1. କୃଷି ବିଶ୍ବକୋଷ

ଗଛ ଲାଗି ଭଲ ଅମୃତ ଜଳ

ଗୋମାତା ର ଅବଦାନ ରୁ ପ୍ରସ୍ତୁତ ଅନ୍ୟ ଏକ ପ୍ରାକୃତିକ ଅବଦାନ,ବୃକ୍ଷ ଲାଗି ଅମୃତ ଜଳ |ଏହି ଅପୂର୍ବ ମିଶ୍ରଣ ର ଅବଗତି ର ଅଭାବ ହେତୁ ଏହାର ପ୍ରୟୋଗ ଖୁବ କମ ଦେଖିବାକୁ ମିଳିଥାଏ ମାତ୍ର ଏହାର ପ୍ରସ୍ତୁତି ଓ ବ୍ୟବହାର ଖୁବ ସରଳ ଅଟେ|

KJ Staff
KJ Staff

ଗୋମାତା ର ଅବଦାନ ରୁ ପ୍ରସ୍ତୁତ ଅନ୍ୟ ଏକ ପ୍ରାକୃତିକ ଅବଦାନ,ବୃକ୍ଷ ଲାଗି ଅମୃତ ଜଳ |ଏହି ଅପୂର୍ବ ମିଶ୍ରଣ ର ଅବଗତି ର ଅଭାବ  ହେତୁ ଏହାର ପ୍ରୟୋଗ  ଖୁବ କମ ଦେଖିବାକୁ ମିଳିଥାଏ ମାତ୍ର ଏହାର ପ୍ରସ୍ତୁତି ଓ ବ୍ୟବହାର ଖୁବ ସରଳ  ଅଟେ|

ଆବଶ୍ୟକ ସାମଗ୍ରୀ :

  • ଦେଶୀ ଗାଈ ର ଗୋବର -୧ କି.ଗ୍ରା
  • ଦେଶୀ ଗାଈ ଗୋମୂତ୍ର-୧ ଲିଟର
  • ଗୁଡ-୫୦ ଗ୍ରାମ /ଅକାହୂ ରସ ୨ ଗ୍ଲାସ
  • ପାଣି-୧୦ ଲିଟର

କିପରି  କାମ କରେ ଅମୃତ ଜଳ

ଏଥିରେ ଥିବା ଦେଶୀ ଗାଈ ଗୋବର ବୃକ୍ଷ ଲାଗି ପୋଷାକ ତତ୍ୱ ଧାରଣ  କରିବା ସହ ସହସ୍ର ମୃତିକା ଉପକାରୀ କବକ ବା ଜୀବାଣୁ ଧାରଣା କରିଥାଏ |ଏଣୁ ଏହାର ପ୍ରୟୋଗ ଦ୍ୱାରା ମୃତିକା ସଂରକ୍ଷଣ  ହେବ ସଙ୍ଗେ ସଙ୍ଗେ ଫସଲ କୁ ପୋଷାକ ତତ୍ତ୍ୱ ମଧ୍ୟ  ଉପଲବ୍ଧ ହୋଇଥାଏ |ଏହା ଦ୍ୱାରା ଫସଲ ଅଧିକ ଫଳଦାୟକ ମଧ୍ୟ ହୋଇଥାଏ |

 

ପ୍ରସ୍ତୁତି ପ୍ରଣାଳୀ :

  1. ପ୍ଲାଷ୍ଟିକ ବା କାଠ ବାଲ୍ଟି ରେ ଗୁଡ ସହ ପାଣି ମିଶାଇ ତାକୁ ପତଳା କରନ୍ତୁ |ଏହି ଗୁଡ ଉପକାରୀ କବକ ମାନଙ୍କୁ ପୋଷକ ତତ୍ତ୍ୱ ଯୋଗାଇଥାଏ |
  2. ଗୋବର ଓ ଗୋମୂତ୍ର କୁ ବାଡ଼ି ସାହାଯ୍ୟ ରେ ଭଲ ଭାବରେ ମିଶାନ୍ତୁ
  3. ମିଶ୍ରଣ ଗୋଳାଇଲା ବେଳେ ଧୀରେ ଧୀରେ ଗୋଟେ ଦିଶା ରେ ଗୋଳାନ୍ତୁ |
  4. ଏଥିରେ ବଳକା ପାଣି ମିଶାଇ ମିଶ୍ରଣ କୁ କଣ ରେ ଗୋଡ଼ାଇ ରଖନ୍ତୁ |ଏହାକୁ ଅଧିକ ଖରା ବା ବର୍ଷ ରୁ ଦୁରାଇ ରଖନ୍ତୁ |
  5. ଦିନକୁ ୩ ଥର ଏହାକୁ ଗୋଳାନ୍ତୁ |

ଏହା ଦ୍ୱତୀୟ ଦିନ ସୁଦ୍ଧା  ପଚିବା ଆରମ୍ଭ କରେ ଓ ଚତୁର୍ଥ ଦିନ ରେ ପ୍ରୟୋଗ ଉପଯୋଗୀ ହୋଇଥାଏ  |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ