1. କୃଷି ବିଶ୍ବକୋଷ

ଏହାକୁ ପଢିଲା ପରେ ଆପଣ କେବେ ହେଲେ ଫପାଡ଼ି ବେନି ରସୁଣ ଓ ପିଆଜ ଚୋପା

ଏହାକୁ ପଢିଲା ପରେ ଆପଣ କେବେ ହେଲେ ଫପାଡ଼ି ବେନି ରସୁଣ ଓ ପିଆଜ ଚୋପା

KJ Staff
KJ Staff

ପିଆଜ ରସୁଣ ହାରାହାରି ସମସ୍ତ ଭାରତୀୟ ରନ୍ଧାଶାଳ ରେ ସୁପରିଚିତ |ଏହା ବିନା ଯେପରି ବହୁତ ବ୍ୟଞ୍ଜନ ଅସମ୍ପୂର୍ଣ୍ଣ |ବିଶେଷ କରି ଆମିଷ ପ୍ରିୟ ହୋଇଥିଲେ ପିଆଜ ରସୁଣ ଅମୃତ ସଦୃଶ |ତେବେ ପାଇଯା ରସୁଣ କୁ ଛଡେଇ ରୋଷେଇ କରିଲା ପରେ ଆପଣ ମଧ୍ୟ ଏହାର ଚୋପା କୁ ଫପାଡ଼ି ଦେଉଥିବେ ନିଶ୍ଚିନ୍ତ ହେଲେ ଜାଣନ୍ତି କି ଏହାର କେତେ ଉପକାରିତା ରହିଛି ?
ଆସନ୍ତୁ ଜାଣିବା କଣ ରହିଛି ଏହାର ବିଶେଷ ଉପାଦେୟତା :
୧)ବୃକ୍ଷ ଲତା ନିଜର ସୁରକ୍ଷା ଲାଗି ନିଜ ଚାରିପାଖେ ଏକ ସୁରକ୍ଷା କବଚ ର ଗଠନ କରିଥାନ୍ତି ଯାହାକୁ ଆପଣ ଚୋପା ଭାବି ଫପାଡ଼ି ଦିଅନ୍ତି |ତେବେ ଏହି ଚୋପା ରେ ବିଶେଷ ଔଷଧୀୟ ତଥ୍ୟ ଏବଂ ଭିଟାମିନ ରହିଛି ଯାହା ଆପଣଙ୍କୁ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ |

୨) ସୁପ ପିଇବାକୁ ଭଲ ପାଉଥିଲେ ,ରସୁଣ ଓ ପିଆଜ ର ଚୋପା ରେ ସୁପ ତିଆରି କରନ୍ତୁ ଏବଂ ସୁପ ପ୍ରସ୍ତୁତ ହେଲା ପରେ ଏହାକୁ ଛାଣି କାଢି ଦିଅନ୍ତୁ |ଏହି ସୁପ ଅଧିକ ସ୍ୱାସ୍ଥ୍ୟକର ଏବଂ ଭିଟାମିନ ଯୁକ୍ତ ହୋଇଥାଏ |
୩)ମନେ ରଖନ୍ତୁ ରସୁଣ କୁ ଚୋପା ସହ ଭାଜିଲେ ଏହାର ବାହାର ଚୋପା ଭିତରେ ଥିବା ରସୁଣ ପାଖୁଡା କୁ ନରମ କରେ ଏବଂ ସେଥିରେ ଅଧିକ ସ୍ୱାସ୍ଥ୍ୟକର ତଥ୍ୟ ଯୁକ୍ତ କରିଥାଏ |ଏହା ସହ ଏହି ରସୁଣଦୀର୍ଘ ଦିନ ଯାଏ ଆପଣ ସାଇତି ରଖିପାରିବେ |

୪)ପିଆଜ ର ଚୋପା କୁ ଭାତ ରାନ୍ଧିଲା ବେଳେ ଏଥିରେ ମିଶାନ୍ତୁ |ଏହା ଭାତ ରେ ଅଧିକ ସ୍ୱାଦ ଏବଂ ଭିଟାମିନ ମିଶାଇଥାଏ |ଭାତ ହେଇଗଲା ପରେ ଏହାକୁ କାଢି ଦିଅନ୍ତୁ |
୫)ଯଦି ଆପଣଙ୍କର ମାଂସପେଶୀ ବିନ୍ଧା ବା ଦରଜ ହେଉଥାଏ ତେବେ କିଛି ପିଆଜ ଚୋପା କୁ ୧୦-୧୨ ମିନିଟ ଧରି ପାଣି ରେ ସିଝାଇ ଏହି ପାଣି କୁ ଚା ପରି ଶୋଇବା ପୂବରୁ ପିଅନ୍ତୁ |ଏହା କ୍ଳେଶ ରୁ ଲାଘବ ଦେଇଥାଏ ବୋଲି ଗବେଷଣା ରୁ ପ୍ରକାଶ |

୬)ଯଦି ଆପଣଙ୍କୁ ରାତି ରେ ନିଦ ହେଉନାହିଁ ତେବେ ମଧ୍ୟ ଆପଣ ଏହି ଚୋପା ର ସାହାଯ୍ୟ ନେଇ ପାରିବେ |ଗରମ ଫୁଟୁଥିବା ପାଣି ରୁ ପିଆଜ ଚୋପା ଉପରେ ଢଳାନ୍ତୁ ଏବଂ ୧୫ ମିନିଟ ପରେ ଏହାକୁ ଛାଣି ପିଅନ୍ତୁ |

୭)କେଶ ରଙ୍ଗ କରିଆକୁ ଚାହୁଁଥିଲେ ପିଆଜ ଚୋପା ଏକ ଉତ୍ତମ ଉପାୟ |କିଛି ପିଆଜ ଚୋପା କୁ ଗରମ ପାଣିରେ ୩୦ ରୁ ୬୦ ମିନିଟ ପର୍ଯ୍ୟନ୍ତ ସିଝାନ୍ତୁ |ଏହାକୁ ଛାଣି ରାତି ସାରା ଥଣ୍ଡା ହେବାକୁ ଦିଅନ୍ତୁ |ସକାଳେ ଏହାକୁ କେଶ ରେ
ଡାଳନ୍ତୁ ଏବଂ ୧ ଘଣ୍ଟା ପରେ ମୁଣ୍ଡ ଧୋଇ ଦିଅନ୍ତୁ |

୮)କୁଣ୍ଡାଇ ପରି ସମସ୍ୟା ଥିଲେ ମଧ୍ୟ ଆପଣ ଏହି ଚୋପା ଦ୍ୱାରା ଉପକୃତ ହେବେ |

ଯଦି ବ୍ୟବହାର କରିବା ସମ୍ଭବ ହେଉନାହିଁ ତେବେ ଏହି ଚୋପା କୁ ଆପଣ ଫ୍ରିଜ ଭିତରେ ମଧ୍ୟ ଦୀର୍ଘ ଦିନ ଯାଏ ଏକ ଜରି ବା ପ୍ୟାକେଟ ମଧ୍ୟରେ ରଖିପାରିବେ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments