1. କୃଷି ବିଶ୍ବକୋଷ

ପ୍ଲାଷ୍ଟିକ୍ ପରି ଦିଶୁଥିବା ଏହି ଫୁଲ ଆପଣଙ୍କୁ ଦେବ ଭଲ ରୋଜଗାର

ଫୁଲ ଚାଷରେ ଚାଷୀ ଅନେକ ପ୍ରକାର ଫୁଲ ଚାଷ କରି ଲାଭବାନ ହୋଇପାରୁଛନ୍ତି l ଚାଷୀ ଫୁଲ ଚାଷ କରି ଅନ୍ୟ ରାଜ୍ୟକୁ ମଧ୍ୟ ଫୁଲ ରପ୍ତାନି କରିପାରୁଛନ୍ତି l ଫୁଲ ପ୍ରତିଟି କାର୍ଯ୍ୟରେ ଆବଶ୍ୟକ ହୋଇଥାଏ l

Tanushree Mahapatra
Tanushree Mahapatra
Profitable Anthurium flower plantation , image source - pexels.com

Profitable Anthurium flower plantation , image source - pexels.com

ଫୁଲ ଚାଷରେ ଚାଷୀ ଅନେକ ପ୍ରକାର ଫୁଲ ଚାଷ କରି ଲାଭବାନ ହୋଇପାରୁଛନ୍ତି l ଚାଷୀ ଫୁଲ ଚାଷ କରି ଅନ୍ୟ ରାଜ୍ୟକୁ ମଧ୍ୟ ଫୁଲ ରପ୍ତାନି କରିପାରୁଛନ୍ତି l ଫୁଲ ପ୍ରତିଟି କାର୍ଯ୍ୟରେ ଆବଶ୍ୟକ ହୋଇଥାଏ l ଏପରି କିଛି ଫୁଲଚାଷ ଯାହା ପାଇଁ ଠାରେ ଖର୍ଚ୍ଚ କରିବାକୁ ପଡିଥାଏ କିନ୍ତୁ ଲାଭ ପ୍ରତିବର୍ଷ ମିଳିଥାଏ l ଯେଉଁଥିପାଇଁ ଚାଷୀ ଏହିପରି ଫୁଲ ଚାଷ କରିବା ପାଇଁ ଇଛା ପ୍ରକାଶ କରୁଛନ୍ତି l କିଛି ଫୁଲ ରହିଛି ଦେଖିବାକୁ  ଯେତିକି  ସୁନ୍ଦର ଏହାର ବଜାର ଚାହିଦା ମଧ୍ୟ ଖୁବ ଭଲ । 

ତେବେ ପ୍ଲାଷ୍ଟିକ୍ ପରି ଦିଶୁଥିବା ଏହି ଫୁଲ ବିଭିନ୍ନ ଉତ୍ସବ ଏବଂ ଘର ସାଜସଜ୍ଜା ପାଇଁ ବ୍ୟବହୃତ  ହୋଇଥାଏ । ଏହି ଫୁଲ ଗୁଡିକ ପ୍ରାୟତଃ ୭ ରୁ ୮ ଦିନ ପର୍ଯ୍ୟନ୍ତ ପାଣିରେ ରଖିଲେ ସତେଜ ରହିଥାଏ ।  ଅନ୍ୟ ଫୁଲ ଭଳି ନଷ୍ଟ ହେବାର ସମ୍ଭାବନା କମ l ସେହିପରି ଏକ ଫୁଲ ହେଉଛି ଆନ୍ଥୁରିଅମ୍ l ଯାହାକୁ ବର୍ତ୍ତମାନ ଓଡିଶାର ବିଭିନ୍ନ ସ୍ଥାନରେ ବ୍ୟବସାୟିକ ଭିତ୍ତିରେ ଚାଷୀ ଚାଷ କରୁଛନ୍ତି ।

ଏହି ଆନ୍ଥୁରିଅମ୍ ଫୁଲ ଏକ ବିଦେଶୀ ଫୁଲ ହୋଇଥିଲେ ମଧ୍ୟ ଭାରତୀୟ ବଜାରରେ ଏବେ ଏହାର ଲୋକପ୍ରିୟତା  ବଢିବାରେ ଲାଗିଛି । ଅନ୍ୟ ରାଜ୍ୟ ସହିତ ଓଡ଼ିଶାର କିଛି ଜିଲ୍ଲା ଗଞ୍ଜାମ, ରଙ୍ଗେଇଲୁଣ୍ଡା, ହିଞ୍ଜିଳି,  କୁକୁଡାଖଣ୍ଡି, ସେହିପରି କଟକର ଟାଙ୍ଗୀ ଆଦି ଅଞ୍ଚଳରେ ଏହାର ଚାଷ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଏହି ଫୁଲାକୁ ଚାଷୀମାନେ ପ୍ରତି  ଫୁଲ ହିସାବରେ ୫ଟାକୁ ୬ଟଙ୍କାରେ ବିକ୍ରି କରୁଥିବା ବେଳେ ବଜାରରେ ଏହା ପ୍ରାୟ ୧୦ ଟଙ୍କା ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ।

ତେବେ ଏହି ଚାଷ କରିବା ପାଇଁ ନେଟ୍ ହାଉସର ଆବଶ୍ୟକ ପଡେ । କିଛି ଚାଷୀ ଏହି ଚାଷ କୁ ଗଛ ଛାଇ ରେ ଚାଷ କରିଥାନ୍ତି ଯାହାଦ୍ୱାରା ଟଙ୍କା ଚାଷ ନଷ୍ଟ ହୋଇଥାଏ l ଯାହାଦ୍ୱାରା ଉତ୍ପାଦନରେ ଅଧିକ ଲାଭ ମିଳିନଥାଏ l ତେବେ ଏହି ଚାଷ ପାଇଁ ତାପମାତ୍ରା ୨୮ ରୁ ୨୫ ସେଲସିୟସ ଭିତରେ ରହିଲେ ଭଲ ଉତ୍ପାଦନ ହୋଇଥାଏ l ଏହା ସଠିକ ରହିଲେ ରପ୍ତାନୀ ଯୋଗ୍ୟ ଫୁଲ ମଧ୍ୟ ମିଳିପାରେ । ତେବେ ଯଦି ତାପମାତ୍ରା ୧୨ ଡିଗ୍ରୀରୁ କମ ରହେ ଏହି ଫୁଲ ଭଲ ହୁଏ ନାହିଁ । ସେହିପରି ଏହି ଫୁଲ ଚାଷ ପାଇଁ ଆର୍ଦ୍ରତା ୨୮ ପ୍ରତିଶତ ରହିବା ଉଚିତ୍ ।

ଆନ୍ଥୁରିଅମ ଫୁଲ ପ୍ରାୟତଃ ତିନୋଟି ଶ୍ରେଣୀରେ ବିଭକ୍ତ । ଯାହା ହାୱାଇ, ହଲାଣ୍ଡ କିସମ ଏବଂ ଅନ୍ୟାନ୍ୟ କିସମ । ଏହି ଫୁଲ ରଙ୍ଗ ମଧ୍ୟରେ ଗୋଲାପି, କମଳା, ଧଳା, ରଙ୍ଗର ଚାଷ କରିବା ପାଇଁ ଏବେ ବଜାରରେ ଶଙ୍କର କିସମର ଟିସୁ କଲଚର ଗଛ ମିଳି ପାରୁଛି । କିନ୍ତୁ ଏସବୁ କିସମର ଗଛ ପ୍ରାୟ ୩୫ ରୁ ୪୦ ଟଙ୍କା ମଧ୍ୟରେ ପଡିବ । ଏହି ଚାଷ ପାଇଁ ବାଲିଆ ଦୋରସା ମାଟିରେ ଜୈବିକ ଖତ,ପତ୍ର ଖତ ଯଥେଷ୍ଟ ପରିମାଣର ମିଶାଇ କୁଣ୍ଡରେ ଗଛ ଲଗାଯାଏ । କିନ୍ତୁ କିଛି ଚାଷୀ ମାଟିରେ କୋଇଲା ଗୁଣ୍ଡ, ଇଟାର ଛୋଟ ଛୋଟ ଖଣ୍ଡ, ନଡିଆ କତା ଗୁଣ୍ଡ ଆଦି ମିଶାନ୍ତି ଯାହାଦ୍ଵାରା ମାଟି ଅଧିକ ହାଲୁକା ରହିବା ସହିତ ଏବଂ ଗଛ ଭଲଭାବେ ବଢେ ।

ତେବେ ଏହି ଚାଷ ପାଇଁ ଛାୟା ଗୃହରେ ଗୋଟିଏ ଏକର ପରିମିତ ଜମିରେ ପ୍ରାୟ ୨୫ରୁ ୩୫୦୦୦ ଗଛ ଲଗାଯାଇପାରିବ । ଆପଣ ଛାୟା ଗୃହରେ ଏହି ଗଛ ଲଗାଇବା ପାଇଁ ଲମ୍ବା ବେଡ ପ୍ରସ୍ତୁତ କରନ୍ତୁ । ଏହାର ଉଚ୍ଚତା ପ୍ରାୟତଃ ୪୫ ସେ.ମି ରହେ । ତେବେ ନଜର ରଖିବା ଆବଶ୍ୟକ ଯେ ତଳ ଓ ସାର ମଧ୍ୟରେ ପ୍ରାୟ ୪୦ ସେ.ମି ରାସ୍ତା ରହିବ ଆବଶ୍ୟକ । ଏଇ ବେଡରେ ପ୍ରାୟ ୪୦ ସେ.ମି ଦୂରତାରେ ଦୁଇ ଧାଡିରେ ଗଛ ଲଗାନ୍ତୁ । ତେବେ ଧ୍ୟାନ ଦେବ ଉଚିତ ଯେ ଗଛକୁ ଗଛ ଦୂରତା ୩୦ସେ.ମି ଯେପରି ରହିବ ।

ତେବେ ମୂଳସାର ଭାବରେ ୧ମି ଲମ୍ବା ବେଡ ପ୍ରସ୍ତୁତ ପାଇଁ ୨.୫ କେଜି ସୁପର ସାର ଦିଆଯାଇଥାଏ । ପ୍ରତି ୨ ଦିନ ଅନ୍ତରାଳରେ ଫର୍ଟିଗେସନ୍ ମାଧ୍ୟମରେ ଏହି ଚାଷରେ ତରଳ ସାର ଦିଆଯାଏ । ପ୍ରତ୍ୟେକ ଗଛ ବର୍ଷକୁ ପ୍ରାୟ ୩୦ଟି ଫୁଲ ଦେଇପାରିବ । ଏକର ପ୍ରତି ଆପଣଙ୍କୁ ବର୍ଷକୁ ୫ଲକ୍ଷ ଫୁଲ ମିଳିପାରିବ । ଯାହା ଚାଷୀଙ୍କୁ ବର୍ଷକୁ ଏକର ପ୍ରତି ୧୫ ରୁ ୨୦ ଲକ୍ଷ ଲାଭ ଦେଇ ପାରିବ । ତେବେ ଏହି ଚାଷ ପାଇଁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିନଥାଏ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments