1. କୃଷି ବିଶ୍ବକୋଷ

ଏହି ଗଛର ପତ୍ରରେ ରହିଛି ‘ଡେଙ୍ଗୁ’ ଜ୍ୱରର ଉପଚାର

ଗଙ୍ଗଶିଉଳି ଫୁଲର ଗଛ ବହୁତ ବଡ ଥାଏ । ଏହି ଗଛର ଫୁଲ ସୁଗନ୍ଧିତ ହୋଇଥାଏ । ଗଛ ହଲିଲେ ଗଙ୍ଗଶିଉଳି ଫୁଲ ଝଡିଯାଏ । ଝରା ଗଂଗଶିଉଳି ଠାକୁରଙ୍କୁ ଲାଗି କରାଯାଏ । ତେବେ ଗଙ୍ଗଶିଉଳି ପତ୍ରର ଅନେକ ଔଷଧିୟ ଗୁଣ ଅଛି ।

Sudesna Nayak
Sudesna Nayak
night jasmine leaves cure dengu fever

night jasmine leaves cure dengu fever

ଫୁଲ ସ୍ୱାସ୍ଥ୍ୟ ଖୁବ ଉପକାରୀ । ଗଙ୍ଗଶିଉଳୀକୁ ଇଂରାଜୀରେ ‘କୁଇନ୍‌ ଅଫ ନାଇଟ୍‌’କୁହାଯାଏ । ଗଙ୍ଗଶିଉଳୀର ପତ୍ର ଗୁଡ଼ିକ ଖୁବ ପିତା । ଏଥିରେ ଏକ ପ୍ରକାର ଜୈବିକ ରସ ବା ଆଲାକାଲଏଡ୍ ରହିଛି । ଏହାର ଫୁଲର ପାଖୁଡ଼ା ଧଳା ନାଲି ମିଶା ହଳଦିଆ । ଗଙ୍ଗଶିଉଳି ଫୁଲ ଶାଢ଼ୀରେ ରଙ୍ଗ ଦେବା ପାଇଁ ବ୍ୟବହୃତ ହୁଏ । ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ବସ୍ତ୍ରକୁ ଗୈରିକ କରିବା ପାଇଁ ଏହିଫୁଲର ରଙ୍ଗ ବ୍ୟବହାର କରୁଥିଲେ । ହିନ୍ଦୁ ବିଶ୍ଵାସ ଅନୁଯାୟୀ ସ୍ଵର୍ଗର ପାଞ୍ଚଟି ମନୋବାଞ୍ଛା ପୂରଣକାରୀ ଫୁଲ ମଧ୍ୟରୁ ଗଙ୍ଗଶିଉଳି ଗୋଟିଏ ।

ଆଜିର ଏହି ଧାଁ ଦୌଡ ଜୀବନରେ ଲୋକେ ନିଜ ସ୍ୱାସ୍ଥର ସମ୍ପୂର୍ଣ୍ଣ ଭାବେ ଧ୍ୟାନ ରଖିପାରନ୍ତି ନାହିଁ । ପ୍ରାୟତଃ ଅଧିକାଂଶ ଲୋକେ କିଛି ନା କିଛି ରୋଗରେ ପିଡୀତ । ରୋଗରୁ ଶୀଘ୍ର ମୁକ୍ତ ହେବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଔଷଧ ଖାଆନ୍ତି । ଔଷଧ ଖାଇ ରୋଗ ଠିକ୍‌ ହୋଇଥାଏ ସତ କିନ୍ତୁ ଅନେକ ସାଇଡଇଫେକ୍ଟ ଥାଏ । ପ୍ରାକୃତିକ ଔଷଧ ଖାଇଲେ ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଗଣ୍ଠି ରୋଗ, ଆଣ୍ଠୁରେ ଥିବା ଦାଗ ଭଳି ରୋଗ ପ୍ରାକୃତିକ ଉପଚାର ଦ୍ୱାରା ଠିକ୍‌ ହୋଇପାରେ । 

ଗଙ୍ଗଶିଉଳି ଫୁଲର ଗଛ ବହୁତ ବଡ ଥାଏ । ଏହି ଗଛର ଫୁଲ ସୁଗନ୍ଧିତ ହୋଇଥାଏ । ଗଛ ହଲିଲେ ଗଙ୍ଗଶିଉଳି ଫୁଲ ଝଡିଯାଏ । ଝରା ଗଂଗଶିଉଳି ଠାକୁରଙ୍କୁ ଲାଗି କରାଯାଏ । ତେବେ ଗଙ୍ଗଶିଉଳି ପତ୍ରର ଅନେକ ଔଷଧିୟ ଗୁଣ ଅଛି । ଏହି ଗଛର ୫ଟି ପତ୍ରର ଚଟଣୀ ତିଆରି କରି ଗୋଟେ ଗ୍ଲାସ ପାଣିରେ ମିଶାଇ ପିଇବା ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଗଣ୍ଠି ସମସ୍ୟା ଦୂର ହୋଇଥାଏ ।

 

ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତଙ୍କ ପାଇଁ ଗଙ୍ଗଶିଉଳି ଗଛର ପତ୍ର ମହୌଷଧୀ ଭଳି କାମ କରେ । ଏଥିପାଇଁ ୫ରୁ ୬ଟି ଗଙ୍ଗଶିଉଳି ପତ୍ରକୁ ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ । ପରେ ସେଥିରେ ଏକ ଛୋଟ ଖଣ୍ଡ ଅଦାକୁ କାଟି ଗୋଟିଏ ଗ୍ଲାସ୍‌ ପାଣିରେ ଏକ ଚାମଚ ଚିନି ମିଶାଇ ଏକ ମିଶ୍ରଣ କରନ୍ତୁ । ଏହି ମିଶ୍ରଣକୁ କିଛି ସମୟ ଚୂଲାରେ ଫୁଟାଇ ଦିଅନ୍ତୁ । ଏହି ମିଶ୍ରଣରୁ ପ୍ରତି ଅଧ ଘଣ୍ଟାରେ ଥରେ ଏକ ଚାମଚ ଲେଖାଏ ରୋଗୀଙ୍କୁ ୧୨ ଘଣ୍ଟା ଯାଏ ସେବନ କରିବାକୁ ଦିଅନ୍ତୁ । ଦେଖିବେ, ଡେଙ୍ଗୁ ଜ୍ୱରରୁ ଅବଶ୍ୟ ଆରୋଗ୍ୟ ମିଳିବ ।

ଅନେକ ସମୟରେ ଆପଣଙ୍କର ହାତ ଏବଂ ପାଦ ଫୁଲିବା ପରି ସମସ୍ୟା ଦେଖାଦିଏ । ଗଙ୍ଗଶିଉଳି ଫୁଲ ଏହାକୁ ଦୂର କରିବାରେ ସହାୟକ ହୋଇଥାଏ ।

 

ଏହି ପତ୍ରର କାଢା ତିଆରି କରି ପ୍ରତ୍ୟେକ ଦିନ ପିଇବା ସ୍ୱାସ୍ଥ ପାଇଁ ଲାଭଦାୟକ ହୋଇଥାଏ । ଅଧିକ କେଶ ଝଡିବା ସମସ୍ୟା ଥିଲେ ଏହି ପତ୍ରର ମଞ୍ଜିକୁ ପାଣି ସହ ପେଶି ମୁଣ୍ଡରେ ଲଗାଇଲେ ନୂଆ ଚୁଟି ଉଠେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments