1. ସରକାରୀ ସ୍କିମ

ରାଜସ୍ଥାନରେ ନୂଆ ଘୋଷଣା : ସୌର ପମ୍ପ ଯୋଜନା

ବିଜ୍ଞାନ ଏବଂ ବୈଷୟିକ ବିଦ୍ୟାକୁ କୃଷି କାର୍ଯ୍ୟ ସହିତ ସଂଯୋଗ କରିବାର ଲକ୍ଷ୍ୟ ନେଇ ରାଜସ୍ଥାନର ସରକାର ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି l ଏଇ ନିକଟରେ ରାଜ୍ୟରେ 'ସୌର ପମ୍ପ ଯୋଜନା' କାର୍ଯ୍ୟକରିବା ନିମନ୍ତେ ସରକାର ଘୋଷଣା କରିଛନ୍ତି l ବର୍ତ୍ତମାନ ସମୟରେ ଚାଲିଥିବା କୃଷକ ଆନ୍ଦୋଳନ ଭିତରେ ରାଜସ୍ଥାନ ସରକାର 'କୁସୁମ ଯୋଜନା' ଅଧୀନରେ ସୌର ପମ୍ପ ସ୍ଥାପନ କରିବା ନିମନ୍ତେ ଯୋଜନା କରୁଛନ୍ତି l ଯାହା ଫଳରେ ରାଜସ୍ଥାନର ଦୂରବର୍ତ୍ତୀ ଗ୍ରାମରେ ବିଜୁଳି ଶକ୍ତି ଉପଲବ୍ଧ କରାଯାଇପାରିବ ଏବଂ କୃଷକମାନେ କୃଷି କାର୍ଯ୍ୟ ନିମନ୍ତେ ଠିକ ସମୟରେ ବିଜୁଳି ଶକ୍ତି ପାଇପାରିବେ l

Sugyan Kumar Nayak
Sugyan Kumar Nayak
Solar Pump Yojana

ରିପୋର୍ଟ ଅନୁସାରେ, ରାଜ୍ୟରେ ପମ୍ପଗୁଡ଼ିକ ସ୍ଥାପନ କରିବାକୁ ରାଜସ୍ଥାନ ସରକାର 11.85 କୋଟି ଟଙ୍କା ମଞ୍ଜୁର କରିବେ, 5000 ଜଣ କୃଷକ ଏହାର ଲାଭ ଉଠାଇବେ l ରାଜ୍ୟର ଅଧିକାଂଶ ଆଦିବାସୀ କୃଷକମାନଙ୍କର ଦୁର୍ବଳ ଆର୍ଥିକ ଅବସ୍ଥାକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ଅଶୋକ ଗେହଲଟ ସୌର ପମ୍ପଗୁଡ଼ିକ ସ୍ଥାପନ କରି 5 ହଜାର କୃଷକଙ୍କୁ ଲାଭ ପ୍ରଦାନ କରିବାକୁ 2020-2021 ବର୍ଷ ବଜେଟରେ ଘୋଷଣା କରିଛନ୍ତି l

11.85 କୋଟି ଟଙ୍କାର ଅର୍ଥ ମଞ୍ଜୁରୀ

ଏହି ସ୍କିମ ଅଧୀନରେ 4500 ଆଦିବାସୀ କୃଷକ 2ଟି କମ୍ପୋନେଣ୍ଟରେ ଲାଭ ପାଇବେ ଏବଂ ସେଥିପାଇଁ 11.85 କୋଟି ଟଙ୍କା ଖର୍ଚ୍ଚ ହେବ l କମ୍ପୋନେଣ୍ଟ B ଅଧୀନରେ ସୌର ପମ୍ପ ପ୍ଲାଣ୍ଟ ସ୍ଥାପନ କରିବାକୁ 1500 ଆଦିବାସୀ କୃଷକଙ୍କୁ 45 ହଜାର ଟଙ୍କାର ମଞ୍ଜୁରୀ ପ୍ରଦାନ କରାଯିବ ଏବଂ ଏଥି ନିମନ୍ତେ 6.75 କୋଟି ଟଙ୍କା ମଞ୍ଜୁର କରାଯାଇଛି l ଏହି ଯୋଜନାଟିକୁ ଟେକ୍ନୋଲୋଜି ବିଭାଗ ଦ୍ୱାରା ଲାଗୁ କରାଯିବ l

ଏହା ଦ୍ୱାରା କୃଷକମାନେ ବିଜୁଳି ନିମନ୍ତେ ଖର୍ଚ୍ଚରୁ ମୁକ୍ତି ପାଇବେ l ଏହି ଯୋଜନାରେ କୃଷକମାନେ ଚାଷରୁ ଅଧିକ ଅମଳ ପାଇ ପାରିବେ, ଯାହା ସେମାନଙ୍କର ରୋଜଗାର ବୃଦ୍ଧି କରିବ l କମ୍ପୋନେଣ୍ଟ C ଅଧୀନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ଆଦିବାସୀ କୃଷକମାନଙ୍କର କୂଅଗୁଡ଼ିକୁ ସୌର ଶକ୍ତି ଦ୍ୱାରା ସଂଯୋଗ କରାଯିବ l ଏହା ଦ୍ୱାରା ଆଦିବାସୀ କୃଷକମାନଙ୍କୁ ବିଜୁଳୀ ଖର୍ଚ୍ଚରୁ ମୁକ୍ତି ଦେବ ଏବଂ ବଳକା ପାୱାରକୁ ଗ୍ରୀଡ଼କୁ ପଠାଯାଇ ପାରିବ l ଏଥିରୁ ମିଳିବା ଆୟରୁ କିସ୍ତି ଅନୁସାରେ ସୌର ପମ୍ପ ଋଣକୁ ସୁଝାଯିବ l କମ୍ପୋନେଣ୍ଟ C ଅଧୀନରେ 3000 ଜଣ ଆଦିବାସୀ  କୃଷକ ଉପକୃତ ହେବେ ଏବଂ କୃଷକଙ୍କ ପିଛା 17 ହଜାର ଟଙ୍କାର ମଞ୍ଜୁରୀ ପ୍ରଦାନ କରାଯିବ l ଏହି ନିମନ୍ତେ 5.10 କୋଟି ଟଙ୍କା ଅନୁମୋଦନ ଲାଭ କରିଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments