1. କୃଷି ବିଶ୍ବକୋଷ

ପ୍ଲାଷ୍ଟିକ ରୁ ତିଆରି ହେବ ତୈଳ

ପ୍ଲାଷ୍ଟିକ ରୁ ତିଆରି ହେବ ତୈଳ

KJ Staff
KJ Staff

ବି.ଏମ.ସି ଦ୍ୱାରା ଏକ ନୂତନ ପ୍ରକଳ୍ପ ଭାବେ ପ୍ଲାଷ୍ଟିକ ରୁ ତୈଳ ଉତ୍ପାଦନ କରିବାର ଏକ କାରଖାନା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି |ଏହା ଦ୍ୱାରା ଯେଉଁ ବର୍ଜ୍ୟ ବସ୍ତୁ ସମ୍ପୂର୍ଣ ଭାବେ ମାଟି ରେ ମିଶି ପାରିବନି ସେହି ପରି ଅଣ -ବାୟୋ ଡିଗ୍ରେଡେ଼ଵଲ ବର୍ଜ୍ୟ କୁ ପରିବର୍ତିତ କରି ଏଥିରୁ ତୈଳ ର ଉତ୍ପାଦନ କରାଯିବ |
ରାଜଧାନୀ ରେ ୧୫୦୦୦ ରୁ ଅଧିକ ଟନ ର ପ୍ଲାଷ୍ଟିକ ବର୍ଜ୍ୟ ଉତ୍ପାଦନ ହେଉଥିଲାବେଳେ ଏହି କାରଖାନା ଦ୍ୱାରା ସହର ର ସମସ୍ତ ବର୍ଜ୍ୟ ନିଷ୍କାସନ ରେ ବେଶ ସହାୟକ ହୋଇଥାଏ |

ବି ଏମ ସି ର ଡେପୁଟି କମିଶନର ଶୁଭେନ୍ଦୁ ସାହୁ ଙ୍କ ଅନୁଯାୟୀ ଏହା ରାଜ୍ୟ ର ପ୍ରଥମ ଅନୁପମ ପ୍ରକଳ୍ପ ହେବ|ଏହି କାରଖାନା ଲାଗି ୫୦ ଲକ୍ଷ ଖର୍ଚ କରିବାର ଯୋଜନା ରହିଛି |ସହର ରେ ବାୟୋ ଡିଗ୍ରେଡେ଼ଵଲ ବର୍ଜ୍ୟ ର ନିଷ୍କାସନ ଲାଗି ବ୍ୟବସ୍ତା ରହିଥିଲା ବେଳେ ଅଣ-ବାୟୋ ଡିଗ୍ରେଡେ଼ଵଲ ବର୍ଜ୍ୟ ଲାଗି କୌଣସି ଉପାୟ କରାଯାଇ ନଥିଲା |ଏଣୁ ରାଜଧାନୀ କୁପ୍ଲାଷ୍ଟିକ ଏବଂ ପଲିଥିନ ଠାରୁ ଦୂରରେ ରଖିବାର ଏହା ସବୁଠାରୁ ଉତ୍ତମ ପ୍ରକ୍ରିୟା |

ଏହା ଲାଗି ସମଗ୍ର ରାଜଧାନୀ ରେ ୧୦ ଟି ମେଟେରିଆଲ ରୀକବରୀ ସେଣ୍ଟର କରାଯିବ ଯାହା ଠାରୁ ପ୍ଲାଷ୍ଟିକ ସଂଗ୍ରହ କରି କାରଖାନା କୁ ଦିଆଯିବ |ଏହି ପ୍ଲାଷ୍ଟିକ କୁ ବେଶ ଅଧିକ ତାପମାତ୍ରା ର ପ୍ରୟୋଗ କରି ଏଥିରୁ ତୈଳ ଏବଂ ଅନ୍ୟ ସାମଗ୍ରୀ ଉତ୍ପାଦିତ କରାଯିବ |
ଏହି ତୈଳ ଅନ୍ୟ କାରଖାନା ଏବଂ ଫର୍ନେସ ରେ ଉର୍ଜା ଯୋଗାଇବା ଲାଗି ବ୍ୟବହାର କରାଯାଇ ପାରିବ|ଏହା ବ୍ୟତୀତ ଏହି ପରି ଏକ ଅଭିନବ କାରଖାନା ନିଯୁକ୍ତି ର ନୂଆ ଆଶା ମଧ୍ୟ ଦେଖାଇବା |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments