1. କୃଷି ବିଶ୍ବକୋଷ

Profitable Farming: ଖରାଟିଆ ଜହ୍ନି ଚାଷକରି କମାନ୍ତୁ ଟଙ୍କା

ଖରାଦିନରେ କିପରି ଚାଷ କରି ଲାଭବାନ ହେବେ ? ଏହି ଚାଷ ସମ୍ପର୍କରେ ଜାଣନ୍ତୁ ଯାହା ଆପଣଙ୍କୁ ଅଧିକ ରୋଜଗାର ପ୍ରଦାନ କରିବ l

Tanushree Mahapatra
Tanushree Mahapatra
profitable farming of ridge gourd, image source - pexels.com

profitable farming of ridge gourd, image source - pexels.com

ଖରାଦିନରେ ଅନେକ ଚାଷକାମ ହୁଏ  l ଖରାଦିନରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାନ୍ତି ଚାଷୀ ଯାହା ତାଙ୍କୁ ପ୍ରବଳ ଲାଭ ପ୍ରଦାନ କରେ l ଏହି ସମୟରେ ପାଗକୁ ଦୃଷ୍ଟିରେ ରଖି ଆପଣ ଖରାଟିଆ ଚାଷ କରିପାରିବେ l ଏହି ଖରାଟିଆ ଚାଷ ମଧ୍ୟରେ ଜହ୍ନି ହେଉଛି ଏକ ସୁନ୍ଦର ପରିବା ମଧ୍ୟରେ ଏକ l ଏହାକୁ ଖାଦିନରେ ଲୋକେ ଖାଇବା ପାଇଁ ମଧ୍ୟ ଅଧିକ ପସନ୍ଦ କରିଥାନ୍ତି l କାରଣ ଖରାଦିନରେ ଏହା ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ l ଏହାର ଚାହିଦା ମଧ୍ୟ ଅଧିକ ରହିଥାଏ ଖରାଦିନରେ l ତେଣୁ ଜଣେ ଚାଷୀ ଯଦି ଏହି ଚାଷ କରେ ତେବେ ତାକୁ ଅଧିକ ଲାଭ ମିଳିବ l

ତେବେ ଆଜି ଆମେ ଏହି ଆର୍ଟିକଲରେ ଖରାଦିନରେ କିପରି ଜହ୍ନି ଚାଷ କରି ଲାଭବାନ ହୋଇପାରିବା ତାହା ଉପରେ ଆଲୋଚନା କରିବା l ତେବେ ଖରାଦିନିଆ ପନିପରିବା ମଧ୍ୟରେ ଜହ୍ନି ହେଉଛି ଏକ ମୁଖ୍ୟ ପରିବା । ଏହା ଆମ ଦେଖିବାକୁ ଗଲେ ରାଜ୍ୟରେ ପ୍ରାୟ ସବୁ ଅଞ୍ଚଳରେ ଚାଷ ହୋଇଥାଏ । ଉଷ୍ମ ଓ ଆର୍ଦ୍ର ଜଳବାୟୁରେ ଜହ୍ନି ଚାଷ ଭଲ ବଢିଥାଏ । ଏହା ଅତ୍ୟଧିକ ଥଣ୍ଡା ମଧ୍ୟ ସହ୍ୟ କରିପାରେ ନାହିଁ ତେଣୁ ଶୀତ ଦିନରେ ଏହି ଚାଷ କରିହୁଏନାହିଁ । ସାଧାରଣତଃ ସମସ୍ତ ପ୍ରକାର ମାଟିରେ ଜହ୍ନି ଚାଷ ଭଲ ହୋଇଥାଏ । କିନ୍ତୁ ବାଲିଆ, ଦୋରସା ମାଟିରେ ଏହା ଭଲ ହେଉଥୁବା ବେଳେ ଚିକିଟା ମାଟି ଜହ୍ନି ଚାଷ ପାଇଁ ଅନୁପଯୁକ୍ତ ଅଟେ ।

ଜହ୍ନି ଚାଷ କରିବା ପୂର୍ବରୁ ଅନେକ କିଛି ତଥ୍ୟ ଉପରେ ନଜର ରଖିବା ଆବଶ୍ୟକ l ତେବେ ମଞ୍ଜି ଲଗାଇବା ସମୟରେ ଏକର ପ୍ରତି ଚାଷଜମିରେ ୩୦ କିଗ୍ରା ୟୁରିଆ ସାର, ସମସ୍ତ ଫସଫରସ୍ ଏବଂ ୧୨ କେଜି ପୋଟାସ୍ ସାର ପ୍ରୟୋଗ କରିବା ନିହାତି ଆବଶ୍ୟକ । ମଞ୍ଜି ଲଗାଇବାର କିଛି ଦିନପରେ ଗଛ ଉଠିବାର ୨୦ ରୁ ୨୫ ଦିନ ପରେ ମନ୍ଦାକୁ ଖୋସା କରି ୩୦ କି.ଗ୍ରା ୟୁରିଆ ସାର ପ୍ରୟୋଗ କରନ୍ତୁ । ଗଛ ୪୦ ରୁ ୪୫ ଦିନ ହେବା ପରେ ୨୫ କେଜି ୟୁରିଆ ସାର ଦେଇ ବଳିଥିବା ପୋଟାସ୍ ସାର ପ୍ରାୟୋଗ କରିବା ଉଚିତ ।  ଯାହା ଗଛ ପାଇଁ କରିବା ନିହାତି ଆବଶ୍ୟକ l ଧ୍ୟାନ ରଖିବା ଉଚିତ ଯେ ଖରାଦିନିଆ ଫସଲରେ ନିୟମିତ ଜଳସେଚନ କରିବା । ନଚେତ ଜଳ ଅଭାବରେ ଗଛ ଗୁଡିକ ସଠିକ ଭାବେ ବଢ଼ିପାରିବ ନାହିଁ l ସାଧାରଣତଃ କରାଯାଉଥିବା ଜହ୍ନି ଫସଲରେ ଅଧିକ ରୋଗପେକ ଦେଖାଯାଏ ନାହିଁ ।

କିନ୍ତୁ ଚାଷ କରିବା ପ୍ରାରମ୍ଭିକ ସମୟରେ ଲାଲ କଖାରୁଆ ପୋକ ଗଛର ପତ୍ରକୁ ଖାଇଯାଆନ୍ତି । ତେଣୁ ଚାଷରେ ଏହି ପୋକର ପରିଚାଳନା ପାଇଁ ଏକ ଲିଟର ପାଣିରେ ୨ ମି.ଲି କେଳୁରୋପାଇରିଫସ୍ ମିଶାଇ ଚାଷଜମିରେ ସିଞ୍ଚନ କଲେ ସୁଫଳ ମିଳିଥାଏ । ଅନ୍ୟପଟେ ପାଉଁଶିଆ ରୋଗ ଏହି ଫସଲରେ ମୁଖ୍ୟ ରୋଗ ହୋଇଥାଏ । ଏହି ରୋଗ ହେଲେ ପତ୍ର ପାଉଁଶିଆ ହୋଇଯାଏ ଏବଂ ବଢିପାରେ ନାହିଁ । ଏହି ରୋଗ ଦେଖାଦେଲା ମାତ୍ରେ ସଲଫର ସେଚିତ ଗୁଣ୍ଡ ପ୍ରତି ଲିଟର ପାଣିରେ ୩ ଗ୍ରାମ୍ ମିଶାଇ ଚାଷଜମିରେ ସିଞ୍ଚନ କରନ୍ତୁ ।

ଯଦି ଆପଣ ବୈଜ୍ଞାନିକ ପଦ୍ଧତିରେ ଜହ୍ନି ଚାଷ କରୁଛନ୍ତି ତେବେ ଆପଣଙ୍କୁ ଏକର ପ୍ରତି ୭୦ ରୁ ୮୦ କ୍ଵିଣ୍ଟାଲ ଜହ୍ନି ଅମଳ ମିଳିବ । ଏକର ପ୍ରତି ହାରାହାରି ପ୍ରାୟତଃ ୨୫ ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଷୀକୁ ଲାଭ ମିଳିବ । ଆପଣ ଏହି ଚାଷ ଖରାଦିନରେ କଲେ ଲାଭ ଅଧିକ ମିଳିପାରିବ l ଚାଷ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରନ୍ତୁ l

Turmeric farmer: ହଳଦୀ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର

Coconut: ନଡ଼ିଆ ଚାଷରେ ପ୍ରବଳ ଲାଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments