1. କୃଷି ବିଶ୍ବକୋଷ

ଅପ୍ରୀତିକର ଧାନ !! କଳା ଧାନ !!

ଅପ୍ରୀତିକର ଧାନ !! କଳା ଧାନ !! ନା ଶୁଣିଲେ ଆଶ୍ଚର୍ଯୟ ଲାଗୁଥିବ ମାତ୍ର ବହୁ ପ୍ରାଚୀନ କାଳର ଏହି ଧାନ ର ଉପକାରିତା , ତାର ନିକଟବର୍ତ୍ତୀ ପ୍ରଜାତି ମାନଙ୍କ ଠାରୁ ମଧ୍ୟ ବେଶ୍ ଅଧିକ । କେବେଳ ରୋଗ ପ୍ରତିରୋଧକ ଆଣ୍ଟି-ଅକ୍ସିଡାଂଟ ନୁହେଁ,ଏଥିରେ ଚମତ୍କରୀ ଭାବେ ମଧୁମେହ ,ହୃଦ୍ ରୋଗ ,ପରି ଭୟଙ୍କର ରୋଗ ମାନଙ୍କ ଠାରୁ ସୁରକ୍ଷା ଦେବାର ମଧ୍ୟ କ୍ଷମତା ଭାରି ରହିଛି ।

KJ Staff
KJ Staff

ଅପ୍ରୀତିକର ଧାନ !! କଳା ଧାନ !! ନା ଶୁଣିଲେ ଆଶ୍ଚର୍ଯୟ ଲାଗୁଥିବ ମାତ୍ର ବହୁ ପ୍ରାଚୀନ କାଳର ଏହି ଧାନ ର ଉପକାରିତା , ତାର ନିକଟବର୍ତ୍ତୀ ପ୍ରଜାତି ମାନଙ୍କ ଠାରୁ ମଧ୍ୟ ବେଶ୍ ଅଧିକ । କେବେଳ ରୋଗ ପ୍ରତିରୋଧକ ଆଣ୍ଟି-ଅକ୍ସିଡାଂଟ ନୁହେଁ,ଏଥିରେ ଚମତ୍କରୀ ଭାବେ ମଧୁମେହ ,ହୃଦ୍ ରୋଗ ,ପରି ଭୟଙ୍କର ରୋଗ ମାନଙ୍କ ଠାରୁ ସୁରକ୍ଷା ଦେବାର ମଧ୍ୟ କ୍ଷମତା ଭାରି ରହିଛି ।ଏହି ଧାନ ବହୁ ପୂର୍ବରୁ ବିଶେଷ କରି ରାଜକୀୟ ଭୋଜନ ଭାବେ ଚୀନ୍ ରେ ବ୍ୟବହାର କରାଯାଉଥିଲା କିନ୍ତୁ ଏହାର ଅଗଣିତ ସ୍ବାସ୍ଥ୍ୟ ପ୍ରତି ଉପକାରିତା ଯୋଗୁ ,ଏବେ ଅଷ୍ଟ୍ରେଲିଆ, ୟୁରୋପ ଏବଂ ଅନ୍ୟାନ୍ୟ ଆମେରିକୀୟ ରାଷ୍ଟ୍ର ମାନଙ୍କରେ ଏହାର ଚାହିଦା ବଢ଼ିଛି।
କଳା ଧାନ ର ପୋଷକ ତତ୍ତ୍ଵ:
ଅଧ କପ୍ ରନ୍ଧା ହେଇଥିବା ଏହି କଳା ଧାନ ହିଁ ଆପଣଙ୍କୁ ଯଥେଷ୍ଟ ପୋଷକ ତତ୍ତ୍ଵ ଦେବାରେ ସକ୍ଷମ । ହାରାହାରି ଏଥିରେ ନିମ୍ନଲିଖିତ ତତ୍ତ୍ଵ ରହିଥାଏ:

  • ୧୬୦ କ୍ୟାଲୋରୀ
  • ୧.୫ ଗ୍ରାମ ଚର୍ବି
  • ୩୪ ଗ୍ରାମ ପୃଷ୍ଟିସାର
  • ୨ ଗ୍ରାମ ଫାଇବର
  • ୫ ଗ୍ରାମ ସ୍ନେହସାର
  • ୪% ଲୌହ ଧାତୁ


ଏହା ବ୍ୟତୀତ ଏଥିରେ ଭରି ରହିଥାଏ ,ଲୌହ ଓ କପର୍ ପରି ମିନେରାଲ, ଅଧିକତମ ଫ୍ଲାବେନଏଡ୍ ଏବଂ ସ୍ନେହସାର

Aଅନ୍ୟ କୌଣସି ଧାନ ପ୍ରଜାତି ର ତୁଳନାତ୍ମକ ବିବରଣୀ (୧୦୦ ଗ୍ରାମ ଲେଖା) ,ଏହିପରି ରହିବ:
ପଲିସ ହୋଇଥିବା ଧଳା ଧାନ :୬.୮ ସ୍ନେହାସାର,୧.୨ ଲୌହ ଧାତୁ,୦.୬ ଫାଇବର
ବ୍ରାଉନ(ଧୂଷରିଆ) ଚାଉଳ: :୭.୯ ସ୍ନେହାସାର,୨.୨ ଲୌହ ଧାତୁ,୨.୮ ଫାଇବର
ନାଲି ଧାନ : ୭.୦ ସ୍ନେହାସାର,୫.୫ ଲୌହ ଧାତୁ,୨.୦ ଫାଇବର
କଳା ଧାନ :୮.୫ ସ୍ନେହାସାର,୩.୫ ଲୌହ ଧାତୁ,୪.୯ ଫାଇବର ଏବଂ ସର୍ବାଧିକ ମାତ୍ରା ର ଆଣ୍ଟି-ଅକ୍ସିଦାଣ୍ଟ।


ଏହାର ଔଷଧୀୟ ତତ୍ତ୍ଵ:
୧) ଏଥିରେ ଅଛି ପ୍ରଚୁର ଆଣ୍ଟି-ଅକ୍ସିଦାଣ୍ଟ: ଏହି ଧାନ ର ରଙ୍ଗ ପ୍ରକୃତ ରେ ଅଙ୍ଗୁର ପରି ଗାଢ଼ ବାଇଗଣୀ ତେଣୁ ଏହାର ବାହାର ଖୋଳପା ରେ ପ୍ରଚୁର ମାତ୍ରା ର ଆଣ୍ଟି-ଅକ୍ସିଦାଣ୍ଟ ଭାରି ରହିଥାଏ।ଫଳ ସ୍ୱରୂପ ଏହା ବିଭିନ୍ନ ହୃଦ୍ ରୋଗ , କର୍କଟ ରୋଗ ,ସ୍ନାୟୁ ରୋଗ ଇତ୍ୟାଦି ବିରୁଦ୍ଧ ରେ ଲଢିବାର କ୍ଷମତା ପ୍ରଦାନ କରିଥାଏ।ଏଥିରେ ଉପଯୁକ୍ତ ପରିମାଣରେ ଭିଟାମିନ ଇ ମଧ୍ୟ ଅଛି ଯାହା ଚମ,କେଶ , ଚକ୍ଷୁ ଇତ୍ୟାଦି ଲାଗି ବେଶ୍ ଉପକାରୀ।


୨) ହୃଦ୍ ରୋଗ ରୁ ଦିଏ ସୁରକ୍ଷା: ଏଥିରେ ଥିବା ଫାଇବର୍ ,ଶରୀରରେ ଅଦରକାରୀ କଲେଷ୍ଟରୋଲ କୁ ନିଷ୍କାସନ କରେ ଏବଂ ରକ୍ତବାହିନୀ ଧମନୀ (artery) ରେ ରକ୍ତ ଜମାଟ (ପ୍ଲେଗ୍) କୁ ସଫା କରେ ତେଣୁ ହୃଦ୍ଘାତ ପରି ବିଶେଷ ସମସ୍ୟା ରୁ ମୁକ୍ତି ମିଳିଥାଏ।

୩) ଫାଇବର ର ଶକ୍ତି:ଏଥିରେ ଥିବା ୨-୩ ଗ୍ରାମ ର ଫାଇବର ଆପଣଙ୍କୁ କୋଷ୍ଟ କଠିନ୍ୟ ପରି ସମସ୍ୟା ରୁ ମୁକ୍ତି ଦେବା ଲାଗି ଯଥେଷ୍ଟ ।ଏହା ବ୍ୟତୀତ କଳା ଧାନ ନିୟମିତ ଖାଇଲେ ଏହା ପେଟ ର ହଜମ ଶକ୍ତି ବୃଦ୍ଧି କରେ ଏବଂ ମେଧ ବହୁଳ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିଥାଏ।


୪) ମଧୁମେହ ର ଉପଚାର: କଳା ଧାନ ମନ୍ଦଗତି ରେ ଶରୀର ରେ ଶର୍କରା ପରିଚାଳନା କରିଥାଏ ଏବଂ ଅଧିକ ଫାଇବର ଥିବା ହେତୁ ମେଧବହୁଳ ହ୍ରାସ ହୁଏ ତେଣୁ ସୁଚାରୁପେ ମଧୁମେହ ର ଉପଚାର କରିଥାଏ।


କେଉଁଠି ପାଇବେ ଏହି ଧାନ ??
ଏହି ଧାନ ର ଏବେ ଭାରତ ରେ ଚାହିଦା ଏତେ ବଢି ନାହିଁ ।ତେଣୁ କୋଚିତ୍ କ୍ଷେତ୍ର ରେ ଏହାକୁ ବିଭିନ୍ନ ସୁପର ମାର୍କେଟ ରେ ସମ୍ଭବତଃ ଦେଖିବାକୁ ପାଇବେ।ଭାରତ ର କେତୋଟି ନାମୀ ଦାମୀ ରେଷ୍ଟୁରାଣ୍ଟ ରେ ମଧ୍ୟ ଏହା ଉପଲବ୍ଧ ହୋଇପାରେ ।

ବର୍ତ୍ତମାନ ଓଡିଶା ର କେତେକ ସ୍ଥାନରେ(ସମ୍ବଲପୁର ) ଏହି ଧାନ ଚାଷ ହେବ ଆରମ୍ଭ ହୋଇଛି |ବୈଜ୍ଞାନିକ ମତରେ ଏହି ଧାନ ଓଡିଶା ର ସମ୍ବଲପୁର ଜିଲା ରୁ ଜନ୍ମ ହେଇଥାଇପାରେ ମାତ୍ର ଏହା ବହୁ ପୂର୍ବରୁ ଲୁପ୍ତ ହୋଇଯାଇଥିଲା |ଏହା କଳାବତୀ ଧାନ ନାମରେ ସୁପରିଚିତ
ଏହାକୁ ରାନ୍ଧିବା ଉପାୟ !
କଳା ଧାନ ଅନ୍ୟ ଧାନ ଠାରୁ ଅଧିକ ବହଳ ।ତେଣୁ ଏହାକୁ ରୋଷେଇ କରିବାର ୧ ଘଣ୍ଟା ଆଗରୁ ପାଣି ରେ ଭିଜାଇ ରଖିଲେ ,ଏହା ଅଧିକତମ ପୋଷକ ତତ୍ତ୍ଵ ନିଜ ଭିତରକୁ ଶୋଷି ନିଏ,ତେଣୁ ଏହା ଅଧିକ ସ୍ଵାଦିଷ୍ଟ ଲାଗେ ଏବଂ ନରମ ହେବା ଫଳରେ ଶୀଘ୍ର ତିଆରି ହୋଇଥାଏ।
ଯଦି ସ୍ବାସ୍ଥ୍ୟ ପ୍ରତି ସଚେତନ ଥାନ୍ତି ,ତେବେ ଆଜି ହିଁ ଆପନାନ୍ତୁ କଳା ଧାନ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ