1. କୃଷି ଖବର

ରାଜ୍ୟ ସରକାର ଶୁଭାରମ୍ଭ କଲେ "ସୌର ଜଳନିଧି "

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଏବେ ଉଦ୍ଘାଟନ ହୋଇଛି ଓଡିଶା ଲାଗି ଏକ ନୂତନ ସମ୍ଭାବନା "ସୌର ଜଳନିଧି "|ଗତ ଅକ୍ଟୋବର ମାସ ରେ ଶୁଭାରମ୍ଭ ହେଇଥିବା ଏହି ଯୋଜନା ଦ୍ୱାରା ସରକାର କୃଷି କ୍ଷେତ୍ର ରେ ସୌର ଶକ୍ତି ର ଅଧିକ ରୁ ଅଧିକତମ ବ୍ୟବହାର ର ଲକ୍ଷ ରଖିଛନ୍ତି |

KJ Staff
KJ Staff
Chief minister starts solar pump in Odisha

ଏହାର ଅନ୍ତର୍ଗତ ରାଜ୍ୟ ସରକାର ପ୍ରାୟେ ୫୦୦୦ ଟି ପମ୍ପସେଟ ଶତକଡା ୯୦ ଭାଗ ସବସିଡି ସହ ଚାଷୀ ମାନଙ୍କୁ ଯୋଗାଇବାର ଲକ୍ଷ ରଖିଛନ୍ତି |ଏହା ଦ୍ୱାରା ରାଜ୍ୟ ରେ ୨୫୦୦ ଏକର ଜଳସେଚିତ ଅଞ୍ଚଳ ର ବୃଦ୍ଧି ପାଇବ ଏବଂ ଚାଷୀ ମାନେ ବର୍ଷରେ ଅଧିକ ଚାଷ କରିପାରିବେ |

"ପ୍ରଥମ ପର୍ଯ୍ୟାୟରେ ଅବହେଳିତ ଓ ବିଦ୍ୟୁତ ଶକ୍ତି ଅଭାବୀ ଅଞ୍ଚଳ ର ଚାଷୀ ମାନଙ୍କୁ ଏହି ସୁବିଧା ଯୋଗାଇଦିଆଯିବ ଏବଂ ପରେ ଏହା ସମସ୍ତେ ଜିଲାରେ ପରିଚାଳିତ ହେବ ",ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ |ଏହାଦ୍ୱାରା ଚାଷୀଙ୍କ ଉପରେ ଆର୍ଥିକ ଭାରସାମ୍ୟ ହ୍ରାସ ପାଇବ ସହ ଜଳସେଚିତ ଅଞ୍ଚଳ ବୃଦ୍ଧି ପାଇବ ଫଳରେ ଚାଷୀ ମାନେ ଅଧିକ ଲାଭବାନ ହେବେ ବୋଲି ସେ ଉଲ୍ଲେଖ କରିଛନ୍ତି |

ଏହି କାର୍ଯ୍ୟକ୍ରମ ଟି ଓ.ଆର.ଇ.ଡି.ଏ ଦ୍ୱାରା ନିର୍ମିତ ମାତ୍ର ଏହାର ରାଜ୍ୟ କୃଷି ବିଭାଗ ଦ୍ୱାରା ପରିଚାଳିତ ହେବ |ଏହି ଯୋଜନା  ରାଜ୍ୟ ର ୫୦୦୦ ପରିବାରଙ୍କ ଜୀବିକା ନିର୍ଧାରଣ କରିବ |

"ଫାର୍ମର ଆଇ.ଡି. ଥିବା ନାମମାତ୍ରକ ଓ ଛୋଟ ଚାଷୀ ଯାହାର ସର୍ବନିମ୍ନ ୦.୫ ଏକର ଜମି ସହ କୂଅ ଅଛି ,ସେମାନେ ଏହି ଯୋଜନା ଅନ୍ତର୍ଗତ  ରହିବେ ବୋଲି କହିଛନ୍ତି "ରାଜ୍ୟ କୃଷି ସଚିବ ସୌରଭ ଗର୍ଗ |

ଜିଲା କଲେକଟରଙ୍କ ଦ୍ୱାରା ପରିଚାଳିତ ଏକ ସଂଗଠନ ,ଯୋଜନା ଦ୍ୱାରା ଉପକୃତ ଚାଷୀ ମାନଙ୍କର ତାଲିକା ତିଆରି କରିବେ  |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments