1. କୃଷି ବିଶ୍ବକୋଷ

ନାନୋ ୟୁରିଆ ପରେ ନାନୋ ଡିଏପି ଅନୁମୋଦିତ

Tanushree Mahapatra
Tanushree Mahapatra
Nano DAP is approved after Nano Urea

Nano DAP is approved after Nano Urea

ଆପଣମାନେ ଜାଣିଥିବେ କୃଷି ହେଉଛି ଦେଶ ଅର୍ଥନୀତିର ମେରୁଦଣ୍ଡ । ନବୀନ ସରକାର ତଥା ରାଜ୍ୟ ସରକାରଙ୍କ ଶାସନ ସମୟରେ ରାଜ୍ୟରେ କୃଷି ଅଭିବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ପରିଣତି ସ୍ୱରୂପ ଆଜି ଦେଖିବାକୁ ଗଲେ ଦେଶଠାରୁ ଓଡ଼ିଶାର କୃଷି ଅଭିବୃଦ୍ଧି ଢ଼େର ଊର୍ଦ୍ଧ୍ୱରେ ପହଞ୍ଚି ସାରିଛି । ଦେଶର କୃଷି ଅଭିବୃଦ୍ଧି ହାର ୫.୯୮% ହୋଇ  ଥିବାବେଳେ ଓଡ଼ିଶାରେ ଏହା ପାଖାପାଖି ୨୨.୫୨% ହୋଇଛି ।

ତେବେ ଗତକାଲି ଆଉ ଏକ ସାର କୁ ବ୍ୟବହାର ପାଇଁ ମାନ୍ୟତା ମିଳିଛି l ଯାହା ଚାଷ କ୍ଷେତ୍ର ପାଇଁ ଏକ ଶୁଭ ଖବର l  ସାର ଆତ୍ମନିର୍ଭରତା ଦିଗରେ ଆଉ ଏକ ବଡ ସଫଳତା l ନାନୋ ୟୁରିଆ ପରେ ନାନୋ ଡିଏପି ( Nano DAP )  ଅନୁମୋଦିତ  l କୃଷକଙ୍କ ଜୀବନକୁ ସହଜ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଲେ ପ୍ରଧାନମନ୍ତ୍ରୀ l ଭାରତ ସରକାର ନାନୋ ୟୁରିଆ ପରେ ନାନୋ ଡିଏପିକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ଆମ ଚାଷୀ ଭାଇ ଓ ଭଉଣୀମାନଙ୍କ ଜୀବନକୁ ସହଜ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଆମ ଚାଷୀ ଭାଇ-ଭଉଣୀଙ୍କ ଜୀବନକୁ ସହଜ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।”

ନାନୋ ୟୁରିଆ ପରେ ଏବେ ଭାରତ ସରକାର ବର୍ତ୍ତମାନ ନାନୋ ଡିଏପିକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶନିବାର ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି । ସେ ନିଜ ଟ୍ୱିଟ ରେ ଲେଖିଛନ୍ତି ଯେ , ’ସାରରେ ଆତ୍ମନିର୍ଭରଶୀଳତା ପାଇଁ ଏହା ହେଉଛି ଆଉ ଏକ ବଡ଼ ସଫଳତା ! ତେବେ ଏବେ ନାନୋ ୟୁରିଆ ପରେ ଭାରତ ସରକାର ବର୍ତ୍ତମାନ ନାନୋ ଡିଏପିକୁ ମଧ୍ୟ ଅନୁମୋଦନ କରିଛନ୍ତି  । ଆଶା କରାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତ ଦର୍ଶନ ଅନୁଯାୟୀ ଏହି ସଫଳତା କୃଷକମାନଙ୍କୁ ବିପୁଳ ଲାଭ ଦେବ ବୋଲି  । ବର୍ତ୍ତମାନ ଡିଏପିର ଏକ ବ୍ୟାଗ ବୋତଲ ଆକାରରେ ଉପଲବ୍ଧ ହେବ । ଯାହା ଚାଷୀ ବଜାର ରୁ କିଣି ପାରିବେ l

ଏହି ସାର ୟୁରିଆ ପରେ ଦେଶରେ ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ହେଉଥିବା ସାର । ସୂଚନା ଅନୁଯାୟୀ, ବାର୍ଷିକ ପ୍ରାୟ ୧୦ ରୁ ୧୨.୫ ନିୟୁତ ଟନ ଡିଏପି ବ୍ୟବହୃତ ହୋଇଥାଏ ଚାଷ କ୍ଷେତରେ  । ତେବେ ଏହା ସୂଚାନଯୋଗ୍ୟ ଯେ ଡିଏପିର ଉତ୍ପାଦନ ମାତ୍ର ଚାରିରୁ ପାଞ୍ଚ ନିୟୁତ ଟନ ରହିଛି । ଦେଶ ବାକି ଡିଏପି ଆମଦାନୀ କରିଥାଏ ଅନ୍ୟ ଦେଶକୁ । ଇଫକୋ ଦ୍ୱାରା ପ୍ରସ୍ତୁତ ଡିଏପିକୁ ଫର୍ଟିଲାଇଜର୍‌ କଣ୍ଟ୍ରୋଲ ଅର୍ଡରରେ କେନ୍ଦ୍ର ସରକାର ଅନ୍ତର୍ଭୁକ୍ତ କରିଛନ୍ତି ଏହାକୁ । ଏହା ହେଉଛି ଆଇନ ଯାହା ଦେଶରେ ସାର ବିକ୍ରୟ, ମୂଲ୍ୟ, ବଣ୍ଟନକୁ ନିୟନ୍ତ୍ରଣ କରିଥାଏ । ଫର୍ଟିଲାଇଜର୍‌ କଣ୍ଟ୍ରୋଲ ଅର୍ଡରରେ ସାମିଲ ହୋଇ ଡିଏପିର ଵାଣିଜ୍ୟକ କାରବାର ପାଇଁ ଆଇନ ସହଜ ହୋଇଥାଏ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପରେ କୃଷକମାନେ ସବୁଠାରୁ ବଡ ହିତାଧିକାରୀ ହେବାକୁ ଯାଉଛନ୍ତି । ତେବେ କେନ୍ଦ୍ର ର ଏଭଳି ପଦକ୍ଷେପ ଚାଷ କ୍ଷେତ୍ର ରେ ଉନ୍ନତି ଆଣିବା ଯାହାକି ଚାଷ କ୍ଷେତ୍ରକୁ ଆଉ ଏକ ପାଦ ଆଗକୁ ନେବ l

ଜାରି ଧାନ କ୍ରୟ ରୁ 1 କୋଟିରୁ ଅଧିକ ଚାଷୀ ଲାଭବାନ

ଏବେ ସମସ୍ତ ରାଜ୍ୟରେ SMART-PDS ବ୍ୟବସ୍ଥା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News