1. କୃଷି ବିଶ୍ବକୋଷ

ଖରାଦିନରେ ଏହି ଚାଷ ଦେବ ଦ୍ଵିଗୁଣ ଲାଭ

ଉର୍ବର , ନିଗିଡ଼ା , ଦୋରସା ଏବଂ ଗଭୀର ମାଟିରେ କାକୁଡ଼ି ଚାଷ କରାଯାଏ l ଅମ୍ଳତା ୫.୫ ରୁ ୬.୮ ଅଧିକ ଥିବା ଆବଶ୍ୟକ l ନଦୀ ନିକଟସ୍ଥ ଉଚ୍ଚ କିମ୍ବା ନଦୀ ଶଯ୍ୟାରେ କାକୁଡ଼ି ଚାଷ ଭଲ ହୋଇଥାଏ l ଖରାଦିନରେ ଜଳ ଆବଶ୍ୟକତା ମଧ୍ୟ ପୂର୍ଣ୍ଣ ହୋଇଥାଏ l

Tanushree Mahapatra
Tanushree Mahapatra
profitable farming of summer season

profitable farming of summer season

କାକୁଡ଼ି ଚାଷ l ଏହା ଏପରି ଏକ ଚାଷ ଯାହାର ବର୍ଷସାରା ଚାହିଦା ରହିଥାଏ l ଆମ ରାଜ୍ୟ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଚାଷ ହେଉଛି କାକୁଡ଼ି l ଉନ୍ନତ ବିହନ ବ୍ୟବହାର କରୁଛନ୍ତି ଚାଷୀ l ଯାହାଦ୍ୱାରା ଭଲ ଅମଳ ହେବା ସହିତ ଭଲ ଦର ମଧ୍ୟ ପାଉଛନ୍ତି l ଆମ ରାଜ୍ୟରେ କାକୁଡ଼ି ଚାଷ ମୁଖ୍ୟ ଖରା ଓ ବର୍ଷା ଦିନରେ ହୋଇଥାଏ l କମ ଥଣ୍ଡା ଅନୁଭବ ହେଉଥିବା ସ୍ଥାନରେ ସୀତା ଦିନରେ ଏହି ଚାଷ କରାଯାଇପାରିବ l ଉତ୍ତାପ ଅଧିକ ହେଉଥିବା ସ୍ଥାନରେ ଫଳ ଉତ୍ପାଦନ କମିଥାଏ l କାକୁଡ଼ି ଚାଷ ପାଇଁ ୧୮ ରୁ ୨୪ ଡିଗ୍ରୀ ସେଲସିୟସ ଉତ୍ତାପ ଆବଶ୍ୟକ l

ମୃତ୍ତିକା

ଉର୍ବର , ନିଗିଡ଼ା , ଦୋରସା ଏବଂ ଗଭୀର ମାଟିରେ କାକୁଡ଼ି ଚାଷ କରାଯାଏ l ଅମ୍ଳତା ୫.୫ ରୁ ୬.୮ ଅଧିକ ଥିବା ଆବଶ୍ୟକ l ନଦୀ ନିକଟସ୍ଥ ଉଚ୍ଚ କିମ୍ବା ନଦୀ ଶଯ୍ୟାରେ କାକୁଡ଼ି ଚାଷ ଭଲ ହୋଇଥାଏ l ଖରାଦିନରେ ଜଳ ଆବଶ୍ୟକତା ମଧ୍ୟ ପୂର୍ଣ୍ଣ ହୋଇଥାଏ l

ଉନ୍ନତ କିସମ - ପୋଏନସେଟ,ସୁପ୍ରିୟା , ଚଇତାଳି , ନିର୍ମାଲ୍ୟ

ଶଙ୍କର କିସମ - ରାଣୀ , ତୃପ୍ତି , ଆଯାକ୍ସ 

ବିହନ ବୁଣିବା

ବିହନ ବୁଣିବା ପୂର୍ବରୁ ବିଶୋଧନ କରିବା ଆବଶ୍ୟକ l ବିହନ ଲଗାଇବା ପୂର୍ବରୁ ୬ ରୁ ୧୨ ଘଣ୍ଟା ପାଣିରେ ବତୁରାଈ ରଖିଲେ ବିହନ ଗଜା ଶୀଘ୍ର ହୋଇଥାଏ l ଖରାଦିନ ପାଇଁ ଫେବୃଆରୀ ଓ ମାର୍ଚ୍ଚ ମାସରେ ବିହନ ରୋପଣ କରାଯାଏ l ଚାରା ମଧ୍ୟ ପ୍ରସ୍ତୁତ କରି ବିକିଲେ ଲାଭ ରହିଛି ଏହି ସମୟରେ l ମନ୍ଦା ମଝିରେ ୧ ରୁ ୧.୫ ମିଟର ବ୍ୟବଧାନ ରଖିବା ଆବଶ୍ୟକ l ଖରା ଦିନରେ ଚାଷ ଭୂଇଁ ରେ ନାଳୀ ବ୍ୟବସ୍ଥା କରାଯିବା ଉଚିତ ଭଲ ଜଳ ନିଷ୍କାସନ ପାଇଁ l ୫୦ ରୁ ୭୫ ସେ.ମି ଦୂରରେ ଗଜା ଲଗାଇବା ଉଚିତ l ଲଟା ପାଇଁ ଭାଡ଼ି ବ୍ୟବସ୍ଥା କରନ୍ତୁ l

ଖତସାର

ବିହନ ଲଗାଇବା ସମୟରେ ଏକର ପ୍ରତି ୧୦ କି.ଗ୍ରା ଯବକ୍ଷାରଜାନ , ୧୨ କି.ଗ୍ରା ଫସଫରସ , ୩୦ କି.ଗ୍ରା ପଟାସିୟମ ସାର ପ୍ରୟୋଗ କରାଯାଏ l ବିହନ ବୁଣିବାର ୧୫ ରୁ ୨୦ ଦିନରେ ୧୦ କି.ଗ୍ରା ଯବକ୍ଷାରଜାନ ବ୍ୟବହାର କରାଯାଏ l ସାର ବ୍ୟବହାର ପାଇଁ ସଠିକ ମାର୍ଗଦର୍ଶନ ପାଇବାକୁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରନ୍ତୁ l

ଫସଲ ପରିଚାଳନା / ଯତ୍ନ

ବିହନ ଲଗାଇବାର ୧୦ ଦିନ ମଧ୍ୟରେ ଖାଲି ସ୍ଥାନ ପୂରଣ କରନ୍ତୁ l ଧ୍ୟାନ ରଖିବା ଉଚିତ ଯେ ମନ୍ଦା ଗୁଡିକରେ ୨ ଟି ଗଛରେ ରଖି ବାକୁ ଗଛରେ ଉପାଡି ଦେବ ଉଚିତ l ୧୫ ରୁ ୨୦ ଏବଂ ୨୫ ରୁ ୩୦ ଦିନରେ କୋଡା ଖୋସା କରିବା ଆବଶ୍ୟକ l ଘାସ ବଢିବାକୁ ଦେବା ଉଚିତ ନୁହେଁ l ବତର ଓ ପାଗ ଦେଖି ଜଳସେଚନ କରନ୍ତୁ l ପାଣି ଜମିବାକୁ ଦିଅନ୍ତୁ ନାହିଁ ଜମିରେ l

ଅମଳ

ବିହନ ଲଗାଇବାର ୪୫ ରୁ ୫୦ ଦିନରେ ଫସଲ ଅମଳ ଦେବା ଆରମ୍ଭ କରେ l ପରାଗସଙ୍ଗମର ୫ ରୁ ୭ ଦିନ ମଧ୍ୟରେ କାକୁଡ଼ି ତୋଳାଯାଏ l ସବୁଜ ଦେଖାଯାଉଥିବା କାକୁଡ଼ିର ବଜାର ଚାହିଦା ଅଧିକ ତେଣୁ, ପ୍ରତି ୨ ରୁ ୩ ଦିନ ମଧ୍ୟରେ କାକୁଡ଼ି ଅମଳ କରନ୍ତୁ l କାକୁଡ଼ି ହାତର ନ ତୋଳି ଚାକୁ କିମ୍ବା ଦା' ବ୍ୟବହାର କରନ୍ତୁ l ବଜାର କୁ ବିକ୍ରି କରିବା ପାଇଁ ପଠାଇବା ଆଗରୁ ଭଲ ଭାବେ ବାଛି କାକୁଡ଼ିକୁ ସଫା କରନ୍ତୁ l ଭଲ ଉନ୍ନତ କିସମ ହୋଇଥିଲେ ୪୫ ରୁ ୫୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିପାରେ l

Read more

କଞ୍ଚା ଝୋଟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ

ଭାରତ କଫି ଉତ୍ପାଦନ ଏବଂ ରପ୍ତାନିରେ ଅଭିବୃଦ୍ଧି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ