1. କୃଷି ବିଶ୍ବକୋଷ

ଏହି ଉନ୍ନତ କିସମ ପଣସ ଚାଷରେ ଅଧିକ ରୋଜଗାର...

ପଣସର ଅନେକ ପ୍ରକାର ଉନ୍ନତ କିସମ ରହିଛି । ଚମ୍ପା, ହଜାର, ସିଲୋନ, ଖଜରା, କର୍ପୁର, ଗୁଲାବି, ରୁଦ୍ରାକ୍ଷୀୀ, ଭାଦୋହୀ ଇତ୍ୟାଦି । ମଞ୍ଜିରୁ ଚାରା ପ୍ରସ୍ତୁତ କରିହେବ କିମ୍ବା ଆପଣ ସିଧାସଳଖ ମଞ୍ଜି ଲଗାଇପାରିବେ ।

Tanushree Mahapatra
Tanushree Mahapatra
More income from these variety jackfruit cultivation, image source - pexels

More income from these variety jackfruit cultivation, image source - pexels

ପଣସ ଚାଷ ବିଭିନ୍ନ ଶ୍ରେଣୀର ଲୋକେ କରିପାରିବେ l ବ୍ୟବସାୟ ଭିତ୍ତିରେ ପଣସ ଚାଷ କରିଲେ ଅଧିକ ଲାଭ ମିଳିପାରିବ l ଓଡ଼ିଶା ସରକାର ପଣସ ଯୋଜନାରେ ଚାଷୀଙ୍କୁ ଅନେକ ପ୍ରକାର ସରକାରୀ ସହାୟତା ପ୍ରଦାନ କରୁଛନ୍ତି l ଯାହା ମାଧ୍ୟମରେ ଚାଷୀ ପଣସ ଚାଷ କରି ଅଧିକ ରୋଜଗାର କରିପାରୁଛନ୍ତି l ଭାରତରେ ଅଧିକ ପଣସ ଚାଷ ହୋଇଥାଏ ଏବଂ ଭାରତ ପ୍ରଥମ ( ୩୦ %) ସ୍ଥାନରେ ମଧ୍ୟ ରହିଛି l ହିମାଳୟ ଅଞ୍ଚଳରେ ପଣସ ଚାଷ ହୋଇପାରିବ ନାହିଁ l ଆମ ଦେଶର ତ୍ରିପୁରା ରେ ଅଧିକ ପଣସ ଚାଷ କରାଯାଉଛି ଏବଂ ଏହାପରେ କେରଳରେ ଅଧିକ ଚାଷ ହୋଇଥାଏ l

ଓଡ଼ିଶାରେ ମାତ୍ର ୫ % ପଣସ ଚାଷ କରାଯାଉଛି l ମେ ଜୁନ ଜୁଲାଇ ରେ ଅଧିକ ବଜାର ଚାହିଦା ରହିଥିବାରୁ ଏହି ସମୟରେ ଚାଷୀ ଅଧିକ ଟଙ୍କା କମାଇଥାନ୍ତି l  ପଣସ ଚାଷ ସମସ୍ତ ପ୍ରକାର ମାଟିରେ ଭଲ ହୋଇଥାଏ l ପାଣି ଜମୁ ନ ଥିବା ମାଟିରେ ଚାଷ ହୋଇପାରିବ l ଅଧିକ ଥଣ୍ଡା ଅଞ୍ଚଳରେ ଚାଷ ହୋଇପାରିବ ନାହିଁ ପଣସ l ଫୁଲ ହୋଇଥିବା ସମୟରେ ବର୍ଷା ହେଲେ ଫୁଲ ନଷ୍ଟ ହେବାର ସମ୍ଭାବନା ଅଧିକ l ଏପ୍ରିଲ ମେ ମାସ ରେ ବର୍ଷା ହୋଇଥାଏ ଯାହାକି ପଣସ ଚାଷ ପାଇଁ ଭଲ l

ପଣସର ଅନେକ ପ୍ରକାର ଉନ୍ନତ କିସମ ରହିଛି । ଚମ୍ପା, ହଜାର, ସିଲୋନ, ଖଜରା, କର୍ପୁର, ଗୁଲାବି, ରୁଦ୍ରାକ୍ଷୀୀ, ଭାଦୋହୀ ଇତ୍ୟାଦି । ମଞ୍ଜିରୁ ଚାରା ପ୍ରସ୍ତୁତ କରିହେବ କିମ୍ବା ଆପଣ ସିଧାସଳଖ ମଞ୍ଜି ଲଗାଇପାରିବେ । ଗଛ ଲଗାଇବାର ଠିକ ୭ ରୁ ୮ ବର୍ଷ ମଧ୍ୟରେ ଫଳ ଆସିଥାଏ । ଭଲ ଭାବେ ଯଦି ଚାଷ କରାଯାଏ ତେବେ ପ୍ରାୟ ୪୦୦ କିଲୋଗ୍ରାମ ଫଳ ଅମଳ ହୋଇପାରିବ ।

ଆମ ରାଜ୍ୟରେ ଜୁଲାଇ-ଅଗଷ୍ଟ ମାସରେ ପଣସ ଗଛ ଲଗାଯାଇପାରିବ । ଧ୍ୟାନ ରଖିବା ଉଚିତ ଧାଡ଼ିକୁ ଧାଡ଼ି ୧୦ ମିଟର ଏବଂ ଗଛକୁ ଗଛ ୧୦ ମିଟର ଦୂରତା ରହିବା ଆବଶ୍ୟକ । ଏହିପରି ଗଛ ଲଗାଇଲେ ଏକର ପ୍ରତି ପ୍ରାୟ ୪୦ଟି ଗଛ ଲଗାଯାଇପାରିବ । ପଣସ ଗଛ ଲଗାଇବାକୁ ହେଲେ ୧ ମିଟର ଲମ୍ବ, ୧ ମିଟର ଓସାର ଏବଂ ୧ ମିଟର ଗଭୀରତାର ଗାତ ଖୋଳିବାକୁ ପଡ଼ିବ । ସେହି ଗାତରେ ୩ ରୁ ୪ ଝୁଡ଼ି ସଢ଼ା ଖତ ଦେବାକୁ ହେବ । ଏଥି ସହିତ ପ୍ରତିବର୍ଷ ଗଛରେ ଯବକ୍ଷାରଯାନ, ଫସଫରସ ଓ ପଟାସ ସାର ଦେବାକୁ ପଡ଼ିବ । 

Read more 

କିପରି କରିବେ ସଫଳ କାଙ୍ଗୁ ଚାଷ ?

ଡିଜିଟାଲ ହେଲା ପଞ୍ଚମ ସାମୁଦ୍ରିକ ମତ୍ସ୍ୟ ଗଣନା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ