1. କୃଷି ବିଶ୍ବକୋଷ

ଆମ ମସଲା, ଆମ ଚାଷ: ଏକ ବିହଙ୍ଗାବଲୋକନ

ଭାରତର ମସଲା ବିଶ୍ୱ ପ୍ରସିଦ୍ଧ, ଇତିହାସରେ ଏହାର ପ୍ରମାଣର ଅଭାବ ନାହିଁ l ଇତିହାସ କହେ ଭାରତର ଉଚ୍ଚମାନର ମସଲା ପ୍ରତି ଆକୃଷ୍ଟ ହୋଇ ବିଦେଶୀମାନେ ବାରମ୍ବାର ଭାରତକୁ ଆସୁଥିଲେ l ମସଲା ବ୍ୟବସାୟରୁ ଧୀରେ ଧୀରେ ସେମାନେ ଭାରତକୁ ନିଜ ଶାସନାଧୀନ କରିଲେ l ଚାଷ ଭିତରେ ମସଲା ହେଉଛି ଏକ ମୁଖ୍ୟ ଚାଷ । ମସଲା ହେଉଛି ଏକ ଅର୍ଥକାରୀ ଫସଲ । ଏହି ଚାଷର ଉନ୍ନତିରେ ଦେଶର ଆର୍ଥିକ ଅବସ୍ଥା ଦୃଢ଼ ହୋଇପାରିବ ।

Sugyan Kumar Nayak
Sugyan Kumar Nayak

ଭାରତର ମସଲା ବିଶ୍ୱ ପ୍ରସିଦ୍ଧ, ଇତିହାସରେ ଏହାର ପ୍ରମାଣର ଅଭାବ ନାହିଁ l ଇତିହାସ କହେ ଭାରତର ଉଚ୍ଚମାନର ମସଲା ପ୍ରତି ଆକୃଷ୍ଟ ହୋଇ ବିଦେଶୀମାନେ ବାରମ୍ବାର ଭାରତକୁ ଆସୁଥିଲେ l ମସଲା ବ୍ୟବସାୟରୁ ଧୀରେ ଧୀରେ ସେମାନେ ଭାରତକୁ ନିଜ ଶାସନାଧୀନ କରିଲେ l ଚାଷ ଭିତରେ ମସଲା ହେଉଛି ଏକ ମୁଖ୍ୟ ଚାଷ । ମସଲା ହେଉଛି ଏକ ଅର୍ଥକାରୀ ଫସଲ । ଏହି ଚାଷର ଉନ୍ନତିରେ ଦେଶର ଆର୍ଥିକ ଅବସ୍ଥା ଦୃଢ଼ ହୋଇପାରିବ । ପ୍ରତ୍ୟେକ ଦିନ ଖାଦ୍ୟରେ  ଏହାର ଏକାନ୍ତ ଆବଶ୍ୟକତା ରହିଛି । ଏଥିପାଇଁ ଆମକୁ କିଛି ପରିମାଣରେ ବାହାର ଦେଶ ଉପରେ ନିର୍ଭର କରିବାକୁ ପଡ଼େ । ଯଦି ଏହି ଚାଷ ପ୍ରଚୁର ମାତ୍ରାରେ ଆମ ରାଜ୍ୟ ତଥା ଦେଶରେ  କରାଯାଆନ୍ତା  

ତାହାଲେ ଆମର ଆର୍ଥିକ ଅବସ୍ଥା ସୁଦୃଢ ହୋଇପାରନ୍ତା । ଏହି ଚାଷର ଉନ୍ନତିରେ ଦେଶର ଆର୍ଥିକ ଅବସ୍ଥା ଦୃଢ଼ ହୋଇପାରିବ । ଭାରତ, ଇଜିପ୍ଟ, ଚାଇନା, ଇଣ୍ଡୋନେସିଆ, ମାଲାସିଆ, ମେକ୍ସିକୋ, ତୁର୍କି ଓ ବାଜିଲରୁ ଅଧିକ ପରିମାଣରେ ମସଲା ଉତ୍ପାଦିତ ହୁଏ । ପ୍ରତ୍ୟେକ ଦେଶର ମସଲା ଆବଶ୍ୟକତା ରହିଛି । ଅଧିକ ମସଲା ଉତ୍ପାଦିତ ହେଉଥିବା ଦେଶରୁ ଅନ୍ୟ ଦେଶମାନେ ମସଲା ଆମଦାନୀ କରନ୍ତି । ଇଂଲଣ୍ଡ, ଇରୋପ, ଜାପାନ, ପୂର୍ବ ଏସିଆ ଓ ମଧ୍ୟ ପୂର୍ବ ଦେଶଗୁଡ଼ିକ ବେଶି ମସଲା ଆମଦାନୀ କରିଥାନ୍ତି । ଆମ ଦେଶ ଭାରତରୁ ପ୍ରାୟ ୧୨୦ ଟି ଦେଶକୁ ମସଲା ରପ୍ତାନି କରାଯାଏ । ଇଂଲଣ୍ଡ, ଇରୋପ ଓ ଜାପାନ ଭାରତରୁ ଅଧିକ ମସଲା ଆମଦାନୀ କରିଥାନ୍ତି । ଭାରତର ମସଲା ଚାହିଦା କାହିଁ କେଉଁ ଦିନରୁ ରହିଆସିଛି । ଭାରତୀୟ ମସଲା ମଧ୍ୟରେ ଅଦା, ହଳଦି, ରସୁଣ, ପିଆଜ, ଗୋଲମରିଚ, ଧନିଆ, ପ୍ରଭୃତି ମସଲା ଅନ୍ତର୍ଭୁକ୍ତ ଅଟେ l

ଭାରତର ମସଲାର ଉତ୍ପାଦିତ ଅଧିକ ହେଉଥିବାରୁ ୧୯୮୭ ମସିହାରେ ଦ ସ୍ପାଇସେସ୍ ବୋର୍ଡ଼ ଅଫ୍ ଇଣ୍ଡିଆ ଖୋଲାଯାଇଥିଲା। ଏହି ବୋର୍ଡ ଅନୁସାରେ ମସଲା ଆମଦାନୀ ଓ ରପ୍ତାନି କରାଯାଏ । କିନ୍ତୁ ଏବେ ଧୀରେ ଧୀରେ ମସଲାର ଉତ୍ପାଦନ ଭାରତରୁ ହ୍ରାସ ପାଇବାରେ ଲାଗିଛି । ଚାଷୀମାନେ ଏହାକୁ ବେଶି ଚାଷ କରୁନାହାଁନ୍ତି । ଚାଷ କରୁଥିଲେ ବି ଆଗ ଭଳି ଏହାର ଉତ୍ପାଦନ ଭଲ କରିପାରୁନାହାଁନ୍ତି । ଅନୁନ୍ନତ ଚାଷ ପ୍ରଣାଳୀ, ଫସଲରେ ପୋକ ଲାଗିବା, ପାଣି ସମସ୍ୟା ଓ ଚାଷୀ ଉପଯୁକ୍ତ ଲାଭ ନ ପାଇବା ଯୋଗୁଁ ଏହି ଚାଷର ଚାହିଦା କମିଗଲାଣି। କିନ୍ତୁ ପ୍ରତ୍ୟେକ ଦିନ ଖାଦ୍ୟରେ ଏହାର ଏକାନ୍ତ ଆବଶ୍ୟକତା ରହିଛି । ତେଣୁ ବାହାର ଦେଶରୁ ବିଭିନ୍ନ ମସଲାକୁ ଆମଦାନୀ କରିବାକୁ ପଡୁଛି । ଭାରତ ଆଗରୁ ୧୨୦ ଟି ଦେଶକୁ ମସଲା ରପ୍ତାନି କରୁଥିଲା ଆମ ଦେଶର ଉତ୍ତରାଞ୍ଚଳରୁ ଅଧିକ ପରିମାଣରେ ଲଙ୍କା, ଅଦା ଓ ହଳଦି ରପ୍ତାନି କରାଯାଏ । କିନ୍ତୁ ଏବେ ଏହି ଦେଶ ଅଧିକ ଲଙ୍କା, ଅଦା ଓ ହଳଦି ଅଧିକ ଉତ୍ପାଦନ କ୍ଷେତ୍ରରେ କେତେକ ସମସ୍ୟା ଦେଖା ଦେଉଛି l ବିଶେଷ କରି ଆମ ଦେଶର ମାର୍କେଟିଙ୍ଗ ପଦ୍ଧତି ବହୁତ ଖରାପ । ମସଲାର ବଜାର ଚାହିଦା ଭଲ ରହିଥିଲେ ବି ଚାଷୀ ସିଧାସଳଖ ଭାବେ ଖାଉଟିଙ୍କ ଠାରୁ ଅର୍ଥ ପାଇପାରେ ନାହିଁ । ବେପାରୀମାନେ ଚାଷୀଙ୍କ ଠାରୁ କମ୍ ଅର୍ଥରେ ମସଲା କିଣି ଚଢ଼ା ମୂଲ୍ୟରେ ବିକ୍ରି କରନ୍ତି । ଯାହା ଫଳରେ ଚାଷୀ ଉପଯୁକ୍ତ ଲାଭ ଉଠାଇପାରୁ ନାହିଁ । ଏଥିପାଇଁ ସେ ଚାଷ କ୍ଷେତ୍ରରୁ ଦୂରେଇ ଆସୁଛି ।

ଯଦିଓ ଆମ ଦେଶରେ ମସଲା ଚାଷର ଚାହିଦା ରହିଛି, କିନ୍ତୁ ଉପଯୁକ୍ତ ପରିମାଣରେ ବୃଦ୍ଧି ହେଉନାହିଁ। ବିଶ୍ଵର ସବୁ ଦେଶ ତୁଳନାରେ ଆମ ଦେଶର ଉତ୍ପାଦନ ଉପରେ ଦୃଷ୍ଟି ପକାଇଲେ ଜଣାପଡୁଛି, ଆବଶ୍ୟକ ଅନୁସାରେ ମସଲା ଉତ୍ପାଦନ ବୃଦ୍ଧି ହେଉନାହିଁ । ବିଶ୍ଵ ବଜାରରେ ଭାରତର ମସଲା ଚାହିଦା ରହୁଛି କିନ୍ତୁ ମସଲାର ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ଉତ୍ପାଦନ ହ୍ରାସ ପାଇବାର ବିଭିନ୍ନ ପ୍ରକାର କାରଣ ରହିଛି । ଉନ୍ନତମାନର ବିହନର ଅଭାବ, ଆଧୁନିକ ପ୍ରଣାଳୀରେ ଚାଷ ପଦ୍ଧତି ଚାଷୀଙ୍କୁ ଭଲ ଜଣାନାହିଁ, ପାଣିପାଗ ପରିବର୍ତ୍ତନରେ ଚାଷ ଭଲ ହୁଏ ନାହିଁ, ଫସଲରେ ପୋକ ଲାଗିବା ଓ ଉପଯୁକ୍ତ ସମୟରେ ସାର ପ୍ରୟୋଗ ନକରିବା ଏବଂ ପାଣିର ଅଭାବ ଯୋଗୁଁ ଏହି ଚାଷ ଭଲ ହେଉନାହିଁ । ଏତଦବ୍ୟତୀତ ଚାଷୀ ତାର ଉତ୍ପାଦନ ଅନୁଯାୟୀ ଲାଭ ପାଇପାରେ ନାହିଁ । ଖାଉଟି ଚଢ଼ା ଦରରେ କିଣୁଥିବାବେଳେ ଚାଷୀ ସେହି ମୂଲ୍ୟ ପାଇପାରେ ନାହିଁ । ଏହା ଦ୍ଵାରା ଚାଷୀ କମ୍ ଅର୍ଥରେ ଅଧିକ ପରିଶ୍ରମ କରିବାକୁ ଚାହୁଁନି । ସେଥିପାଇଁ ସେ ଚାଷ କ୍ଷେତ୍ରରୁ ମୁହଁ ଫେରାଉଛି । ଉତ୍ପାଦନ ହ୍ରାସର ଏହା ହେଉଛି ମୁଖ୍ୟ କାରଣ । ଏହା ଉପରେ ଦୃଷ୍ଟି ଦିଆଯାଇ ଯଦି ଚାଷୀକୁ ତାହାର ପରିଶ୍ରମର ଉପଯୁକ୍ତ ଅର୍ଥ ଯୋଗାଇ ଦିଆଯାଆନ୍ତା ଓ ଉନ୍ନତମାନର ବିହନ ସାଙ୍ଗକୁ କୀଟନାଶକ ଔଷଧ, ସାର ଯୋଗାଇ ଦିଆଯାଆନ୍ତା, ତେବେ ଚାଷୀମାନେ ମସଲା ଚାଷ ଅଧିକ କରନ୍ତେ । ଏହି ଚାଷ ଦ୍ଵାରା ହିଁ ଆମ ଦେଶ ଆର୍ଥିକ ଅବସ୍ଥା ସୁଦୃଢ଼ ହୋଇପାରନ୍ତା।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments