1. କୃଷି ବିଶ୍ବକୋଷ

୯ ଟି କିସମ ଧାନ ଉଦ୍ଭାବନ !

ବନ୍ୟା ,ମରୁଡି ,ସହିକି ଦେବା ଅଧିକ ଅମଳ କଟକ ସ୍ତିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ ଉଦ୍ଭାବନ ହେଲା ଏହି ଧାନ !

KJ Staff
KJ Staff

-ବନ୍ୟା ,ମରୁଡି ,ସହିକି ଦେବ ଅଧିକ ଅମଳ

-କଟକ ସ୍ତିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ପକ୍ଷରୁ ଉଦ୍ଭାବନ ହେଲା ଏହି ଧାନ !

ପରିବର୍ତ୍ତିତ ଜଳବାୟୁ କୁ ଦୃଷ୍ଟି ରେ ରଖି ନୂତନ କିସମ ଧାନ ର ଉଦ୍ଭାବନ କରିଛନ୍ତି ଜାତୀୟ ଧାନ ଗବେଷଣା ଅନୁଷ୍ଠାନ |ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ବନ୍ୟା ଓ ମରୁଡି ସହନଶୀଳ ପ୍ରାୟେ ୯ ଟି କିସମ ଧାନ ଉଦ୍ଭାବନ ହୋଇଛି |ଏହି କିସମ ଧାନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅଧିକ ଅମଳ ଦେବାରେ ସକ୍ଷମ | ଜଣାନ୍ତୁ କେଉଁ କିସମ ର କଣ ବିଶେଷତ୍ୱ


- ସିଆର ୭୦୨ ଏବଂ ୭୦୨(ସୁଭାଷ) କିସମ ୧୪୦ ରୁ ୧୪୫ ଦିନ ମଧ୍ୟରେ ଅମଳ କରିହେବ |ଏଥିରେ ବନ୍ୟା ଓ ମରୁଡି ସହଣୀ ଶକ୍ତି ରହିଛି |୨ ସପ୍ତାହ ପର୍ଯ୍ୟନ୍ତ ପାଣିରେ ବୁଡି ରହିଲେ ମଧ୍ୟ ଏହାର ଅମଳ କମି ନଥାଏ |ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଲେ (ମରୁଡି )ରେ ଏହା ହେକ୍ଟର ପିଛା ୨୫ ରୁ ୩୦ କୁଇଣ୍ଟାଲ ଅମଳ ଦେଇଥାଏ ଏବଂ ଏହିପରି ପରିସ୍ଥିତି ନ ହେଲେ ହେକ୍ଟର ପିଛା ୬୦ ରୁ ୭୦ କୁଇଣ୍ଟାଲ ଅମଳ ପାଇପାରିବେ |

-ସିଆର ୨୦୪ ଏବଂ ୨୦୫ ଅଳ୍ପ ପାଣି ଓ ଅଳ୍ପ ଦିନରେ ଚାଷ ପାଇଁ ଅନୁମୋଦିତ ହୋଇଥିବାର ସୂଚନା ଦେଇଥିଲେ ଅନୁଷ୍ଠାନ ନିର୍ଦେଶକ ଡଃ ହିମାଂଶୁ ପାଠକ |ସିଆର ୨୦୫ ଟି ସ୍ୱଳ୍ପ ବୃଷ୍ଟି ହେଉଥିବା ଅଞ୍ଚଳ ଯଥା ବଲାଙ୍ଗୀର ,କୋରାପୁଟ କଳାହାଣ୍ଡି ,ନୂଆପଡା ଅନୁଗୁଳ ଢେଙ୍କାନାଳ ପରି ଉଚ୍ଛଜମି ଅଞ୍ଚଳ ଲାଗି ପ୍ରଯୁର୍ଯ୍ୟ |
ଅନୁଗୁଳ ପରିବେଶରେ ଏହି ୨ ଟି କିସମ ୨୨୦ ଦିନ ମଧ୍ୟରେ ହେକ୍ଟର ପିଛା ୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ଦେଇଥିଲେ |ଏହି ଧାନ କୁ ଆପଣ ସିଦ୍ଧା ବୁଣି ଅମଳ କରିପାରିବେ

-ସିଆର ୩୦୬,୩୦୯ ,୩୧୧ ମଧ୍ୟରୁ ୩୦୯ ଜଳସେଚିତ ଜମି ଲାଗି ଉପଯୁକ୍ତ ଏବଂ ଏହା ୧୨୫ ଦିନରେ ଅମଳ କରିହେବ|୩୧୧ କିସମର ଅଧିକ ପ୍ରୋଟିନ ଏବଂ ଜିଙ୍କ ରହିଛି ;ଏହା ୧୨୦ ରୁ ୧୨୫ ଦିନ ମଧ୍ୟରେ ଅମଳ କରିହେବ |ସେହିପରି ୩୦୬ କିସମ ୧୩୫ ଦିନ ମଧ୍ୟରେ ଅମଳ କରିହୁଏ |


-ଜଳମଗ୍ନ ଜମି ଲାଗି ୨ ଟି କିସମ ଯଥା ସିଆର ୫୧୦ ଏବଂ ୫୧୧ ଉଦ୍ଭାବନ ହୋଇଛି |ଏହା ୧୬୦ ଦିନ ମଧ୍ୟରେ ଅମଳ ଦେଇଥାଏ |ଖାଲୁଆ ଏବଂ ଜଳମଗ୍ନ ଜମି ରେ ଏହି ଦୁଇଟି କିସମ ହାରାହାରି ହେକ୍ଟର ପିଛା ୪୦ ରୁ୪୫ କୁଇଣ୍ଟାଲ ଅମଳ ଦେଇଥାନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments