1. କୃଷି ବିଶ୍ବକୋଷ

ଏବେ ଚାଷ କରନ୍ତୁ ବ୍ରୋକୋଲି, ଯାହା ଆପଣଙ୍କୁ ଦେବ ଦ୍ଵିଗୁଣ ଲାଭ

ବ୍ରୋକୋଲି ଯାହା ଖାଇବାକୁ ସମସ୍ତଙ୍କୁ ପ୍ରାୟତଃ ପସନ୍ଦ l ଯାହାକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଭଲ l ଆକାରରେ ଏହା କୋବି ଭଳି ଦେଖିବାକୁ । ଏହି ପରିବାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି ।

Tanushree Mahapatra
Tanushree Mahapatra
Profitable farming of broccoli , image source - pexels.com

Profitable farming of broccoli , image source - pexels.com

ବ୍ରୋକୋଲି ଯାହା ଖାଇବାକୁ ସମସ୍ତଙ୍କୁ ପ୍ରାୟତଃ ପସନ୍ଦ l ଯାହାକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଭଲ l ଆକାରରେ ଏହା କୋବି ଭଳି ଦେଖିବାକୁ । ଏହି ପରିବାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି । ଯାହାକି କ୍ୟାନସରକୁ ପ୍ରତିହିତ କରିବାର ସହାୟକ । ବ୍ରୋକୋଲି ହେଉଛି ଏକ ଶୀତଦିନିଆ ପରିବା । ଯାହା ଶୀତଦିନରେ ଅଧିକ ବିକ୍ରି ହୋଇଥାଏ l ପ୍ରାୟତଃ ୧୮ ଡିଗ୍ରୀ ରୁ ୨୩୪ ତାପମାତ୍ରାରେ ରେ ଭଲ ଭାବରେ ଚାଷ ହୋଇପାରେ ଏହି ପରିବା । 

ବ୍ରୋକୋଲି ପାଇଁ ସଠିକ ସୂର୍ଯ୍ୟକିରଣ ଆବଶ୍ୟକ କିନ୍ତୁ ଯଦି ଛାଇ ହୋଇଥାଏ ଏହି ଚାଷ ସମୟରେ ତେବେ ଏହାର ଫୁଲ ଫୁଟିଯାଏ । ଯାହା ଚାଷକୁ ନଷ୍ଟ କରିଥାଏ l ସଠିକ ଉତ୍ପାଦନ ମଧ୍ୟ ଦେଇ ନ ଥାଏ l ଅତ୍ୟଧିକ ଥଣ୍ଡା ପାଗରେ ବ୍ରୋକଲି ଗୁଡିକରେ ଗଜା ହୋଇଥାଏ । ବ୍ରୋକଲି ଚାଷ ପାଇଁ ହାଲୁକା ଦୋରସା ମୃତ୍ତିକା ସବୁଠାରୁ ଭଲ । କାରଣ ମଟାଳ ମାଟିରେ ଏହା ଭଲ ଭାବେ ଚାଷ ହୋଇପାରେ ନାହିଁ  । ତେବେ ଆମ ରାଜ୍ୟ ଓଡ଼ିଶାର ବରଗଡ଼, ବଲାଙ୍ଗୀର, କେଉଁଝର, ମୟୁରଭଞ୍ଜ ଭଳି ଅନେକ ଜିଲ୍ଲାରେ ବ୍ୟାବସାୟିକ ଭିଭିରେ ଚାଷ କରାଯାଉଛି । ଯାହାକୁ ଚାଷୀ ଚାଷ କରି ଅନେକ ଟଙ୍କା ରୋଜଗାର କରୁଛନ୍ତି l

ଏହି ବ୍ରୋକୋଲି ଚାଷ ପ୍ରଣାଳୀ ବନ୍ଧାକୋବି ଚାଷ ପ୍ରଣାଳୀ ସହିତ ସମାନ କିଛି କିଛି । ଏକ ଚାଷ ପାଇଁ ହେକ୍ଟର ଜମିରେ  ୩୦୦ ରୁ ୪୦୦ ଗ୍ରାମ୍ ମଞ୍ଜି ଆବଶ୍ୟକ ମଞ୍ଜିକୁ ଥିରାମ୍ ଦେଇ ବିଶୋଧନ କରି ମଞ୍ଜିକୁ ଗୁଡିକୁ ତଳି ଘରାରେ ପ୍ରଥମେ ପକାନ୍ତୁ । ତେବେ ତଳିଗୁଡିକ ୨୫ ଦିନ ହେବା ପରେ ମୁଖ୍ୟ ଜମିରେ ଲଗାନ୍ତୁ । ଗଛ ଗୁଡିକ ଲଗାଇବା ସମୟରେ ଧ୍ୟାନ ଦେବା ଆବଶ୍ୟକ ଯେ ଗଛକୁ ଗଛ ୪୫ ସେ.ମି ଏବଂ ଧାଡ଼ିକୁ ଧାଡ଼ି ୫୦ ସେ.ମି ବ୍ୟବଧାନ ରହିଛି । ଗଛ ଲଗେଇ ସାରିଲା ପରେ ଜଳସେଚନ କରନ୍ତୁ କିନ୍ତୁ ମ ଧ୍ୟାନ ଦେବା ଆବଶ୍ୟକ ଯେ ଅଧିକ ଜଳ ଯେପରି ନ ଦିଅନ୍ତି l କାରଣ ଅଧିକ ଜଳରେ ଏହି ଚାଷ ନଷ୍ଟ ହେବାର ସମ୍ଭାବନା ଅଧିକ l

ଯଦି ଆପଣ ଏହି ଚାଷ କରିବାକୁ ଚାହୁଁଛନ୍ତି ତେବେ ବ୍ରୋକୋଲି ପାଇଁ ହେକ୍ଟର ପ୍ରତି ୮୪ କିଗ୍ରା ଯବକ୍ଷାରଜାନ,  ୫୦ କିଗ୍ରା ଫସଫରସ୍ ସହିତ ୫୦ କିଗ୍ରା ପୋଟାସ ସାର ପ୍ରୟୋଗ କରିବାକୁ ହେବା ନିଜ ଚାଷ ଜମିରେ । ଗଛ କିମ୍ବା ଚାରା ଲଗାଇବା ସମୟରେ ସମସ୍ତ ଫସଫରସ୍ ଏବଂ ଅଧା ପୋଟାସ ସାର ପ୍ରୟୋଗ କରନ୍ତୁ ଜମିରେ । ଗଛ ଲଗାଇବାର ଠିକ ୧୫ ଦିନ ପରେ ପାଖାପାଖି ୨୫ ରୁ ୩୦ କେଜି ଯବକ୍ଷାରଯାନ ସାର ପ୍ରୟୋଗ କରନ୍ତୁ ଜମିରେ । ଗଛ ୩୦ ଦିନ ହେବା ପରେ ପୋଟାସ ସାର ପ୍ରୟୋଗ କରି ହୁଡ଼ା ପ୍ରସ୍ତୁତ କରନ୍ତୁ । ଗଛ ଲଗାଇବାର ୪୫ ଦିନ ପରେ ବଳକା ଥିବା ଯବକ୍ଷାରଜାନ ଜମିରେ ବ୍ୟବହାର କରନ୍ତୁ ।

ଏହା ଏକ ଶୀତଦିନିଆ ପରିବା ହୋଇଥିବାରୁ ଜଳସେଚନର ଆବଶ୍ୟକ କରିଥାଏ l ପ୍ରାୟ ସାତଦିନ ଅନ୍ତରରେ ମାଟିର ଅବସ୍ଥା ଦେଖି ଜଳସେଚନ କରନ୍ତୁ । ସାଧାରଣତଃ ଜଉପୋକକୁ ଛାଡି ଦେଲେ ଅନ୍ୟ ରୋଗପୋକ କମ୍ ଲାଗିଥାଏ । ତେବେ ଏହି ଜଉପୋକ କଅଁଳ ପତ୍ରର ରସ ଖାଇବା ଦ୍ୱାରା ପତ୍ର ମୋଡ଼ା ହୋଇଯାଏ । ତେଣୁ ଜଉପୋକ ଦେଖା ଦେଲେ ପ୍ରତିଲିଟର ପାଣିରେ ଅଧ ମିଲି ଆପଣ ଇମିଡାକ୍ଳୋପିଡ୍ ଦେଇ ପତ୍ର ଉପରେ ସିଞ୍ଚନ କଲେ ପୋକ କମିଯାଏ । ଠିକ ଭାବରେ ପରିଚାଳନା କଲେ ସଠିକ ଅମଳ ଦେଇଥାଏ । ପ୍ରତି ଏକରରୁ ପ୍ରାୟ ୪୦ ରୁ ୫୦ କ୍ଲିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ ଯାହା ଅଧିକ ଲାଭ ଦେଇଥାଏ  । ଆଉ ଏହି ପରିବା ବେଶୀ ଓଜନିଆ ନୁହେଁ । ତେଣୁ ପ୍ରାୟ ଗୋଟା ବିକ୍ରି ହୋଇଥାଏ ଏହି ପରିବା । ପ୍ରତି ବ୍ରୋକୋଲି ପ୍ରାୟ ୨୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାହୁଏ । ପ୍ରତି ଏକରରୁ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments