Agripedia

lychee farming : ଲିଚୁ ଚାଷରେ ପ୍ରଚୁର ଲାଭ

ଲିଚୁ (Lychee) ଉପଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଭଲ ବଢିଥାଏ ।ଅଧିକାଂଶ ମାଟିରେ ଲିଚୁ ଚାଷ ହୁଏ , କିନ୍ତୁ ଗଭୀର ଦୋରସା ମାଟି ଏହା ପାଇଁ ସବୁଠୁ ଭଲ ହୋଇଥାଏ ।

15 May, 2024 12:09 PM IST By: Sudesna Nayak

ଲିଚୁ (Lychee)ଏକ ଖରାଦିନିଆ ଫଳ । ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ଯାଏଁ, ସମସ୍ତ ଲିଚୁ ଖାଇବାକୁ ବେଶ ପସନ୍ଦ କରିଥାନ୍ତି । ବଜାରରେ ଏହା ସହଜରେ ମିଳିଥାଏ । ଦାମ୍ ମଧ୍ୟ ଏତେ ବେଶି ନଥାଏ। ଲିଚୁ କେବଳ ପାଟିକୁ ସୁଆଦିଆ ଲାଗେ, ତାହା ନୁହେଁ ଏହା ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏକ ବରଦାମ ମଧ୍ୟ ।

ଖାସ୍ କରି ଖରାଦିନେ ଲିଚୁ କୋଳି ଖାଇବା ଦ୍ବାରା ସୂର୍ଯ୍ୟଙ୍କ ତାପରୁ ମୁହଁର ତ୍ବଚାକୁ ରକ୍ଷା କରିବାରେ ବହୁ ପରିମାଣରେ ସାହାର୍ଯ୍ୟ କରେ। ଯାହା ଆପଣଙ୍କୁ ହେଲଥି ଏବଂ ଗ୍ଲୋଇିଂ ସ୍କିନ୍ ପ୍ରଦାନ କରିବାରେ ସହାୟକ ହୋଇଥାଏ ।

ଆମ ରାଜ୍ୟରେ ଅନୁଗୁଳ ଜିଲ୍ଲା , ସମ୍ବଲପୁର ଜିଲ୍ଲା ,ସୁନ୍ଦରଗଡ ଜିଲ୍ଲା, ଫୁଲବାଣି ଜିଲ୍ଲା ଓ କୋରାଫୁଟ ଜିଲ୍ଲା,ଦେବଗଡ ଜିଲ୍ଲା, କେତେକ ଅଞ୍ଚଳରେ ଲିଚୁ ଚାଷ ଖୁବ ଭଲ ହେଉଛି ବୋଲି ଜଣାପଡିଛି ।

ଲିଚୁ (Lychee) ଉପଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଭଲ ବଢିଥାଏ । ଏହାର ବୃଦ୍ଧି ପାଇଁ ତୁଷାର ବିହୀନ ଶୀତକାଳ ଓ ଅଧିକ ଆଦ୍ରତାଯୁକ୍ତ ଗ୍ରୀଷ୍ମକାଳ ଦରକାର କରିଥାଏ । ବିଭିନ୍ନ ଋତୁରେ ଉତ୍ତାପର ପରିବର୍ତ୍ତନ ଲିଚୁ ଫଳ ଫଳିବାରେ ବହୁ ପରିମାଣରେ ସାହାଯ୍ୟ କରିଥାଏ । ଏହି ପରିବର୍ତ୍ତନ ୨୧ଡିଗ୍ରୀ ରୁ ୩୮ଡିଗ୍ରୀ ସେଣ୍ଟିଗ୍ରେଡ ମଧ୍ୟରେ ରହିବା ଦରକାର । ଜଳବାୟୁର ସାମାନ୍ୟ ବ୍ୟତିକ୍ରମ ହେଲେ ଏହାର ବୃଦ୍ଧି ଫଳନ ଶକ୍ତି ଓ ଫଳର ଉତ୍କର୍ଷତା କମିଯାଏ ।

କହିବାକୁ ଗଲେ, ଓଡିଶାର ସବୁ ଜାଗାରେ ଲିଚୁ ଚାଷ (lychee farming) ଭଲ ହୁଏନି । ବାର୍ଷିକ ୬୦ଇଞ୍ଚରୁ ଅଧିକ ବର୍ଷା (rain)ଦରକାର କରିଥାଏ । କିନ୍ତୁ ଲିଚୁ ଗଛରେ ଫୁଲ ଧରିବା ସମୟରେ ଲଗାତର ବର୍ଷା (rain) ବହୁତ କ୍ଷତି ଘଟାଇଥାଏ । ଲିଚୁ ଗଛରେ ଫୁଲ ହେବାର ୨ମାସ ପୂର୍ବରୁ ବୃଷ୍ଟିପାତ ନହେଉଥିବା ଅଞ୍ଚଳରେ ଏହା ଭଲ ହୁଏ । ଫଳ ପାଚିବା ବେଳେ ଟାଣ ଖରା ହେଲେ ମଧ୍ଯ ଫଳ ଫାଟିଯାଇଥାଏ ।

ଅଧିକାଂଶ ମାଟିରେ ଲିଚୁ ଚାଷ ହୁଏ , କିନ୍ତୁ ଗଭୀର ଦୋରସା ମାଟି ଏହା ପାଇଁ ସବୁଠୁ ଭଲ ହୋଇଥାଏ । ମାଟିରେ ଜୈବିକ ପଦାର୍ଥ ଥିଲେ ଖୁବ ଭଲ ହୋଇଥାଏ । ଭାରତରେ ବହୁତ କିସମର ଲିଚୁ ଚାଷ (lychee farming) ହୁଏ ।

ଶରୀରରୁ ଚର୍ବି ସମସ୍ୟା ହଟାଇବାରେ ଲିଚୁ ସାହର୍ଯ୍ୟ କରିଥାଏ। ଏଥିସହିତ ଆପଣଙ୍କ ଓଜନ ଶିଘ୍ର ହ୍ରାସ କରିବାରେ ମଧ୍ୟ ଲିଚୁ ବହୁ ସହାୟକ ହୋଇଥାଏ ।

ଲିଚୁ (Lychee)ସମସ୍ତଙ୍କର ଏକ ଆଦରଣୀୟ ଫଳ । ଏହାର ରଙ୍ଗ ଓ ସ୍ଵାଦ ଯୋଗୁଁ ଏହାକୁ ଫଳର ରାଣୀ ବୋଲି କୁହାଯାଏ। ଲିଚୁ ଗଛ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର ।ଏହାର ଖଟା ମିଠା ସ୍ଵାଦ ସମସ୍ତଙ୍କୁ ଖୁସି କରିଥାଏ ।

Gooseberry Farming: ଅଁଳାର ଲାଭକାରୀ ଚାଷ କରନ୍ତୁ

Cucumber Farming: କାକୁଡ଼ିର ଏହି ନୂତନ କିସମ ଚାଷ କରନ୍ତୁ