1. କୃଷି ବିଶ୍ବକୋଷ

ଆମରି ମାଟି, ଆମ ଜୀବନ !!

ପ୍ରକୃତିର ଏକ ବିଶେଷ ଅଙ୍ଗ ହେଉଛି ମାଟି l ସେଇଥିପାଇଁ ଯଥାର୍ଥରେ ମାଟି କୁ ମା' ବୋଲି କୁହାଯାଏ l ମଣିଷମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଯେପରି ଉନ୍ନତି ଓ ଅବନତି ଦେଖାଯାଇଥାଏ ଠିକ୍ ସେହିପରି ଭାବରେ ମାଟି ବା ମୃତ୍ତିକାର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଓ ଅବନତି ଦେଖାଯାଇଥାଏ l କେବଳ ଯେ ଜୀବନ ଥିବା ପ୍ରାଣୀ ବା ଉଦ୍ଭିଦମାନଙ୍କ ସ୍ୱାସ୍ଥ୍ୟରେ ପରିବର୍ତନ ଦେଖାଦେଇ ଥାଏ ତାହା ନୁହେଁ, ମାଟିର ସ୍ୱାସ୍ଥ୍ୟ ବା ଗୁଣବତ୍ତାରେ ମଧ୍ୟ ପରିବର୍ତ୍ତନ ଆସିଥାଏ l ସାଧାରଣତଃ ଦେଖାଯାଇଥାଏ, ଫସଲ ନିମନ୍ତେ ସମସ୍ତ ପ୍ରକାର ସୁବ୍ୟବସ୍ଥା ରହିଥିବା ସତ୍ତ୍ୱେ ଜମିରେ ଭଲ ଫସଲ ହୋଇନଥାଏ l ଏହାର ମୂଳ କାରଣ ବିଷୟରେ ଚାଷୀମାନେ ବୁଝି ନପାରି ବିଭିନ୍ନ ଅନ୍ଧ ବିଶ୍ୱାସର ଶିକାର ହୋଇଥାଆନ୍ତି ଓ ଭଲ ଫସଲ ଅମଳ ପାଇଁ ପୂଜା ପାଠ କରିଥାଆନ୍ତି, ଗୁଣିଗାରେଡ଼ିର ଆଶ୍ରୟ ନେଇଥାଆନ୍ତି l କେତେକ କ୍ଷେତ୍ରରେ ଚାଷୀ ହତାଶ ହୋଇପଡ଼ନ୍ତି l ଏହି ପରିପ୍ରେକ୍ଷୀରେ ଜଣେ ମୃତ୍ତିକା ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରିବା ଜରୁରୀ ଅଟେ l

Sugyan Kumar Nayak
Sugyan Kumar Nayak
Soil for Crop

ମୃତ୍ତିକାର ସ୍ୱାସ୍ଥ୍ୟ କହିଲେ ସାଧାରଣତଃ ଆମେ ଏହାର ଉର୍ବରତା, ଏହାର ଗୁଣବତ୍ତା ବା ଫସଲ ଉପୁଯାଇବାର କ୍ଷମତାକୁ ହିଁ ବୁଝିଥାଉ l ଫସଲ ଅମଳର ପରିମାଣ ସିଧାସଳଖ ଭାବରେ ମାଟିର ସ୍ୱାସ୍ଥ୍ୟ ଉପରେ ନିର୍ଭର କରିଥାଏ l ଅନେକ କ୍ଷେତ୍ରରେ ମାଟିରେ ଅମ୍ଳୀୟ ବା କ୍ଷାରୀୟ ଅଂଶରେ ହ୍ରାସବୃଦ୍ଧି ହୋଇଥାଏ l ଏହା ଦ୍ୱାରା ଫସଲର ବୃଦ୍ଧି ଓ ବିକାଶ ମଧ୍ୟ ପ୍ରଭାବିତ ହୋଇଥାଏ l ଏହି ପରିପ୍ରେକ୍ଷୀରେ ଚାଷୀଭାଇମାନେ ମୃତ୍ତିକାର ସ୍ୱାସ୍ଥ୍ୟ ଏବଂ ଏହାର ପରିଚାଳନା ବିଷୟରେ କିଛି ଜାଣିବା ନିଶ୍ଚିତ ଦରକାର l ମାଟି ଭିତରେ ଲକ୍ଷ ଲକ୍ଷ ସଂଖ୍ୟାରେ କବକ, ଭୂତାଣୁ, ସୁକ୍ଷ୍ମ ଜୀବଗୁଡିକ ରହିଥାଆନ୍ତି l ସେଗୁଡ଼ିକ ମାଟିର ଅବସ୍ଥାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି l ଯାହା ଫଳରେ ଏକ ସୁନ୍ଦର ପର୍ଯ୍ୟାବରଣ ତିଷ୍ଠି ରହିଥାଏ l କୃଷି କାର୍ଯ୍ୟ ନିମନ୍ତେ ଦୃଢ଼ ସହାୟତା ପ୍ରଦାନ କରୁଥିବା ଏହି ମାଟି ହିଁ ବର୍ଷା ଜଳ ଓ ଜଳସେଚନର ଜଳକୁ ଧରି ରଖେ l ପାଣିରେ ମିଶି ରହିଥିବା ସମସ୍ତ ପଦାର୍ଥକୁ ମାଟି ଶୋଷଣ କରି ରଖେ l ମୃତ୍ତିକାର ପରୀକ୍ଷା କରିବା ମଧ୍ୟ ଜରୁରୀ ଅଟେ l ଏହା ଦ୍ୱାରା ଜମିକୁ ଆବଶ୍ୟକ ରାସାୟନିକ ଖାଦ୍ୟ ମାତ୍ରାକୁ ସଠିକ ଭାବରେ ଚୟନ କରାଯାଇପାରିବ ଏବଂ ଅମ୍ଳୀୟ ମାଟିରେ ସୁଧାର ଆଣି ସେଥିରେ ଫସଲ ଉପୁଜାଇବାର କୌଶଳ ମିଳିଯିବ l

କ୍ଷେତବାଡ଼ି ବିଷୟରେ ଆଲୋଚନା ଦୃଷ୍ଟିରୁ ମେ ମାସଟି  କୃଷି କାର୍ଯ୍ୟ ନିମନ୍ତେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ l  ପ୍ରଧାନତଃ ଓଡ଼ିଶାର କୃଷକମାନେ ଏହି ମାସର ପ୍ରାରମ୍ଭରୁ ଖରିଫ ଫସଲ ନିମନ୍ତେ, ବିଶେଷକରି ଧାନ ଫସଲ ପାଇଁ ଜମି ପ୍ରସ୍ତୁତିରେ ଲାଗି ପଡ଼ିଥାନ୍ତି l ଦେଶର ଅନ୍ୟ କେତେକ ଅଞ୍ଚଳର ଚାଷୀଭାଇମାନେ ଏହି ଋତୁରେ ଫସଲକୁ ସାଇତି ରଖିବାରେ ବ୍ୟସ୍ତ ଥାଆନ୍ତି l ଚାଷୀ ଭାଇମାନଙ୍କୁ ବର୍ତ୍ତମାନ ପରିସ୍ଥିତିରେ କୃଷି ଯନ୍ତ୍ରପାତିର ଅଭାବ ପରିଲକ୍ଷିତ ହେଉଛି l ବର୍ତ୍ତମାନର କରୋନା ସଙ୍କଟ ସମୟରେ ଚାଷୀ ଭାଇମାନଙ୍କ ନିମନ୍ତେ ଗୋଟିଏ ଖୁସି ଖବର ହେଉଛି, ଚଳିତ ବର୍ଷ ମୌସୁମୀ ବର୍ଷା ଆଗୁଆ ଆସିବ ଏବଂ ସାଧାରଣ ହେବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି l ତେଣୁକରି ଚାଷୀଭାଇମାନେ ବୁଣାବୁଣି ପାଇଁ ଜମି ପ୍ରସ୍ତୁତ କରିଦିଅନ୍ତୁ ଏବଂ ଜମିର ହୁଡ଼ା ବନ୍ଧକୁ ମଧ୍ୟ ମରାମତି କରିଦିଅନ୍ତୁ l ବୈଜ୍ଞାନିକ ପଦ୍ଧତିରେ କୃଷି କରିବା ବ୍ୟତୀତ, ଅନ୍ୟ ଚାଷୀଭାଇମାନେ ମଧ୍ୟ ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ଜରୁରୀ ଅଟେ l ସମସ୍ତ ଚାଷୀଭାଇ ପ୍ରମାଣିତ ବିହନ ବୁଣନ୍ତୁ ଏବଂ ସଫଳତାର ସହିତ ଚଳିତ ବର୍ଷର ଫସଲ କାମ ଆରମ୍ଭ କରିଦିଅନ୍ତୁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments