1. କୃଷି ବିଶ୍ବକୋଷ

ପରିବା ର ରାଜା ଆଳୁ !

ପରିବା ର ରାଜା ଆଳୁ !

KJ Staff
KJ Staff

ସମସ୍ତ ପ୍ରକାର ବ୍ୟଞ୍ଜନ ତିଆରି ରେ ମୁଖ୍ୟ ଅଂଶ ଗ୍ରହଣ କରିଥାଏ ଆଳୁ |ସର୍ବାଧିକ ମାତ୍ର ରେ ସ୍ନେହସାର ଯୋଗାଉଥିବା ଆଳୁ ର ରହିଛି ବିଭିନ୍ନ ଉପକାରିତା |ସୌନ୍ଦର୍ଯ୍ୟ ଉପଚାର ଠାରୁ ଆରମ୍ଭ କରି ଘର ର ରକ୍ଷଣାବେକ୍ଷଣ ମଧ୍ୟ କରିପାରିବ ଆଳୁ |

ଆଳୁ ର ବିଶେଷ ଉପଯୋଗୀତା

-ଜୋତାରେ ଚମକ ଆଣିବା   ନିମନ୍ତେ ଛୋଟ ଖଣ୍ଡ ଆଳୁ ଘଷିବା ଉପକାରୀ |ଆଳୁ ଘଷିବା ପରେ ଜୋତାକୁ  ପୋଛି ପିନ୍ଧନ୍ତୁ  |

-ଫାଳେ  ଆଳୁକୁ ପାଣିରେ ଭଲଭାବେ ସିଝାଇ  ଦିଅନ୍ତୁ |ପରେ ସେହି ପାଣି କୁକପଡା ରେ ବୁଡାଇ  ରୁପା ବାସନ କିମ୍ବା ରୁପା ଜିନିଷ ସଫା କଲେ ସେଥିରେ ଚମକ ବଢିଥାଏ |

-ଲୁହାର କୌଣସି ଜିନିଷ ରେ କଳଙ୍କି ଲାଗିଥିଲେ ସେଥିରେ ଫାଳେ ଆଳୁ ଘସନ୍ତୁ  ;କଳଙ୍କି ସଫା ହେଇଯିବ |

-ଯଦି କୌଣସି ବ୍ୟଞ୍ଜନ  ବା ସୁପ ଅଧିକ ଲୁଣିଆ ହୋଇଥିଲାଏ ,ତେବେ ସେଥିରେ ଛୋଟ ଛୋଟ ଆଳୁ ସିଝାଇ  ପକାନ୍ତୁ |ଲୁଣି ଅଂଶ କମିଯିବ |

-ଚଷମା କିମ୍ବା ଗଗଲସ   ସଫା କରିବା ପାଇଁ ଛୋଟ ଆଳୁ ଖଣ୍ଡେ ସେଥିରେ ଘସନ୍ତୁ |ଏହା ପରେ ତାହାକୁ ଭଲ ଭାବ ପୋଛି ବ୍ୟବହାର କରନ୍ତୁ |

-ହଳଦୀ ରଙ୍ଗ ହାତରୁ ଛାଡୁନଥିଲେ ଫାଳେ ଆଳୁ କିମ୍ବା ଆଳୁ ରସ ଲଗାନ୍ତୁ |ଲପ ସମୟରେ ଛାଡ଼ିଯିବ |

-ଝରକା କାଚ ସଫା କରିବା ପାଇଁ ଆଳୁ ସବୁଠାରୁ ଉତ୍ତମ ଏବଂ ଫଳପ୍ରଦ |
-ପଚା ଆଳୁ କୁ ଗଛ ଚେର କିମ୍ବା କୁଣ୍ଡରେ ପୋତି ଦିଅନ୍ତୁ|ଏହା ଉତ୍ତମ ସାର ରେ ପରିଣତ ହୋଇଥାଏ |
-ଆଲୁରେ ଥିବା ଵିଚିଙ୍ଗ ତତ୍ୱ ରଙ୍ଗ ସଫା ହେବାରେ ସହାୟକ |ତ୍ୱଚାରେ ଏହାର ରସକୁ ନିୟମିତ ଭାବେ ଲଗାଇବା ଲାଭପ୍ରଦ |
-ସନ-ବର୍ନ ହୋଇଥିବା ସ୍ଥାନରେ ଆଳୁ ରସ ଦୈନିକ ୬ ମାସ ପର୍ଯ୍ୟନ୍ତ ହିଁ ଲଗାନ୍ତୁ |ତ୍ୱଚା ର ସନ ବର୍ନ ସମସ୍ୟା ଧୀରେ ଧୀରେ ଦୂର ହେବାରେ ଲାଗିବ|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments