନେଇ ୭ ହଜାର ୫୦୦ ଗେଣ୍ଡୁ ଚାରା ରୋପଣ କରାଯାଇଛି । ଆଉ ଗୋଟିଏ ଗୋଟିଏ ଫୁଲକୁ ୫୦ ପଇସା ଠାରୁ ଏକ ଟଙ୍କା ଦରରେ ବିକ୍ରି ହେଉଥିବା ଜଣାପଡିଛି ।

ପ୍ରକାଶ ଥାଉ ଯେ, ପର୍ବ ପର୍ବାଣୀ ସମୟରେ ଫୁଲ (Flowers) ର ଚାହିଦା ବଢୁଥିବା ବେଳେ ସୁନ୍ଦର ସୁନ୍ଦର ବୁକେ ଓ ଫ୍ଲୋରା ଡେକୋରେଶନର ଚାହିଦା ମଧ୍ୟ ବଢିବାରେ ଲାଗିଛି । ତେଣୁ ଆଗାମି ଦିନରେ ଗେଣ୍ଡୁ ସମେତ ଗୋଲାପ, ଜରବେରା ଆଦି ଫୁଲ ଚାଷକୁ ବ୍ୟାପକ କରିବାକୁ ଲକ୍ଷ ରଖିଛି ଓଡିଶା ଜୀବିକା ମିଶନ ।

କମ ଟଙ୍କାରେ ଘରର ଛାତରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ , ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

ଏହି ବ୍ୟବସାୟ କଲେ ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା, ହେବେ ଲାଭବାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments