1. କୃଷି ବିଶ୍ବକୋଷ

ନୂତନ କୃଷି, ନୂତନ ପ୍ରଣାଳୀ: ଆକ୍ଵାପୋନିକ୍ସ

ସମୟ ବଦଳିବାରେ ଲାଗିଛି l ସମସ୍ତେ ଆଧୁନିକତାର ଉନ୍ନତ ରାସ୍ତାରେ ଚଳିବାରେ ବ୍ୟସ୍ତ l ପରିବର୍ତ୍ତନ ହିଁ ପ୍ରକୃତିର ନିୟମ ତେଣୁ ସମୟ ସହିତ ଆମେ ମଧ୍ୟ ନିଜକୁ ବଦଳାଇ ସମୟ ସହିତ ତାଳ ମିଳାଇ ଚାଲିବା ହିଁ ଉପଯୁକ୍ତ l ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ସହିତ କୃଷି କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ହେବାରେ ଲାଗିଛି l

Sugyan Kumar Nayak
Sugyan Kumar Nayak
Aquaponics

Aquaponics

ସମୟ ବଦଳିବାରେ ଲାଗିଛି l ସମସ୍ତେ ଆଧୁନିକତାର ଉନ୍ନତ ରାସ୍ତାରେ ଚଳିବାରେ ବ୍ୟସ୍ତ l ପରିବର୍ତ୍ତନ ହିଁ ପ୍ରକୃତିର ନିୟମ ତେଣୁ ସମୟ ସହିତ ଆମେ ମଧ୍ୟ ନିଜକୁ ବଦଳାଇ ସମୟ ସହିତ ତାଳ ମିଳାଇ ଚାଲିବା ହିଁ ଉପଯୁକ୍ତ l ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ସହିତ କୃଷି କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ହେବାରେ ଲାଗିଛି l ଭାରତରେ ମଧ୍ୟ ଏବେ ପାରମ୍ପରିକ ପଦ୍ଧତିରେ କୃଷିକୁ ଛାଡ଼ି ଆଧୁନିକ ପ୍ରଣାଳୀରେ କୃଷି କରାଯାଉଛି l ଏହା ପଛରେ ଦେଶର କୃଷି ବୈଜ୍ଞାନିକ ମାନଙ୍କର ଦୂରଦର୍ଶୀ ଚିନ୍ତାଧାରା ସହିତ ଯୁବ କୃଷକମାନଙ୍କର ଚେଷ୍ଟା, ପରିଶ୍ରମ ଓ କିଛି ନୂଆ ତଥା ଆଲଗା କରି ଦେଖେଇବାର ଜିଦି ଓ ଆଗ୍ରହ ହିଁ ରହିଛି l ବୋଧହୁଏ ଏହି ସବୁ କାରଣ ପାଇଁ ହିଁ ଭାରତରେ ହାଇଡ୍ରୋପୋନିକ୍ସ, ଆକ୍ଵାକଲଚର ପରେ ପରେ ଏବେ ଆକ୍ଵାପୋନିକ୍ସ ପାଇଁ ମଧ୍ୟ କୃଷକମାନଙ୍କର ଧ୍ୟାନ ଓ ଇଛା ବଢ଼ିବାରେ ଲାଗିଛି l ଏହି କୌଶଳ ମାଧ୍ୟମରେ ପାଣିର ପାର୍ଶ୍ଵବର୍ତ୍ତୀ ସ୍ଥାନରେ ପନିପରିବା ଓ ପାଣିରେ ମାଛ ଚାଷ କରାଯାଇପାରିବ l ତେବେ ଆସନ୍ତୁ ଜାଣିବା କଣ ଏହି ଆକ୍ଵାପୋନିକ୍ସ ଫାର୍ମିଙ୍ଗ ଓ ଏହା ଭାରତର କେଉଁ ସବୁ ସ୍ଥାନରେ କରାଯାଉଛି l

ବିହାରରେ ଚାଲିଛି ଆକୁଆପୋନିକ୍ସ ଫାର୍ମର ପ୍ରସ୍ତୁତି l ଖବର ମୁତାବକ ବିହାର ରାଜ୍ୟର ଭୋଜପୁରର କନ୍ଦରପୁର ଅଞ୍ଚଳରେ ରାଜ୍ୟର ପ୍ରଥମ ଆକ୍ଵାପୋନିକ୍ସ ଫାର୍ମ ପ୍ରସ୍ତୁତ କରାଯାଉଛି l ଯାହାକି ଚଳିତ ବର୍ଷର ଅଗଷ୍ଟ ମାସରେ ହିଁ କାର୍ଯ୍ୟକାରୀ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି l ଏଠାରେ ମାଛ ଚାଷ ସହିତ ପନିପରିବାର ସାମଗ୍ରିକ କୃଷି କରାଯିବ l ଏଥିରେ ଜୈବିକ ପ୍ରଣାଳୀରେ ପନିପରିବା ଚାଷ କରାଯିବ ଏବଂ ଏଥିପାଇଁ ଜରୁରୀ ପୋଷକତତ୍ତ୍ୱ ମାଛ ମାନଙ୍କର ମଳ ମୂତ୍ରରୁ ହିଁ କରାଯିବ l ସବୁଠାରୁ ଲାଭଦାୟକ କଥା ଏହା ଯେ ଅଧିକାଂଶ ସମୟରେ ବିଭିନ୍ନ ରୋଗ ଓ ଜଳ ଅଭାବରୁ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ l ଯାହାକି ଏହି ଆକ୍ଵାପୋନିକ୍ସ କୌଶଳ ଦ୍ୱାରା ସମାଧାନ କରାଯାଇପାରିବ l କହିଦେଇଥାଉ କି ବିଦେଶରୁ ଆସିଥିବା ଏହି କୌଶଳ ଅଧିକ ଅର୍ଥସାପେକ୍ଷ ହୋଇଥାଏ l ମାତ୍ର ଏହି କୌଶଳରେ ଦେଶରେ ଏକ ଉଜ୍ବଳ ଭବିଷ୍ୟତ ରହିଛି l  କାଁଧରପୁର ଗ୍ରାମର ଉନ୍ନତ ଚାଷୀ ଧର୍ମଦେବ ସିଂଙ୍କର କହିବା ମୁତାବକ ତାଙ୍କର ଆଇଆଇଟି କରୁଥିବା ପୁଅ ଓ ତାଙ୍କର ସାଙ୍ଗମାନେ ତାଙ୍କୁ ଏହି ପ୍ରଣାଳୀରେ କୃଷି କରିବା ପାଇଁ ପ୍ରେରଣା ଦେଇଥିଲେ l ସେ ଏହି କୌଶଳକୁ ଆପଣାଇ ପ୍ରାୟ ଏକ ଏକର ଜମିରେ ଏକ ଫାର୍ମ ନିର୍ମାଣ କରାଉଛନ୍ତି l ଏହି କୌଶଳକୁ ଆପଣାଇ ସେ ମହଙ୍ଗା ପନିପରିବା ଯେମିତିକି ବ୍ରୋକୋଲି ଓ ଲେଟ୍ୟୁସି ଇତ୍ୟାଦି ଅମଳ କରିବାକୁ ଯୋଜନା କରିଛନ୍ତି l ଏହା ଛଡା ସେ ଔଷଧୀୟ କୃଷି, ଯେମିତିକି ଅଶ୍ଵଗନ୍ଧା ଓ ଗୋଲାପ ଚାଷ ମଧ୍ୟ କରିବେ, ଯାହାର ବଜାରରେ ଅନେକ ଚାହିଦା ରହିଛି l

କୃଷକ ଧର୍ମଦେବ ସିଂଙ୍କ କହିବା ଅନୁଯାୟୀ, ଏକ ଏକର ଜମିରେ ଆକ୍ଵାପୋନିକ୍ସ କୃଷି କରିବା ପାଇଁ ପଖାପାଖି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ l ଆକ୍ଵାପୋନିକ୍ସ ଦୁଇଟି ଶବ୍ଦରୁ ପ୍ରସ୍ତୁତ ହୋଇଥାଏ ଯଥା ଆକ୍ଵା ଓ ପୋନିକ୍ସ l ଆକ୍ଵା ଅର୍ଥାତ ପାଣି ଓ ପୋନିକ୍ସ ଅର୍ଥାତ ପନିପରିବା l ଏହା ଏକ ଏପରି କୌଶଳ ଯେଉଁଥିରେ ପାଣି ଥିବା ସ୍ଥାନ ପାଖରେ ପନିପରିବା କୃଷି କରାଯାଏ l ଏଥିରେ କୃଷି କାର୍ଯ୍ୟରେ କୌଣସି ରାସାୟନିକ ସାର ଓ କୀଟନାଶକର ଆବଶ୍ୟକତା ପଡ଼ିନଥାଏ, ମାତ୍ର ଜୈବିକ ପ୍ରଣାଳୀରେ ହିଁ କୃଷି କରାଯାଇଥାଏ l ଏହା ଅଳ୍ପ ସମୟ ଓ ସ୍ୱାସ୍ଥ୍ୟବାନ ଖାଦ୍ୟ ଉତ୍ପାଦନ କରିବା ପାଇଁ ଉତ୍କୃଷ୍ଟ ଉପାୟ ଅଟେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments