1. ଉଦ୍ୟାନ କୃଷି

କମ ଟଙ୍କାରେ ଘରର ଛାତରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ , ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

ଆପଣମାନେ ନିଜ ଘରର ଖାଲି ଛାତକୁ ବ୍ୟବହାର କରି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

Sudesna Nayak
Sudesna Nayak
business idea about producing electricity by solar panels

business idea about producing electricity by solar panels

ଆଜି ଆମେ ଆପଣମାନଙ୍କୁ ଏପରି ଏକ ବ୍ୟାବସାୟିକ ଆଇଡିଆ ଦେଉଛୁ ଯେଉଁଥିରେ ଆପଣମାନେ ନିଜ ଘରର ଖାଲି ଛାତକୁ ବ୍ୟବହାର କରି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆମେ ଆପଣଙ୍କୁ ସୌର ପ୍ୟାନେଲ୍‌ ବ୍ୟବସାୟ (solar panel business) ବିଷୟରେ କହୁଛୁ ।

ସୌର ପ୍ୟାନେଲ୍‌ ବ୍ୟବସାୟ (solar panel business) ଏଗୁଡ଼ିକୁ ଆପଣମାନେ ଯେକୌଣସି ସ୍ଥାନରେ ଲଗାଯାଇପାରିବ । ଆପଣ ଏଗୁଡ଼ିକୁ ନିଜ ଘରର ଛାତ ଉପରେ ରଖି ବିଦ୍ୟୁତ୍ ଉତ୍ପାଦନ କରି ପାରିବେ । ଏହା ଆପଣମାନଙ୍କ ପାଇଁ ଏକ ଭଲ ରୋଜଗାରର ସମ୍ଭାବନା ସୃଷ୍ଟି କରିବ ।

ସହର ହେଉ କି ଗାଁ, ସବୁଆଡ଼େ ବିଦ୍ୟୁତର ଚାହିଦା ଦିନକୁ ଦିନ ବଢ଼ିଚାଲିଛି । ସୌର ପ୍ୟାନେଲ୍‌ (solar panels) ସ୍ଥାପନ କରିବା ପାଇଁ ଆବଶ୍ୟକ ହେଉଥିବା ଅର୍ଥର ୩୦ ପ୍ରତିଶତ କେନ୍ଦ୍ର ସରକାର ସବସିଡି ରୂପେ ଦେଉଛନ୍ତି । ସୌର ପ୍ୟାନେଲ୍‌ ଲଗାଇବା ପାଇଁ ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ।

କେନ୍ଦ୍ର ସରକାର (Central Government)ସୌର କାରଖାନା ସ୍ଥାପନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି । କେତେକ ରାଜ୍ୟ ଶିଳ୍ପ କ୍ଷେତ୍ରରେ ସୌର କାରଖାନାକୁ ବାଧ୍ୟତାମୂଳକ କରିଛନ୍ତି । ସୌର ଦ୍ରବ୍ୟ ବିକ୍ରୟ କରିବାର ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କ ପାଇଁ ବି ଏକ ବଡ଼ ସୁଯୋଗ ଅଛି । ଏଥି ମଧ୍ୟରେ ଆପଣ ସୋଲାର୍‌ ପିଭି, ସୋଲାର ଥର୍ମାଲ ସିଷ୍ଟମ୍‌, ସୋଲାର୍‌ ଆଟିକ୍ ଫ୍ୟାନ୍ ଓ ସୋଲାର କୁଲିଂ ସିଷ୍ଟମର ବ୍ୟବସାୟ ଆରମ୍ଭ କରିପାରିବେ ।

ବିଶେଷ କଥା ହେଉଛି ଯେ, ସୌର ଶକ୍ତି ସହ ଜଡିତ ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଅନେକ ବ୍ୟାଙ୍କର SME ଶାଖାରୁ ଋଣ ପାଇପାରିବେ । ଏହି ଋଣ ପରିମାଣ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ସରକାରଙ୍କ ଠାରୁ ମିଳୁଥିବା ସବସିଡି ପରେ ଏକ କିଲୋୱାଟ୍‌ ଶକ୍ତି ଉତ୍ପାଦନ କରୁଥିବା ସୌର କାରଖାନା ମାତ୍ର ୬୦ ହଜାର ଟଙ୍କାରୁ ୭୦ ହଜାର ଟଙ୍କା ମଧ୍ୟରେ ହିଁ ସ୍ଥାପିତ କରିହୁଏ ।

ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରାରମ୍ଭିକ ବିନିଯୋଗ ବହୁତ କମ୍ ହୋଇଥାଏ । କିନ୍ତୁ ତଥାପି ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଅନେକ ବ୍ୟାଙ୍କ୍‌ ଏହା ସ୍ଥାପନ କରିବା ପାଇଁ ଅର୍ଥ ପ୍ରଦାନ କରୁଛନ୍ତି । ଏଥି ପାଇଁ ଆପଣ ସୋଲାର୍‌ ସବସିଡି ସ୍କିମ୍, କୁସୁମ୍ ଯୋଜନା ଓ ଜାତୀୟ ସୌର ଶକ୍ତି ମିଶନ୍ ଅଧୀନରେ ବ୍ୟାଙ୍କରୁ SME ଋଣ ନେଇପାରିବେ । ଏକ ଆକଳନ ଅନୁଯାୟୀ, ଏହି ବ୍ୟବସାୟରେ ଏକ ମାସରେ ୩୦ ହଜାର ଟଙ୍କା ରୁ ୧ ଲକ୍ଷ ଟଙ୍କା ସହଜରେ ରୋଜଗାର ମିଳିପାରିବ ।

ସୌର ପ୍ୟାନେଲଗୁଡି଼କର ଆୟୁଷ ୨୫ ବର୍ଷ । ଆପଣ ନିଜ ଘରର ଛାତ ଉପରେ ଏହି ପ୍ୟାନେଲକୁ ସହଜରେ ସ୍ଥାପନ କରିପାରିବେ । ଏଥିସହିତ ଆପଣ ମାଗଣାରେ ବିଦ୍ୟୁତ୍ ପାଇବେ । ଏହାପରେ ବଳୁଥିବା ବିଦ୍ୟୁତ୍ ଗ୍ରୀଡ୍ ମାଧ୍ୟମରେ ସରକାରଙ୍କୁ କିମ୍ବା କୌଣସି କମ୍ପାନୀକୁ ମଧ୍ୟ ଆପଣ ବିକ୍ରି କରିପାରିବେ । ଯାହା ଫଳରେ ମାଗଣାରେ ବିଜୁଳି ସହିତ ଆପଣମାନଙ୍କୁ ରୋଜଗାର ବି ମିଳିବ ।

ଯଦି ଆପଣ ନିଜ ଘରର ଛାତ ଉପରେ ଦୁଇ କିଲୋୱାଟର ସୌର ପ୍ୟାନେଲ୍‌ ସ୍ଥାପନ କରୁଛନ୍ତି, ତେବେ ଦିନକୁ ୧୦ ଘଣ୍ଟା ସୂର୍ଯ୍ୟ କିରଣ ମିଳିଲେ ସେଥିରୁ ପ୍ରାୟ ୧୦ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ହେବ । ଯଦି ଆମେ ମାସିକିଆ ହିସାବ କରୁ, ତେବେ ଦୁଇ କିଲୋୱାଟର ସୌର ପ୍ୟାନେଲରୁ ମାସକୁ ପ୍ରାୟ ୩୦୦ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ ହେବ ।
ପ୍ରକାଶ ଥାଉ କି, ସୌର ପ୍ୟାନେଲଗୁଡିକର ରକ୍ଷଣାବେକ୍ଷଣରେ କୌଣସି ବିଶେଷ ସମସ୍ୟା ନାହିଁ । ତାର ବ୍ୟାଟେରୀକୁ ପ୍ରତି ୧୦ ବର୍ଷରେ ପରିବର୍ତ୍ତନ କରିବାକୁ ପଡିବ । ସେଥିପାଇଁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ ହୁଏ । ଆପଣ ସୋଲାର୍‌ ପ୍ୟାନେଲଗୁଡ଼ିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ମଧ୍ଯ ସହଜରେ ଘୁଞ୍ଚାଇ ପାରିବେ ।

ରାଜସ୍ଥାନରେ ନୂଆ ଘୋଷଣା : ସୌର ପମ୍ପ ଯୋଜନା

ରାଜ୍ୟ ସରକାର ଶୁଭାରମ୍ଭ କଲେ "ସୌର ଜଳନିଧି "

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments