1. କୃଷି ବିଶ୍ବକୋଷ

ଏହି ସାର ଆପଣଙ୍କ ଫସଲ ଲାଗି ରାମବାଣ!

ଏହି ସାର ଆପଣଙ୍କ ଫସଲ ଲାଗି ରାମବାଣ!

KJ Staff
KJ Staff

ଜାଣନ୍ତୁ ସ୍ୱାସ୍ଥ୍ୟକର ଫସଲ ର ମୂଳ ମନ୍ତ୍ର
ଗଛରେ ପ୍ରୟୋଗ କରଣତୂ ଭର୍ମିୱାସ

ଭର୍ମିୱାସ ଆପଣଙ୍କ ଫସଲ ଲାଗି ଅମୃତ ସଦୃଶ |ଏହା ଜିଆ ଖତ ପ୍ରସ୍ତୁତ ହେଉଥିବା ସ୍ଥାନ ରୁ ଆପଣ ସହଜ ରେ ପାଇପାରିବେ | ଭର୍ମିୱାସ ପ୍ରକୃତରେ ଏକ ମାଟିଆ ରଙ୍ଗ ର ପାଣି ଯାହା ଜିଆ ଚାଷ ହେଉଥିବା ସ୍ଥାନ ରୁ ପାଣି ସଂଗ୍ରହ କରିଲା ପରେ ମିଳିଥାଏ |ଏହା ବିଶେଷ କରି ଗଛ ରେ ସ୍ପ୍ରେ କରିବାକୁ ବ୍ୟବହାର କରାଯାଇଥାଏ |

କଣ ରହିଛି ଏଥିରେ ତଥ୍ୟ :

-ଅତ୍ୟଧିକ ମାତ୍ରା ର ଭିଟାମିନ ଓ ଏଞ୍ଜାଇମ
-ବିଭିନ୍ନ ଉପଯୋଗୀ ଯବକ୍ଷାରଞ୍ଜନ ଉପଲବ୍ଧ କରୁଥିବା ବ୍ୟାକ୍ଟେରିଆ ,ଫସଫରସ ଉପଲବ୍ଧ କରୁଥିବା ବ୍ୟାକ୍ଟେରିଆ ,ଇତ୍ୟାଦି
-ଭିଟାମିନ ଓ ହର୍ମୋନ ଯଥା ଅକ୍ସିନ ,ଜିବେର୍ଲିଂ ,ସାଇଟୋକାଇନିଂ ଇତ୍ୟାଦି
-ଆବଶ୍ୟକ ନ୍ୟୁଟ୍ରିଏଣ୍ଟ
-ଏହି ପାଣି ରେ ମିଶିକି ଥିବା ନାଇଟ୍ରୋଜେନ ,ଫସଫରସ ଓ ପଟାସ

 

ଅତ୍ୟଧିକ ଜିଆ ଥିବା ମାଟି ବା ଜିଆ ଖତ ରେ ଜିଆ ଦ୍ୱାରା ପ୍ରସ୍ତୁତ ଗାତ ଦେଖିବାକୁ ମିଳିଥାଏ ଯେଉଁଥିରେ ଉପଯୋଗୀ ବ୍ୟାକ୍ଟେରିଆ ଭରି ରହିଥାନ୍ତି |ଯଦି ଆମେ ଏହି ଗାତ ମଧ୍ୟରେ ପାଣି ପୁରାଇ ସେଇ ପାଣି କୁ ସଂଗ୍ରହ କରି ଗଛ ଉପରେ ପ୍ରୟୋଗ କରିବା ତେବେ ଗଛ କୁ ସମସ୍ତ ଉପଯୋଗୀ ତଥ୍ୟ ଏକକାଳୀନ ମିଳିପାରିବ |

 

କିପରି ପ୍ରସ୍ତୁତ କରିବେ ଭର୍ମିୱାସ :

ଏହାର ପ୍ରସ୍ତୁତି ଲାଗି ପ୍ରଥମେ ଏକ ବଡ ପାତ୍ର ବା କୁଣ୍ଡ ର ତିଆରି କରନ୍ତୁ ଯାହା ହାରାହାରି ୨୫୦ ଲିଟର ର ହୋଇଥିବା |ଏହାକୁ କଂକ୍ରିଟ ବା ପ୍ଲାଷ୍ଟିକ ବ୍ୟାରେଲ ସଦୃଶ ମଧ୍ୟ କରିପାରିବେ |ଏଥିରେ ତଳ ଭାଗ ରେ ଏକ କଣା କରି ସେଥିରେ ଟ୍ୟାପ ଲଗାନ୍ତୁ |
ବ୍ୟାରେଲ ମଧ୍ୟରେ ପ୍ରଥମେ ୧୦ ରୁ ୧୫ ସେ.ମି ଯାଏ ଭଙ୍ଗା ଇଟା ବା ଗୋଡି ଇତ୍ୟାଦି ଭରନ୍ତୁ |ତା ଉପରେ ୧୦ ରୁ ୧୫ ସେ.ମି ପର୍ଯ୍ୟନ୍ତ ବାଲି ଭରନ୍ତୁ |ଏହାପରେ ଛଣ ବା ନଡା ର ଏକ ପରତ ଦିଅନ୍ତୁ ଏବଂ ଏହା ପରେ ଅଧା ସଢା ଗୋବର ଦିଅନ୍ତୁ ଏବଂ ଏହା ଉପରେ ୧୦୦୦ ରୁ ୧୫୦୦ ଛୋଟ ଜିଆ ଛାଡ଼ନ୍ତୁ |

ଭର୍ମିୱାସ ପ୍ରାପ୍ତ କରିବା ଲାଗି ଏହି ବ୍ୟାରେଲ ଉପରେ ଏକ ଛୋଟ ବାଲ୍ଟି ରେ କଣା କରି ପାଣି ଭରନ୍ତୁ ଏବଂ ତାହାକୁ ଏହି ବ୍ୟାରେଲ ଉପରେ ଟାଙ୍ଗି ଦିଅନ୍ତୁ |କଣା ରେ ଏକ ବାଉଁଶ କାଠି ନହେଲେ ତୁଳା ଦିଅନ୍ତୁ ଯାହା ଦ୍ୱାରା ପାଣି ଅନବରତ ଏହି ବ୍ୟାରେଲ ଉପରେ ପଡୁଥିବା |
ଏହି ପାଣି ଧୀରେ ଧୀରେ ବ୍ୟାରେଲ ମଧ୍ୟରେ ଦେଇ ,ଆବଶ୍ୟକ ତଥ୍ୟ ସଂଗ୍ରହ କରି ତଳକୁ ଆସିଥାଏ ଏବଂ ଏହାକୁ ଟ୍ୟାପ ସାହାଯ୍ୟରେ ସଂଗ୍ରହ କରିପାରିବେ |

ଗଛ ରେ ପ୍ରୟୋଗ ଲାଗି :

୭ ରୁ ୧୦ ଦିନ ପରେ ଭର୍ମିୱାସ ମିଳିଥାଏ |୧୫ ଦିନରେ ବେଳକୁ ୩୫ ରୁ ୪୦ ଲିଟର ର ଭର୍ମିୱାସ ପାଇପାରିବେ |ଏହାକୁ ଏକ ଥଣ୍ଡା ଏବଂ ସୁଖ ଜାଗାରେ ସଂଗ୍ରହ କରି ରଖିପାରିବେ |
ଗଛ ମୂଳ ରେ ପ୍ରୟୋଗ କରିବାକୁ ଚାହୁଁଥିଲେ ୧ ଭାଗ ଭର୍ମିୱାସ ରେ ୧୦ ଭାଗ ପାଣି ମିଶାଇ ପ୍ରୟୋଗ କରନ୍ତୁ ସେହିପରି ପତ୍ର ରେ ପ୍ରୟୋଗ କରିବାକୁ ହେଲେ ୧ ଭାଗ ଭର୍ମିୱାସ ରେ ୫ ଭାଗ ପାଣି ମିଶାଇ ପ୍ରୟୋଗ କରନ୍ତୁ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments