1. କୃଷି ବିଶ୍ବକୋଷ

ଏବେ ଆସିଛି ସେପ୍ଟେମ୍ବର ମାସ, କରନ୍ତୁ ଏହି ପରିବାର ଚାଷ !!

ଅଗଷ୍ଟ ମାସର ସମାପ୍ତି ଘଟି ସେପ୍ଟେମ୍ବର ମାସ ଆରମ୍ଭ ହେବାକୁ ଯାଉଛି l ତେଣୁ ଏହା ହିଁ ଉପଯୁକ୍ତ ସମୟ ଯେଉଁଥିରେ କି ଆପଣ ସେପ୍ଟେମ୍ବର ମାସରେ କରାଯାଉଥିବା ପନିପରିବା ବିଷୟରେ ଜାଣି ରଖିବା ଉଚିତ l

Sugyan Kumar Nayak
Sugyan Kumar Nayak
Vegetables

Vegetables

ଅଗଷ୍ଟ ମାସର ସମାପ୍ତି ଘଟି ସେପ୍ଟେମ୍ବର ମାସ ଆରମ୍ଭ ହେବାକୁ ଯାଉଛି l ତେଣୁ ଏହା ହିଁ ଉପଯୁକ୍ତ ସମୟ ଯେଉଁଥିରେ କି ଆପଣ ସେପ୍ଟେମ୍ବର ମାସରେ କରାଯାଉଥିବା ପନିପରିବା ବିଷୟରେ ଜାଣି ରଖିବା ଉଚିତ l ଜାଣିରଖନ୍ତୁ ଯେ ଉତ୍ତର ଭାରତରେ ସେପ୍ଟେମ୍ବର ମାସରେ ତାପମାତ୍ରା ପାଖାପାଖି ୨୫ ରୁ ୩୫ ଡିଗ୍ରୀ ସେଲସିଅସ ରହିଥାଏ l ଯାହାକି ପନିପରିବା ଚାଷ ପାଇଁ ଅତି ଉପଯୁକ୍ତ ହୋଇଥାଏ l ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ସେହି ସବୁ କୃଷି ବିଷୟରେ ଜଣାଇବୁ l ତେଣୁ ଆପଣ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢନ୍ତୁ l

ଶିମଲା ମିର୍ଚି ଚାଷ

ସେପ୍ଟେମ୍ବର ମାସକୁ ଶିମଲା ମିର୍ଚି ଚାଷ ପାଇଁ ବହୁତ ଭଲ ବୋଲି ଗ୍ରହଣ କରାଯାଏ l ଏହାର କୃଷି କରି କୃଷକ ବହୁତ ଭଲ ଲାଭ କରିପାରିବେ l ଏଥିରେ ଅନେକ ପ୍ରକାରର ପୋଷକତତ୍ତ୍ୱ ମିଳିଥାଏ, ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ l

ମେଥି ଚାଷ

ଥଣ୍ଡା ଦିନମାନଙ୍କରେ ମେଥି ଶାଗ, ମେଥି ପରଠା ଓ ମେଥି ପୁରୀର ମଜା ହିଁ କିଛି ଅଲଗା ହୋଇଥାଏ l ଘରେ ବ୍ୟବହୃତ ମସଲାରେ ଥିବା ମେଥିର ମଞ୍ଜିରୁ ମଧ୍ୟ ମେଥି ଚାଷ କରାଯାଇ ପାରିବ l ମଞ୍ଜି ବୁଣିବାର କିଛି ଦିନ ପରେ ହିଁ ଆପଣଙ୍କୁ ଏହାର ପତ୍ର ମିଳି ଯାଇଥାଏ l

ମୂଳା ଚାଷ

ମୂଳାର ମୂଳ ଓ ପତ୍ର ଦୁଇଟିଯାକ ଜିନିଷକୁ ଲୋକମାନେ ବହୁତ ହିଁ ଆନନ୍ଦର ସହିତ ଖାଇଥାନ୍ତି l ଏହାକୁ ଖାଇବା ଦ୍ୱାରା ଅର୍ଶ ଓ ଭଗନ୍ଦର ଭଳି ରୋଗରୁ ମଧ୍ୟ ଉପଶମ ମିଳିଥାଏ l ରୋପଣର ମାତ୍ର ୩ ରୁ ୪ ମାସରେ ହିଁ ଏହାର ଫସଲ ଆସିବା ଆରମ୍ଭ ହୋଇଯାଇଥାଏ l

ପାଳଙ୍ଗ ଚାଷ

ପାଳଙ୍ଗକୁ ଲୌହର ସବୁଠାରୁ ଭଲ ଉତ୍ସ ବୋଲି ଗ୍ରହଣ କରାଯାଇଥାଏ l ଏହାକୁ ଲଗାଇବାର ମାତ୍ର ୩ ରୁ ୪ ସପ୍ତାହରେ ହିଁ ଏହାର ପତ୍ର ତୋଳାଯିବା ଭଳି ହୋଇଯାଇଥାଏ l ଏହି ଚାଷ କରି କୃଷକ ଭାଇମାନେ ଭଲ ରୋଜଗାର ମଧ୍ୟ କରିପାରିବେ l

ବାଇଗଣ ଚାଷ

ଆମ ଦେଶରେ ଆଳୁ ପରେ ସବୁଠାରୁ ଅଧିକ ବ୍ୟବହୃତ ପରିବାମାନଙ୍କ ମଧ୍ୟରେ ବାଇଗଣକୁ ହିଁ ଗ୍ରହଣ କରାଯାଏ l ବିଶ୍ୱରେ ଚୀନ ପରେ ଭାରତ ହିଁ ସବୁଠାରୁ ଅଧିକ ବାଇଗଣ ଅମଳ କରୁଥିବା ଦେଶ ଅଟେ l ବାଇଗଣ ଚାଷରୁ କୃଷକ ଭାଇମାନେ ଭଲ ଲାଭ ମଧ୍ୟ କମାଇପାରିବେ l

ଲାଉ ଚାଷ

ଲାଉ ଆମକୁ ଫୁର୍ତି ରଖିବା ସହିତ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ l ଏହାକୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଯେପରିକି ରାଇତା, ହାଲୁଆ ଓ ଖିରି ଇତ୍ୟାଦି ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ l ଏହା ପେଟ ସଫା ରଖିବା ସହିତ କାଶରୁ ମଧ୍ୟ ଆମକୁ ଉପଶମ ଦେଇଥାଏ l ଏଥିରୁ ପ୍ରଚୁର ମାତ୍ରାରେ ଭିଟାମିନ ମଧ୍ୟ ମିଳିଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ