1. କୃଷି ବିଶ୍ବକୋଷ

ଖରିଫରେ କରନ୍ତୁ ବାଜରା ଚାଷ

ନିଗିଡ଼ା , ଦୋରସା ମାଟି ବାଜରା ଚାଷ ପାଇଁ ଖୁବ ଭଲ

Tanushree Mahapatra
Tanushree Mahapatra
profitable kharif farming of ragi , image source - meta ai

profitable kharif farming of ragi , image source - meta ai

ବାଜରା ଚାଷ କରି ଖରିଫ ଚାଷରେ ଲାଭ ଉଠାନ୍ତୁ l ବାଜରା ଚାଷ ପାଇଁ ଖରିଫ ଋତୁ ହେଉଛି ଉପଯୁକ୍ତ l କାରଣ ଏହି ସମୟରେ ଅନୁଭବ ହେଉଥିବା ପାଣିପାଗ ବାଜରା ଚାଷ ପାଇଁ ଖୁବ ଭଲ ହୋଇଥାଏ l ଓଡିଶା ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଚାଷୀ ବାଜରା ଚାଷ କରି ଲାଭ ଉଠାଉଛନ୍ତି l ଯଦି ଆପଣ ଜଣେ ଚାଷୀ ଆଉ ଆପଣ ଯଦି ବାଜରା ଚାଷ କରିବାକୁ ଇଚ୍ଛା କରୁଛନ୍ତି ତେବେ, ଜାଣନ୍ତୁ କିପରି କରିବେ ବାଜରା ଚାଷ ଖରିଫ ଋତୁରେ ?

ବାଜରା ଚାଷ ପାଇଁ ଆବଶ୍ୟକ ମୃତ୍ତିକା : ନିଗିଡ଼ା , ଦୋରସା ମାଟି ବାଜରା ଚାଷ ପାଇଁ ଖୁବ ଭଲ ହୋଇଥାଏ l ଏହି ମାଟିରେ ବାଜରା ଚାଷ କଲେ ଭଲ ଅମଳ ପ୍ରଦାନ କରେ l ଚାଷ ସଠିକ ହୋଇଥାଏ l

ବାଜରା ଚାଷ ପାଇଁ ଉନ୍ନତ କିସମ :-

ବାଜରା ଶଙ୍କର କିସମ - ଏମ.ବି. ଏଚ -୧୧୦୮, ବି. କେ. – ୧୦୪୮

କମ୍ପୋଜିଟ କିସମ - ଡବ୍ଲୁ. ବି. ସି.– ୭୫ ଓ ବି. ଏସ. ବି-୧୫

ବାଜରା ଲଗାଇବା ସମୟ :-

ବାଜରାର ମରୁଡ଼ି ସହନଶୀଳ ଗୁଣ ରହିଛି l ବାର୍ଷିକ ୪୦ ରୁ ୭୫ ସେ.ମି. ବର୍ଷା ହେଉଥିବା ଅଞ୍ଚଳରେ ବାଜରା ଚାଷ ସହଜରେ କରାଯାଇପାରେ l ବର୍ଷାଦିନେ ଅଧିକ ପାଣି ଜମା ହେବା ଠିକ ନୁହେଁ ତେଣୁ ପାଣି ଗଡିଯିବା ପାଇଁ ନାଳି ରଖିବା ଆବଶ୍ୟକ ଚାଷ ଭୂମିରେ l ବର୍ଷା ଋତୁ ଜୁନ ମାସରେ ଏବଂ ଶୀତ ଋତୁ ଅକ୍ଟୋବର ମାସରେ ଆପଣ ବାଜରା ଚାଷ କରିବା ଆବଶ୍ୟକ l

ବାଜରା ବିହନ ବିଶାଧନ କରିବା ଉପାୟ :-

ଯଦି ଆପଣ ଏକ ହେକ୍ଟରରେ ବାଜରା ଚାଷ କରିବାକୁ ଇଚ୍ଛା କରୁଛନ୍ତି ତେବେ ହେକ୍ଟର ପ୍ରତି ୧୦ କିଲୋଗ୍ରାମ ଆବଶ୍ୟକ ହୋଇଥାଏ ବିହନ l ବିହନ ବୁଣିବା ପୂର୍ବରୁ ଆପଣ କିଲୋଗ୍ରାମ ପ୍ରତି ୩ ଗ୍ରାମ ଥିରାମ ମିଶାଇ ବିଶୋଧନ କରନ୍ତୁ ବିହନ l ଏହାଦ୍ୱାରା ବିହନ ନଷ୍ଟ କିମ୍ବା ଫସଲରେ ରୋଗ ପୋକ ହେବାର ସମ୍ଭାବନା କମିଥାଏ l

ବାଜରା ବିହନ ବୁଣିବାର ବ୍ୟବଧାନ :-

ଧାଡ଼ି କୁ ଧାଡ଼ି ୪୫ ସେଣ୍ଟିମିଟର ବ୍ୟବଧାନରେ ବିହନ ବୁଣନ୍ତୁ । ଗଛ ଗୁଡ଼ିକ ୨ ସପ୍ତାହର ହୋଇଗଲେ ଗଛକୁ ଗଛ ୧୨ ରୁ ୧୫ ସେ.ମି ରଖି ବଳକା ଗଛ ଗୁଡ଼ିକ ଉପାଡ଼ି ଦିଅନ୍ତୁ l ତେବେ ବିହନ ବୁଣିବା ସମୟରେ ହେକ୍ଟର ପ୍ରତି ୬୦ କିଲୋଗ୍ରାମ ଯବକ୍ଷାରଜାନ, ୩୦ କିଲୋଗ୍ରାମ ଫସଫରସ ଓ ୩୦ କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ । ବିହନ ବୁଣିବା ସମୟରେ ଫସଫରସ, ପଟାସ ଓ ଏକ ଚତୁର୍ଥାଂଶ ଯବକ୍ଷାରଜାନ ମାଟିରେ ମିଶାଇ ବିହନ ବୁଣନ୍ତୁ ।

ବାଜରା ଚାଷ ପାଇଁ ଜମି ପ୍ରସ୍ତୁତି :-

ବାଜରା ଚାଷ କରିବା ସମୟରେ ହେକ୍ଟର ପ୍ରତି ୨ ଟନ କମ୍ପୋଷ୍ଟ ଖାତା ପ୍ରୟୋଗ କରି ମାଟିକୁ ଭଲ ରୂପେ ଗୁଣ୍ଡ କରି ଦିଅନ୍ତୁ l ବାଜରା ୧୫ ସେ.ମି.ଗଭୀର ଚାଷ ହେବା ଦରକାର l ଯଦି ଚାଷ ଜମିରେ ଉଇ ଲାଗୁଥିବେ ତେବେ ହେକ୍ଟର ପ୍ରତି ୨୫ କିଲୋଗ୍ରାମ କ୍ଲୋରପାଇରିଫସ ୧.୫% ଗୁଣ୍ଡ ମାଟିରେ ପ୍ରୟୋଗ କରି ଭଲଭାବେ ମିଶାଇ ଦିଅନ୍ତୁ l ବୁଣିବାର ୨ ରୁ ୩ ସପ୍ତାହ ଏବଂ ୫ ରୁ ୬ ସପ୍ତାହ ପରେ ଚାଷ ଭୂମିରୁ ଘାସ ଗୁଡ଼ିକ ବାଛି ଦିଅନ୍ତୁ l ୨ ରୁ ୩ ଇଞ୍ଚ ଗଭୀରରୁ ଅଧିକ ଖୁସାନ୍ତୁ ନାହିଁ l

ଜଳସେଚନ ପ୍ରକ୍ରିୟା :-

ବର୍ଷା ଦିନରେ ବାଜରା ଚାଷ ଅଧିକ ଜଳର ଆବଶ୍ୟକ କରେ ନାହିଁ l ପିଲ ହେବା ସମୟରେ ଏବଂ ଦାନା ପୁରାଣ ହେବା ସମୟରେ ଆବଶ୍ୟକ ଅନୁଯାୟୀ ଚାଷ ଜମିରେ ଜଳସେଚନ କରନ୍ତୁ l ଖରା ଦିନରେ ଏହି ଚାଷ ୨୦ ରୁ ୨୨ ଏକର ଇଞ୍ଚ ପାଣି ଆବଶ୍ୟକ କରେ l ୧୫ ରୁ ୨୦ ଦିନ ମଧ୍ୟରେ ୫ ରୁ ୬ ଟି ଜଳସେଚନ ଆବଶ୍ୟକ କରେ l

ଅମଳ :- ଯଦି ସଠିକ ରୂପରେ ବାଜରା ଚାଷ କରିଥାନ୍ତି ଚାଷୀ ତେବେ ୨୦ ରୁ ୨୫ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳେ l ବାଜରାର ବାଜରରେ ଚାହିଦା ରହିଛି l ସରକାର ମଧ୍ୟ ଏହି ଚାଷ କରିବାକୁ ସହାୟତା ପ୍ରଦାନ କରୁଛନ୍ତି l ଭଲ ରୋଜଗାର ମଧ୍ୟ ପ୍ରଦାନ କରେ ଏହି ଚାଷ l ଯଦି ଏହି ଚାଷ କରିବାକୁ ଉତ୍ସାହିତ ରହିଛନ୍ତି ଏବଂ ଚାଷ କିପରି ଆରମ୍ଭ କରିବେ ଭାବୁଛନ୍ତି ତେବେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରନ୍ତୁ l

ଅଧିକ ପଢ଼ନ୍ତୁ

କେମିତି କରିବେ ଜିଆ ଖତ ପ୍ରସ୍ତୁତ ?

ସଫଳ ଚାଷୀ ଶିବରାଜ, ମାସକୁ କରୁଛନ୍ତି ଲକ୍ଷାଧିକ ରୋଜଗାର!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ