1. କୃଷି ବିଶ୍ବକୋଷ

Watermelon Farming: କମ ଖର୍ଚ୍ଚ , ଅଧିକ ଅମଳ

ଏକ ଏକରରେ ୧୦୦ ରୁ ୨୫୦ କ୍ଲିଣ୍ଟାଲ ଅମଳ ମିଳିଥାଏ....

Tanushree Mahapatra
Tanushree Mahapatra
profitable farming of watermelon, image source - pixeles

profitable farming of watermelon, image source - pixeles

ତରଭୁଜ ଗୋଟିଏ ଲାଭଜନକ ଫସଲ । ଖରାଦିନେ ଏହାର ଚାହିଦା ବଜାରରେ ଖୁବ ଅଧିକ । ଶରୀର ପାଇଁ ଏହା ଖୁବ ଭଲ ମଧ୍ୟ l ପାଚିଲା ଖାଇବା ବ୍ୟତୀତ ଏଥିରୁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ତିଆରି କରାଯାଏ ।

ଚାଷୀ ଉନ୍ନତ ପ୍ରଣାଳୀରେ ମଧ୍ୟ କରୁଛନ୍ତି ଚାଷୀ l ଉପଯୁକ୍ତ ତାଲିମ୍ ଗ୍ରହଣ କରି ଏହି ଚାଷ କଲେ ଅଧିକ ଲାଭ ମଧ୍ୟ ରୋଜଗାର କରୁଛନ୍ତି ଚାଷୀ । ଓଡିଶାର ବିଭିନ୍ନ ଜିଲ୍ଲା ଯଥା:- ଦେଓଗଡ, ଢେଙ୍କାନାଳ, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧାରେ ଏହା ଚାଷ ହେଉଛି। ଓଡିଶାରେ ଉତ୍ପାଦିତ ହେଉଥିବା ତରଭୁଜର ଗୁଣାତ୍ମକ ମାନ ଭଲ ହେଉଥିବା ଯୋଗୁ ଅନ୍ୟ ରାଜ୍ୟକୁ ଏହାର ଚାହିଦା ରହିଛି । ଏହା ଅନ୍ୟ ରାଜ୍ୟକୁ ବିକ୍ରି ପାଇଁ ରପ୍ତାନି ମଧ୍ୟ କରାଯାଉଛି l

ତରଭୁଜ ବିଭିନ୍ନ ପ୍ରକାର ମାଟିରେ ଚାଷ ହେଉଥିଲେ ମଧ୍ୟ ନିଗିଡ଼ା ଉର୍ବର ମାଟି ଏଥିପାଇଁ ଭଲ ହୋଇଥାଏ । ତରଭୁଜ ଚାଷ ପାଇଁ ମାଟିରେ ଅମ୍ଳତା ପରିମାଣ ୫.୫ ରୁ ୭.୦ ମଧ୍ୟରେ ରହିବା ଆବଶ୍ୟକ । ଉନ୍ନତ କିସମରେ ତରଭୁଜ ଏକର ପ୍ରତି ୪୦୦ ରୁ ୮୦୦ ଗ୍ରାମ ମଞ୍ଜି ଦରକାର କରେ । ଶଙ୍କର କିସମରେ ଏକର ପ୍ରତି ଆପଣଙ୍କୁ ୨୦୦ ରୁ ୩୦୦ ଗ୍ରାମ ମଞ୍ଜି ଆବଶ୍ୟକ ପଡ଼ିବ । ମୁଖ୍ୟ ଫସଲ ପାଇଁ ଡ଼ିସେମ୍ବର ଏବଂ ଜାନୁଆରୀ ମାସରେ ବିହନ କିମ୍ବା ମଞ୍ଜି ବୁଣିବା ଆବଶ୍ୟକ । ତେବେ ଫ୍ରେବୃଆରୀ ମାସ ପର୍ଯ୍ୟନ୍ତ ଏହା ଜଣେ ଚାଷୀ ଲଗାଇପାରିବ ।

ମଞ୍ଜି ଲଗାଇବା ପୂର୍ବରୁ ୧ କି.ଗ୍ରା ମଞ୍ଜିକୁ ୧ ଗ୍ରାମ୍ କାର୍ବେଣ୍ଡାଜିମରେ ବିଶୋଧନ କରନ୍ତୁ । ମଞ୍ଜିକୁ ଥଣ୍ଡା ଦିନରେ ଶିଘ୍ର ଗଜା ବାହାରିବା ପାଇଁ ଓଦା କନାରେ ଗୁଡ଼ାଇ ଉଷୁମ ସ୍ଥାନରେ ରଖିଲେ ମଞ୍ଜିରୁ ଶୀଘ୍ର ଗଜା ବାହାରିଥାଏ । କିସମ ଅନୁସାରେ ଧାଡ଼ିକୁ ଧାଡ଼ି ୨.୦ କିମ୍ବା ୩ ରୁ ୫ ମିଟର ଏବଂ ମନ୍ଦାକୁ ମନ୍ଦା ୦.୬  ରୁ ୧.୨ ମିଟର ଦୂରତାରେ ପୋତାଯାଏ । ମଞ୍ଜିଗୁଡ଼ିକ ୨.୫ ସେ.ମି.ରୁ ୫.୦ ସେ.ମି ଗଭୀରରେ ପୋତିବା ଉଚିତ । ଏହା ମଞ୍ଜିକୁ ଭଲଭାବେ ଅଙ୍କୁରିବାରେ ସାହାଯ୍ୟ କରେ l

ତରଭୁଜ ରକ୍ଷଣାବେକ୍ଷଣ :-

କିଆରିରେ ଅନାବନା ଘାସ ତଥା ବାଳୁଙ୍ଗା ମୁକ୍ତ କରନ୍ତୁ l ଘାସ ନ ବାଛିଲେ ଶତକଡ଼ା ୩୦ ଭାଗ ପର୍ଯ୍ୟନ୍ତ ଅମଳ କମି ଯାଇପାରେ l ତେଣୁ ମଞ୍ଜି ଲଗାଇବାର ୧୫ ଦିନ ପରେ ଏବଂ ଦ୍ଵିତୀୟ ଦଫା ଯବକ୍ଷାରଜାନ ସାର ପ୍ରୟୋଗ ପୂର୍ବରୁ କୋଡ଼ାଖୁସା କରିବା ଆବଶ୍ୟକ l କାରଣ ପରେ ଗଛଗୁଡ଼ିକ ଢ଼ଙ୍ଗେଇ ଜମିରେ ମାଡ଼ିଗଲେ ଆଉ ଘାସ ବାଛିବା ଦରକାର ହୁଏ ନାହିଁ । ତରଭୁଜ ଗଛର ଆଗ ଗୁଡ଼ିକ ଛଡ଼ାଇଲେ ଗଛରେ ଅଧିକ ମାଈ ଫୁଲ ଆସିଥାଏ ।

ଅମଳ

ଗଛଗୁଡିକ ୯୦ ରୁ  ୧୨୦ ଦିନ ହୋଇଗଲା ପରେ ଫଳ ଅମଳଯୋଗୀ ହୋଇଯାଆନ୍ତି । ଫଳଗୁଡିକୁ ମଧ୍ୟାହ୍ନ ସମୟରେ ଅମଳ କରିବା ଉଚିତ। ଫଳ ଗୁଡ଼ିକ ଅମଳ ଉପଯୋଗୀ ହୋଇଗଲେ ରଙ୍ଗ ବଦଳିବା ଆରମ୍ଭ କରେ । ଜମିର ଉର୍ବରତା ଏବଂ ଚାଷ ପ୍ରଣାଳୀ ଅନୁଯାୟୀ ଏକ ଏକରରେ ୧୦୦ ରୁ ୨୫୦ କ୍ଲିଣ୍ଟାଲ ଅମଳ ମିଳିଥାଏ ତରଭୁଜ । ୧ ଏକର ଚାଷ ପାଇଁ ପ୍ରାୟତଃ ୨୫ ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ l

MKUY: ଏହି ଯୋଜନାରେ ମିଳୁଛି 50% ସବସିଡି, ଶୀଘ୍ର କରନ୍ତୁ ଆବେଦନ

Cucumber: ଜବରଦସ୍ତ ଅମଳ ଦେଉଛି ଏହି କିସମର କାକୁଡ଼ି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments