1. କୃଷି ବିଶ୍ବକୋଷ

ଗହମର ନୂଆ କିସମ : ଏମଏସିଏସ-୬୪୭୮, ଆପଣ କରିପାରିବେ ଦୁଇ ଗୁଣ ଅମଳ

ଏକ ହିସାବରୁ ଜଣାପଡ଼ିଛି ଯେ, ୨୦୨୫ ସୁଦ୍ଧା ଭାରତର ଜନସଂଖ୍ୟା ୧.୪ ନିୟୁତ ହୋଇଯାଇ ପାରେ l ଏହି ହିସାବରେ ଗହମର ଚାହିଦା ମଧ୍ୟ ୧୧୭ ଅୟୁତ ଟନ ପର୍ଯ୍ୟନ୍ତ ହୋଇ ଯାଇପାରେ l ତେଣୁ ଏହା ସ୍ୱାଭାବିକ ଯେ ଏପରି ସ୍ଥିତିରେ ଗହମର ଉତ୍ପାଦନ ବଢାଇବା ବହୁତ ଜରୁରୀ ଅଟେ l ଏପରି ସ୍ଥିତିରେ ଗହମର ନୂଆ ପ୍ରଜାତି ଏମଏସିଏସ ୬୪୭୮ ବହୁତ ଉପଯୋଗୀ ହୋଇପାରିବ l

Sugyan Kumar Nayak
Sugyan Kumar Nayak
Wheat

Wheat

ଏକ ହିସାବରୁ ଜଣାପଡ଼ିଛି ଯେ, ୨୦୨୫ ସୁଦ୍ଧା ଭାରତର ଜନସଂଖ୍ୟା ୧.୪ ନିୟୁତ ହୋଇଯାଇ ପାରେ l ଏହି ହିସାବରେ ଗହମର ଚାହିଦା ମଧ୍ୟ ୧୧୭ ଅୟୁତ ଟନ ପର୍ଯ୍ୟନ୍ତ ହୋଇ ଯାଇପାରେ l ତେଣୁ ଏହା ସ୍ୱାଭାବିକ ଯେ ଏପରି ସ୍ଥିତିରେ ଗହମର ଉତ୍ପାଦନ ବଢାଇବା ବହୁତ ଜରୁରୀ ଅଟେ l ଏପରି ସ୍ଥିତିରେ ଗହମର ନୂଆ ପ୍ରଜାତି ଏମଏସିଏସ ୬୪୭୮ ବହୁତ ଉପଯୋଗୀ ହୋଇପାରିବ l

କାରଣ ଏହି ପ୍ରଜାତିରୁ ବହୁତ ଭଲ ଉତ୍ପାଦନ ମିଳିପାରିବ l ଭାରତ ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଗହମର ଏକ ନୂଆ ପ୍ରଜାତିର ବିକଶିତ କରିଛନ୍ତି l ଯାହାର ନାମ ସେମାନେ ଏମଏସିଏସ୬୪୭୮ ରଖିଛନ୍ତି l ବୈଜ୍ଞାନିକମାନେ ବହୁତ ଦିନ ଧରି ଗହମର ଅଧିକ ଉତ୍ପାଦନ ପାଇଁ ପରୀକ୍ଷା ନିରୀକ୍ଷା ଚଳାଇଥିଲେ l

ଏହା ଗହମର ଏକ ଏପରି ଏକ ପ୍ରଜାତି ଅଟେ ଯାହା ଗହମର ଉତ୍ପାଦନକୁ ୨ ଗୁଣ ବଢ଼ାଇ ଦେଇଥାଏ l ଅଧିକ ଉତ୍ପାଦନ ଅର୍ଥାତ ଅଧିକ ଲାଭ, ତେଣୁ କୃଷକ ଭାଇମାନେ ମଧ୍ୟ ଏହି ପ୍ରଜାତି ବିଷୟରେ ଜାଣି ବହୁତ ଖୁସି ଅଛନ୍ତି l ଏହାର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏଥିରେ ରୋଗ ଲାଗିନଥାଏ l ଏହି ରୋଗ ପାଇଁ ଗହମର ଉତ୍ପାଦନରେ ବହୁତ ପ୍ରଭାବ ପଡିଥାଏ l ତେଣୁ ଏହି ନୂଆ ପ୍ରଜାତି ଏହି ରୋଗର ପ୍ରତିରୋଧ କରୁଥିବାରୁ ଏହା ଭଲ ଅମଳ ଦେବାରେ ସହାୟକ ହୋଇଥାଏ l

ଅଳ୍ପ ଦିନରେ ପ୍ରସ୍ତୁତ ହୋଇଥାଏ ଫସଲ

ଗହମକୁ ରବି ଋତୁର ପ୍ରମୁଖ ଫସଲ ବୋଲି ଗ୍ରହଣ କରାଯାଇଥାଏ l ଯାହାକୁ ଅକ୍ଟୋବେର ମାସରେ ବୁଣିବା ଆରମ୍ଭ କରାଯାଇଥାଏ l ଏହି ପ୍ରଜାତିରୁ ମାତ୍ର ୧୧୦ ଦିନରେ ଫସଲ ପ୍ରସ୍ତୁତ ହୋଇଯାଇଥାଏ l ଯେତେବେଳେ କି, ଗହମର ଅନ୍ୟ ପ୍ରଜାତିକୁ ୧୨୦-୧୩୦ ଦିନର ସମୟ ଲାଗିଥାଏ l

ପୋଷକତତ୍ତ୍ୱରେ ଭରପୁର ରହିଥାଏ ଏହି କିସମର ଗହମ

ଗହମର ଏହି ପ୍ରଜାତିରେ ରୋଗ ପ୍ରତିରୋଧକ କ୍ଷମତା ଅଧିକ ରହିଥାଏ l ଏହାର ଚାରା ମଧ୍ୟ ବହୁତ ଶକ୍ତ ଓ ମଜବୁତ ମଧ୍ୟ ହୋଇଥାଏ l ଏହାର ଫସଲ ମଧ୍ୟମ ଆକାରର ହୋଇଥାଏ ଓ ଅନ୍ୟ ପ୍ରଜାତି ତୁଳନାରେ ଏହାର ଫସଲରେ ଅଧିକ ପୋଷକ ତତ୍ତ୍ୱ ରହିଥାଏ l ଏହି ଗହମରେ ୧. ୨୪ ପ୍ରତିଶତ ପ୍ରୋଟିନ ଏବଂ ୩. ୮ ପି ପି ଏମ ଲୌହ ପସନ୍ଦିତତ୍ତ୍ୱ ରହିଥାଏ l ପରୀକ୍ଷା ମୂଳକ ଭାବରେ ଏହି ନୂତନ କିସମର ଗହମକୁ ଚାଷ କରିବାରୁ ଦେଖାଗଲା ଯେ ଏହା ଦୁଇ ଗୁଣ ଅମଳ ପ୍ରଦାନ କରୁଛି l ଯେତେବେଳେ ଗହମର ଏହି ପ୍ରଜାତିକୁ ନେଇ ମହାରାଷ୍ଟ୍ରର କେତେକ ଚାଷ ଜମିରେ ପରୀକ୍ଷା କରାଗଲା ସେତେବେଳେ ଦେଖାଗଲା ଯେ ଉତ୍ପାଦନ ଦୁଇ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ଘଟିଲା l ଗହମର ଏହି ପ୍ରଜାତିରୁ ପ୍ରତି ହେକ୍ଟର ୪୫-୬୦ କୁଇଣ୍ଟାଲ ପର୍ଯ୍ୟନ୍ତ ଉତ୍ପାଦନ ମିଳିପାରୁଛି l ତେଣୁ ଏହା କୃଷକ ଭାଇମାନଙ୍କ ପାଇଁ ବହୁତ ଲାଭ ଦାୟକ ପ୍ରମାଣିତ ହୋଇପାରିଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments