Agripedia

ସୋରିଷ ଚାଷ ଓ ତାହାର ପରିଚାଳନା

ଜଳସେଚନ ଥିବା ଅଞ୍ଚଳରେ ନଭେମ୍ବର ମାସ ଦ୍ଵିତୀୟ ସପ୍ତାହ ସୁଦ୍ଧା ସୋରିଷ ବିହନ ବୁଣିବା ଆବଶ୍ୟକ l ଏହି ସମୟ ଉଚିତ ଏବଂ ଜଳବାୟୁ ମଧ୍ୟ ଉପଯୁକ୍ତ ରହିଥାଏ ବିହନ ବୁଣିବା ପାଇଁ l

22 November, 2024 4:43 PM IST By: Tanushree Mahapatra

ସୋରିଷ ଚାଷ ଏକ ତୈଳବୀଜ ଚାଷ l ଏହାର ବିଭିନ୍ନ ଔଷଧୀୟ ଗୁଣ ମଧ୍ୟ ରହିଛି l ଉନ୍ନତ ବିହନ ବ୍ୟବହାର କରି ସୋରିଷ ଚାଷ କଲେ ଚାଷୀ ଅଧିକ ଲାଭ ଉଠାଇପାରିବେ l ଭଲ ଗୁଣବତ୍ତା ସୋରିଷ ହେଲେ ବଜାରରେ ଭଲ ଦର ମଧ୍ୟ ପାଇବେ l ସୋରିଷ ଚାଷ ଖରିଫରେ ଜଣେ ଚାଷୀ କରି ପାରିବ l ନିଗିଡ଼ା , ଢିପ , ଦୋରସା , ମଟାଳ ଓ ପଟୁମାଟି ସୋରିଷ ଚାଷ ପାଇଁ ଉପଯୁକ୍ତ l

ବିଭିନ୍ନ କିସମ :-

ଜଳସେଚିତ କିସମ - କ୍ରାନ୍ତି ବରୁଣ , ପୁସା ବାହାର , ପୁସା ବୋଲ୍ଡ , ପି.ଟି - ୫୦୭ , ପୁସା ଜୟ କିସାନ

ଅଣଜଳସେଚିତ କିସମ - ଏମ -୨୭ , ପି.ଟି - ୫୦୭, ପି.ଟି - ୩୦୩ , ଅନୁରାଧା , ସୁଶ୍ରୀ , ପାର୍ବତୀ , ତପେଶ୍ୱରୀ

ବିହନ ବୁଣିବା ସମୟ :-

ଜଳସେଚନ ଥିବା ଅଞ୍ଚଳରେ ନଭେମ୍ବର ମାସ ଦ୍ଵିତୀୟ ସପ୍ତାହ ସୁଦ୍ଧା ସୋରିଷ ବିହନ ବୁଣିବା ଆବଶ୍ୟକ l ଏହି ସମୟ ଉଚିତ ଏବଂ ଜଳବାୟୁ ମଧ୍ୟ ଉପଯୁକ୍ତ ରହିଥାଏ ବିହନ ବୁଣିବା ପାଇଁ l ମାଟି ବତରକୁ ଦୃଷ୍ଟିରେ ରଖି ଅଣଜଳସେଚିତ ଅଞ୍ଚଳରେ ଅକ୍ଟୋବର ମାସ ଦ୍ଵିତୀୟ ସପ୍ତାହ ସୁଦ୍ଧା ବିହନ ବୁଣିବା ଉଚିତ l ସୋରିଷ ବୁଣିବା ଆଗରୁ ବିହନ ବିଶୋଧନ କରିବା ଆବଶ୍ୟକ l

ବିହନ ପରିମାଣ :-

ପୁଣିବା ପ୍ରଣାଳୀ ସହିତ ଉନ୍ନତ ବିହନକୁ ଦୃଷ୍ଟିରେ ରଖି ଜଣେ ଚାଷୀ ୩ ରୁ ୪ କିଲୋଗ୍ରାମ ବିହନ ଆବଶ୍ୟକ l ବିହନ ବୁଣିବା ପୂର୍ବରୁ ବିହନକୁ ବିଶୋଧନ କଲେ କ୍ଷେତରେ ରୋଗ ପୋକ ହୋଇନଥାଏ l  ପ୍ରତି ୧ କିଲୋଗ୍ରାମ ବିହନ ସହିତ ୨ ଗ୍ରାମ କାର୍ବେଣ୍ଡିଜିମ୍ କିମ୍ବା ୩ ଗ୍ରାମ ଥିରମ୍ ମିଶାଇ ବିହନ ବିଶୋଧନ କରନ୍ତୁ l

ଜମି ପ୍ରସ୍ତୁତି :-

ପ୍ରଥମରେ ୩ ରୁ ୪ ଓଡ଼ ଚାଷ କରି ମାଟି ଗୁଣ୍ଡ କରନ୍ତୁ l ଧାଡ଼ିକୁ ଧାଡ଼ି ୨୫ ରୁ ୩୦ ସେ.ମି ଦୂରତା ରଖନ୍ତୁ l ୮ ରୁ ୧୦ ସେ.ମି ବ୍ୟବଧାନରେ ବିହନ ବୁଣନ୍ତୁ l ଜଳସେଚିତ ହେଉଥିବା ଜମିରେ ୧୦୦ ରୁ ଅଧିକ ଦିନିଆ କିସମ ଚାଷ କରୁଥିଲେ ଧାଡ଼ିରେ ୪୫ ସେ.ମି ଦୂରତା ରଖନ୍ତୁ l

ଖତ ସାର ପରିଚାଳନା :-

ଭଲ ଗୋବର ଖତକୁ ଏକର ପ୍ରତି ୨ ଟନ ବ୍ୟବହାର କରନ୍ତୁ l ଅଣଜଳସେଚିତ ବିହନ କିସମ ପାଇଁ ୧୬ କିଲୋଗ୍ରାମ ଯବକ୍ଷାରଜାନ , ୮ କିଲୋଗ୍ରାମ ଫସଫରସ , ୮ କିଲୋଗ୍ରାମ ପଟାସ ଆବଶ୍ୟକ l ବିହନ ବୁଣିବା ପୂର୍ବରୁ ଏ ସମସ୍ତ ସାରକୁ ମାଟିରେ ମିଶାଇ ଦିଅନ୍ତୁ l ଜଳସେଚିତ ଜମିରେ ୧୦ କିଲୋଗ୍ରାମ ଯବକ୍ଷାରଜାନ , ୧୦ କିଲୋଗ୍ରାମ ଫସଫରସ , ୧୦ କିଲୋଗ୍ରାମ ପଟାସ ଆବଶ୍ୟକ l ଏହି ଖାଦ୍ୟସାରକୁ ମାଟିରେ ମିଶାଇ ଦିଅନ୍ତୁ l ଏହାର ୩ ସପ୍ତାହ ପରେ ୧୦ କିଲୋଗ୍ରାମ ଯବକ୍ଷାରଜାନ ଧାଡ଼ି ମଧ୍ୟରେ ପ୍ରୟୋଗ କରି କୋଡ଼ାଖୁସା କରନ୍ତୁ l

ଜଳସେଚନ :-

ସୋରିଷ ଚାଷ ମୋଟ ୩୦୦ ମିଲିମିଟର ପାଣି ଆବଶ୍ୟକ କରିଥାଏ l ଚାରା , ଫୁଲ ଆସିବା ସମୟରେ ଏବଂ ଫଳ ବୃଦ୍ଧି ହେବା ସମୟରେ ୩ ଥର ଜଳ ପ୍ରଦାନ କରନ୍ତୁ ଫସଲରେ l ଅଧିକ ଜଳ ଫସଲ ନଷ୍ଟ ମଧ୍ୟ କରିପାରେ l ମୋଟା ଥିବା ଗଛକୁ ପତଳା କରନ୍ତୁ l ୨୦ ରୁ ୨୫ ଦିନ ବେଳକୁ କୋଡ଼ାଖୁସା କରନ୍ତୁ l

ଅମଳ :-

ଗଛ ଗୁଡିକ ଶୁଖିଯାଇ ହଳଦିଆ ପଡିଗଲେ ଜାଣନ୍ତୁ ଅମଳ ସମୟ ହୋଇଯାଇଛି l ଏହି ସମୟରେ ସକାଳ ସମୟ ଦେଖି ଗଛ ଗୁଡ଼ିକ କାଟି ନିଅନ୍ତୁ l ଏହାପରେ ୨ ରୁ ୩ ଦିନ ପର୍ଯ୍ୟନ୍ତ ଖରାରେ ଶୁଖାନ୍ତୁ ଅମଳ ହୋଇଥିବା ସୋରିଷ ଗଛକୁ l ପରେ ବିଭିନ୍ନ ଉପାୟ ରହିଛି ଯାହାକୁ ବ୍ୟବହାର କରି ଆପଣ ଗଛରୁ ବିହନ ଅମଳ କରନ୍ତୁ l ଯଦି ଚାଷ ସଠିକ ହୋଇଛି ତେବେ ଜଳସେଚିତ ଜମିରୁ ୫ ରୁ ୬ କ୍ୱିଣ୍ଟାଲ ସୋରିଷ ଅମଳ ହେବ l ସେହିପରି ଅଣଜଳସେଚିତ ଜମିରୁ ୨.୫ ରୁ ୬ କ୍ୱିଣ୍ଟାଲ ଅମଳ ହେବ l

ତେବେ ସୋରିଷ ଚାଷ ବିଷୟରେ ଅଧିକ ଜାଣିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ l ସଠିକ ତଥ୍ୟ ଓ ସଠିକ ପ୍ରଣାଳୀରେ ଆପଣ ଚାଷ କଲେ ତାହାର ସଠିକ ଲାଭ ମଧ୍ୟ ପାଇବେ l

Read more:

ହଳଦୀ ଚାଷ ସହ ଜଡିତ କିଛି ଜରୁରୀ ସୂଚନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗ୍ରାମୀଣ ଭାରତ ହେବ ସଶକ୍ତ !