
ବାତ୍ୟା ଓ ମହାବାତ୍ୟା ର ଚକ୍ରଭିୟୁ ରେ ଓଡିଶା ଏବେ ବାତ୍ୟା ପ୍ରବଣ ଅଞ୍ଚଳରେ ପରିଣତ ହୋଇଛି ବୋଲି କହିଲେ ଭୁଲ ହେବ ନାହିଁ |୧୨୦ ବର୍ଷ ମଧ୍ୟରେ ୧୦୧ ଟି ବାତ୍ୟା ଓ ମହାବାତ୍ୟା ର କରାଳ ରୂପ ରେ ଗ୍ରାସ ହୋଇଛି ଦୈନଦିନ ଜୀବନ ,ନଭଃଚୁମ୍ବି ଅଟ୍ଟାଳିକା ,କୃଷକ ର ହସ ,ବହୁ ମୂଲ୍ୟ ସମ୍ପତି ଏବଂ ସେଥିମଧ୍ୟରୁ ବାତ ପଡ଼ିନାହିଁ ଧରଣୀ ର ସବୁଜିମା |

ଏହାର କାରଣ ହୁଏତ ମନୁଷ୍ୟ ର ଅବହେଳା ହେଉ ,ବା ଅନିର୍ଦ୍ଧିଷ୍ଟ ଏବଂ ଅସଚେତନା ସହ କୁତ୍ରିମତା ରେ ବାସ କରିବା ହେଉ ମାତ୍ର ଏହାର ମୂଳ କାରଣ ପରିବେଶ ସୁରକ୍ଷା ପ୍ରତି ଅସଚେତନାତା ଏବଂ ଅବାନ୍ତର ଭାବେ ଜଙ୍ଗଲ ନଷ୍ଟ କରିବା |ଏସବୁ ମଧ୍ୟରେ ପ୍ରକୃତି ର କରାଳ ରୂପ ଏବେ ମାନବ ଜାତି ଲାଗି ଏକ ଆହ୍ୱାନ !ଏକ ସତର୍କ ସୂଚନା ବୋଲି କହିଲେ ଭୁଲ ହେବ ନାହିଁ |ମହାବାତ୍ୟା ର ଠିକ ୨୦ ବର୍ଷ ପରେ ଫଣି ପରି ପୁଣି ଏକ ବାତ୍ୟା ର ଧ୍ଵଂସଲୀଳା ଦେଖିଲା ପରେ ଆଗକୁ ବୃକ୍ଷ ର ଅନୁପସ୍ଥିତି ରେ ମାନବ ର ସ୍ଥିତି ପରିକଳ୍ପନା କରିବା ସମ୍ପୂର୍ଣ ଅବାସ୍ତବ ବୋଲି କହିଲେ ଭୁଲ ହେବ ନାହିଁ |

ପ୍ରକୃତି ର ଅବସାନ ରେ ମାନବ ର ଅବସାନ ସୁନିଶ୍ଚିତ |ପ୍ରକୁତି କୁ ଅବହେଳା କଲେ କାଳକ୍ରମେ ଏହିପରି ପ୍ରାକୃତିକ ବିପର୍ଯ୍ୟ ରେ ମାନବ ର ସତ୍ତା ମଧ୍ୟ ରହିବ ନାହିଁ |
ଆସନ୍ତୁ ଚାରା ରୋପଣ କରିବା !
-ବାତ୍ୟା ସମୟରେ କେବଳ ସେହି ବୃକ୍ଷ ବଞ୍ଚିପାରେ ଯାହାର ଚେର ମଜଭୁତ ଏବଂ ଖୁବ ଗଭୀର କୁ ଯାଇଥାଏ;ଉଧାରଣ ସ୍ୱରୂପ କେତକ ପାଇନ ଗଛ ର ଚେର ଅଧିକ ଗଭୀର କୁ ଯାଏ |
-ନଦୀ ଓ ସମୁଦ୍ରକୂଳରେ ପ୍ରାକୃତିକ ପ୍ରକ୍ରିୟା ରେ ବଢୁଥିବା ଗଛ ମାନେ ମଧ୍ୟ ଏହି ପରି ବିପର୍ଯ୍ୟ ରେ ତିଷ୍ଟି ପାରନ୍ତି |ଏମାନଙ୍କ ଚେର ଅଧିକ ସୁଦୃଢ ଏବଂ ଏହାଦ୍ୱାରା ମୃତ୍ତିକା ସଂରକ୍ଷଣ ମଧ୍ୟ ହୋଇଥାଏ |
-ଯେଉଁ ଗଛ ପତ୍ର ଗୁଡିକ ଶୀଘ୍ର ଝଡି ପଡେ ସେମାନେ ବାତ୍ୟା ର ପବନ ରେ ତିଷ୍ଟି ପାରନ୍ତି |କାରଣ ଅଧିକ ପ୍ରତିରୋଧ ନ ହେବା ଫଳରେ ପତ୍ର ଝଡ଼ିଯାଏ ଏବଂ ଡାଳ ଉପରେ ଅଧିକ ପ୍ରଭାବ ପଡେ ନାହିଁ |
-ଯେଉଁ ଗଛ ଗୁଡିକର ଡାଳ ସ୍ଥର ସ୍ଥର ହୋଇ ରହିଥାଏ ସେହି ବୃକ୍ଷରେ ପବନ ଉପର ଓ ତଳ ଭାଗ ଦେଇ ଅତିବାହିତ ହୁଏ ତେଣୁ ଗଛ ର ଅଧିକ କ୍ଷେତି ହୁଏ ନାହିଁ |
-ନମନୀୟ ବୃକ୍ଷ ବାତ୍ୟା ରୁ ବର୍ତ୍ତିବାର ଅଧିକ ସମ୍ଭାବନ ରହିଛି |ନଡ଼ିଆ ପରି ଗଛ ର ଚେର ଅଧିକ ଭିତରକୁ ନ ଯାଇପାରୁଥିବାରୁ ଏହା ଉପୁଡିବାର ଅଧିକ ସମ୍ଭାବନା ଥାଏ |
Share your comments