
Profitable Foxtail Millet farming
କାଙ୍ଗ୍/କାଙ୍ଗାର୍ମ (Foxtail Millet/Italian Milled/German Milet) ଏକ ଛୋଟଦାନା ପୌଷ୍ଟିକ ଶସ୍ୟ ଅଟେ । ଏହାର ବୈଜ୍ଞାନିକ ନାମ ହେଲା-Setaria italica ଏହା ଏକ ପୁରାତନ ଫସଲ ଅଟେ । ଏହା ଦାନା ଓ ନଡ଼ା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷ ହେଉଥିଲା । ଏହାର ଦାନାକୁ ଛଡ଼ାଇ ଜାଉ କରି ରାନ୍ଧି ସେବନ କରାଯାଏ । ପିତ୍ତ ଓ କଫ ରୋଗରେ ଉତ୍ତମ ପଥ୍ୟ ଅଟେ । ୧୦୦ ଗ୍ରାମ ଶସ୍ୟରେ ପୁଷ୍ଟିସାର ୧୨.୩ ଗ୍ରାମ , ଶ୍ଵେତସାର ୬୦.୯ ଗ୍ରାମ, ସ୍ନେହସାର ୪.୩ ଗ୍ରାମ,ଖାଦ୍ୟ ଜାତୀୟ ତନ୍ତୁ ୧୪,୦ ଗ୍ରାମ ,ଖଣିଜ ଲବଣ ୩.୩ ଗ୍ରାମ ,କ୍ୟାଲସିୟମ ୩୧ ମି.ଗ୍ରା. ଓ ଫସଫରସ ୨୯୦ ମି.ଗ୍ରା. ଖାଦ୍ୟଗୁଣ ରହିଥାଏ ।
ଜଳବାୟୁ :- ଏହା ଉଷ୍ମମଣ୍ଡଳୀୟ ଦରକାର କରିଥାଏ । ଏହାର ଚେର ଅଗଭୀର ହୋଇଥାଏ । କମ୍ ଅବଧି ପାଇଁ ମରୁଡ଼ି ସହ୍ୟ କରିପାରେ । ଏହା ସମୁଦ୍ର ପତ୍ତନ ଠାରୁ ୨୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚାଷ କରାଯାଇପାରେ ।
ବିହନ କିସମ :-
କିସମ |
ଅମଳ ଅବଧି (ଦିନ) |
TNU - 196 |
୯୦-୧୦୦ |
SIA - 2876 |
୭୦-୭୫ |
SIA - 3088 |
୭୦-୭୫ |
SIA - 3085 |
୭୦-୭୫ |
SIA - 3156 |
୭୦-୭୫ |
ନରସିଂହାୟ |
୭୦-୭୫ |
କୃଷ୍ଣ ଦେବରାୟ |
୭୦-୭୫ |
ଶ୍ରୀଲକ୍ଷ୍ମୀ |
୭୦-୭୫ |
K - 2 |
୭୦-୭୫ |
PS - 4 |
୭୦-୭୫ |
ଲଗାଇବା ସମୟ :- ବର୍ଷାଋତୁ - ଜୁନ – ଜୁଲାଇ
ରବିଋତୁ – ଫେବୃଆରୀ-ମାର୍ଚ୍ଚ
ବିହନ ପରିମାଣ :- ୬ କି.ଗ୍ରା. / ଏକର (ଛଟାବୁଣା)
୪କି.ଗ୍ରା. | ଏକର (ଧାଡ଼ିବୁଣା)
ଲଗାଇବା ଦୂରତା :-
ଧାଡ଼ିକୁ ଧାଡ଼ି |
ଗଛକୁ ଗଛ |
ବର୍ଗମିଟର ପ୍ରତିଗଛ ସଂଖ୍ୟା |
୨୫-୩୦ |
୮-୧୦ |
୩୩ ରୁ ୫୦ ଟି |
ଜମିପ୍ରସ୍ତୁତି :- ଏହାର ବିହନ ଛୋଟ ଥିବାରୁ ମାଟିଗୁଣ୍ଡ ଚାଷ ଆବଶ୍ୟକ କରିଥାଏ । ଶେଷ ଓଡ଼ ଚାଷ ପୂର୍ବରୁ ଏକର ପ୍ରତି ୨ଟନ ସଢ଼ାଗୋବରଖତ/କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ | ସାର :- ୧୨-୬-୬ କି.ଗ୍ରା. |ଏକର ଯଥାକ୍ରମେ ଯବକ୍ଷାରଜାନ, ଫସଫରସ ଓ ପଟାସ ଆବଶ୍ୟକ | ସମସ୍ତ ସାର ମୂଳସାର ଭାବେ ପ୍ରୟୋଗ କରନ୍ତୁ ।
ଅନ୍ତଃ ଚାଷ :- ଧାଡ଼ିବୁଣା ଫସଲରେ ଥରେ ଏବଂ ଛଟାବୁଣା ଫସଲରେ ୨ଥର ହାତରେ ଘIସ ବାଛିଦିଅନ୍ତୁ ।
ମିଶ୍ରିତ ଫସଲ:- କାଙ୍ଗୁ+ଚିନାବାଦାମ ୨:୧ କିମ୍ବା ,କାଙ୍ଗୁ + ହରଡ଼ ୨:୧ ଅନୁପାତରେ ଲଗାଇପାରେ । ଫସଲପର୍ଯ୍ୟୟ:- ସହଳ ଲଗାଇଲେ କାଙ୍ଗୁପରେ ସେହି ଜମିରେ ମୁଗ କିମ୍ବା ସୋରିଷ ବୁଣାଯାଇପାରେ ।
ସମନ୍ବିତ ପୋକ ରୋଗ ପରିଚାଳନା :- ପୋକ:- ପତ୍ରଖୁଆ ଭୃଙ୍ଗ ଓ କେଣ୍ଡା କଟା ପୋକର ନିୟନ୍ତ୍ରଣ ପାଇଁ ଏକର ପ୍ରତି ୧୦କି.ଗ୍ରା. ମାଲାଥିୟନ ୫% ଗୁଣ୍ଡ ପ୍ରୟୋଗ କରନ୍ତୁ । ରୋଗ:- ମହିଷାରୋଗ ଓ କଳଙ୍କି ରୋଗ ନିରାକରଣ ପାଇଁ ପ୍ରତିଲିଟର ପାଣିରେ ୨ ଗ୍ରାମ କାର୍ବେଣ୍ଡାଜିମ ୧୨% + ମାନକୋଜେବ ୬୩% wp ମିଶାଇ ପତ୍ର ସିଞ୍ଚନ କରନ୍ତୁ ।
ଅମଳ:- ୪ କ୍ବିଣ୍ଟାଲ /ଏକର l
ବିପିନ କୁମାର ପ୍ରଧାନ
ଉପନିର୍ଦେଶକ ସମ୍ପ୍ରସାରଣ (ୟୁ.ଇ.ବି .ପି )
ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର - ୭୫୧୦୦୩
Share your comments