1. କୃଷି ବିଶ୍ବକୋଷ

ନିଜର ବାଲକୋନିରେ ହିଁ କରନ୍ତୁ ନିଜର ବଗିଚା ଓ ସୁସ୍ଥ ରୁହନ୍ତୁ

ଆମେ ରହୁଥିବା ଘରେ ଏକ ସବୁଜ କୋଣ ରହିବା ଆବଶ୍ୟକ ହୋଇଥାଏ l ଏହା ଆମ ଜୀବନରେ ହେଉଥିବା ପ୍ରତିଦିନର ଛୋଟ ମୋଟ ଚିନ୍ତା ଓ ସମସ୍ୟାରୁ ଆମକୁ ଆରାମ ଦେଇଥାଏ ଓ ଶାନ୍ତିରେ ବଞ୍ଚିବାରେ ସହାୟକ ହୋଇଥାଏ l

Sugyan Kumar Nayak
Sugyan Kumar Nayak

ଆମେ ରହୁଥିବା ଘରେ ଏକ ସବୁଜ କୋଣ ରହିବା ଆବଶ୍ୟକ ହୋଇଥାଏ l ଏହା ଆମ ଜୀବନରେ ହେଉଥିବା ପ୍ରତିଦିନର ଛୋଟ ମୋଟ ଚିନ୍ତା ଓ ସମସ୍ୟାରୁ ଆମକୁ ଆରାମ ଦେଇଥାଏ ଓ ଶାନ୍ତିରେ ବଞ୍ଚିବାରେ ସହାୟକ ହୋଇଥାଏ l ତେଣୁ ସବୁବେଳେ ବିଶେଷଜ୍ଞମାନେ ନିଜ ଘରେ ଯେକୌଣସି ଏକ କୋଣରେ କିଛି ସବୁଜ ଉଦ୍ଭିଦ ଲଗାଇବାର ଉପଦେଶ ଦେଇଥାନ୍ତି l ଆମେ ଯେତେ ପ୍ରକୃତି ଆଡକୁ ଆକର୍ଷିତ ହେବା ପ୍ରକୃତି ମଧ୍ୟ ଆମ ଆଡକୁ ସେତିକି ଦୟାବାନ ହେବ l ପ୍ରକୃତି କିଛି କହିପାରେ ନାହିଁ ସତ ହେଲେ ଏହା ଏକ ଅଦ୍ଭୁତ ଅନୁଭବ ଦେଇଥାଏ l ଯଦି ଆପଣ ରହୁଥିବା ସ୍ଥାନରେ କୌଣସି ଖାଲି ସ୍ଥାନ ରହିଛି, ଯେପରିକି କୌଣସି ବାଲକୋନି ବା ଖୋଲା ଛାତ ତେବେ ଆପଣ ସେଠାରେ ଏକ ଛୋଟ ବଗିଚା ପ୍ରସ୍ତୁତ କରିପାରିବେ l

କଣ୍ଟେନର ବଗିଚା

ଏହି ପ୍ରକ୍ରିୟାରେ ଆପଣ କୌଣସି କୁଣ୍ଡ ବା ଅଲଗା ସ୍ଥାନରେ ଗଛ ଲଗାଇ ନିଜର ବଗିଚା ପ୍ରସ୍ତୁତ କରିପାରିବେ l କିଛି ଲୋକ ମଞ୍ଜି ବୁଣି ସେଥିରୁ ଗଛ ପ୍ରସ୍ତୁତ କରୁଥିବା ବେଳେ କିଛି ଲୋକ ସିଧାସଳଖ ଛୋଟ ଚାରା ଗଛକୁ ଆଣି ମାଟିରେ ରୋପଣ କରିଥାନ୍ତି l ଏହା ଛଡ଼ା ଚାରାକୁ ଆମେ ଅଣ୍ଡା ଥଳିରେ ମଧ୍ୟ ଲଗାଇ ପାରିବା l ଏହି ବଗିଚା ପାଇଁ ଆପଣଙ୍କୁ ଅନେକଗୁଡ଼ିଏ ଦିଗ ପ୍ରତି ଧ୍ୟାନ ଦେବାକୁ ହେବ ଯଥା :

ପାଣି

ଧ୍ୟାନ ଦିଅନ୍ତୁ ଆପଣଙ୍କ ଗଛ ମୂଳରେ ଯେପରି ଅଧିକ ପାଣି ଜମି ନରୁହେ l ଏମିତି ହେବା ଦ୍ୱାରା ଗଛ ମୂଳ ପଚି ଯିବାର ସମ୍ଭାବନା ରହିଥାଏ l ଏହା ଛଡ଼ା ସେଥିରେ ମଶା ନିଜର ବଂଶ ବିସ୍ତାର କରିଥାଏ, ଯାହା ଆମ ପାଇଁ କ୍ଷତିକାରକ ହୋଇଥାଏ l ତେଣୁ ପ୍ରତିଦିନ ଅଳ୍ପ ଅଳ୍ପ କରି ପାଣି ଦିଅନ୍ତୁ l

ସୂର୍ଯ୍ୟ କିରଣ

ଆପଣ ନିଜର ବାଲକୋନିରେ ଗଛ ଏପରି ଦିଗରେ ରଖନ୍ତୁ ଯେଉଁଦିଗରେ ଗଛଗୁଡ଼ିକ ପର୍ଯ୍ୟାପ୍ତ  ପରିମାଣରେ ସୂର୍ଯ୍ୟାଲୋକ ପାଇପାରିବେ l ଯାହା ଦ୍ୱାରା ଗଛଗୁଡ଼ିକ ସଠିକ ରୂପେ ବଢି ପାରିବେ l

ଖତ

ଧ୍ୟାନ ରଖନ୍ତୁ ଯେ, ଆପଣ ନିଜ କ୍ଷୁଦ୍ର ବଗିଚାରେ ବିଭିନ୍ନ ପ୍ରାକୃତିକ ଖତ ଯେପରିକି ଗୋବର ଓ ପନିପରିବାର ଚୋପା ଇତ୍ୟାଦି ଦେଇପାରିବେ ଯାହା ଗଛର ବୃଦ୍ଧିକୁ ତ୍ଵରାନ୍ଵିତ କରିଥାଏ l ଏହାଛଡ଼ା ଗଛକୁ ପୋକ କବଳରୁ ବଞ୍ଚାଇବା ପାଇଁ ଆପଣ ନିମ ତେଲ ଓ ନିମ ପାଣି ପ୍ରୟୋଗ କରିପାରିବେ l

ଏହି ବଗିଚା ଆପଣଙ୍କୁ ଶୁଦ୍ଧ ପବନ ଯୋଗାଇଦେବା ସହିତ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ଏହା ଛଡ଼ା ଏହି ବଗିଚା ଆପଣଙ୍କ ମନକୁ ଶାନ୍ତି ଯୋଗାଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments