ଆଳୁ ଏକ ଏପରି ଏକ ପରିବା ଯାହା ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ l ଆଳୁର ଚାହିଦା ଅନୁଯାୟୀ ଚାଷ ମଧ୍ୟ ହେଉଛି l ବିଭିନ୍ନ କିସମର ଆଳୁ ଚାଷ କରି ଚାଷୀ ଅନେକ ଲାଭ କମାଉଛନ୍ତି l ବିଭିନ୍ନ ନୂତନ କିସମ ଆଳୁ ଚାଷ କରୁଛନ୍ତି ଚାଷୀ l ଯାହା ଅଳ୍ପ ତାଙ୍କ ଖର୍ଚ୍ଚ ହେବା ସହିତ ଚାଷୀଙ୍କୁ ଅଧିକ ଅମଳ ଖୁବ ଅଳ୍ପ ଦିନ ମଧ୍ୟରେ ପ୍ରଦାନ କରୁଛି l ଆମ ରାଜ୍ୟରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ଚାଷୀ ବିଭିନ୍ନ ପନିପରିବା ଚାଷ ସହିତ ଆଳୁ ଚାଷ ମଧ୍ୟ କରୁଛନ୍ତି l
ଆଳୁ ଚାଷ କରିବାକୁ ହେଲେ ସୁସ୍ଥ ରୋଗମୁକ୍ତ ବିହନ ଆଳୁର ବ୍ୟବହାର କରିବା ଆବଶ୍ୟକ l ଯାହା ସଫଳ ଆଳୁ ଫସଲ ପାଇଁ ସବୁଠୁ ଅଧିକ ଗୁରୁତ୍ତ୍ଵପୂର୍ଣ୍ଣ । ଭଲ ଅମଳ ବୃଦ୍ଧି ପାଇଁ, ଚାଷ ଜମିରୁ ସର୍ବଦା ବାଳୁଙ୍ଗା ସହ ଅନ୍ୟାନ୍ୟ ଘାସ ବାହାର କରିଦେବା ଉଚିତ। ଆଳୁ ଚାଷ କରିବା ସମୟରେ ପ୍ରତି ୧୫ ରୁ୨୦ ଦିନ ଅନ୍ତରରେ କୋଡ଼ା ଖୁସା କରିବା ଦରକାର l ଯାହାଦ୍ୱାରା ବାଳୁଙ୍ଗାର ବିକାଶ କମ୍ ହୋଇଥାଏ l ମାଟି ଫୁସୁଫୁସିଆ ହୋଇଥାଏ ଯାହା ଆଳୁ ଚାଷ ପାଇଁ ବେଶ ଉପଯୋଗୀ । ଆଳୁ ଚାଷ ପାଇଁ ଦୋରସା ଏଵଂ ବାଲିଆ ଦୋରସା ମାଟି ଆବଶ୍ୟକ l ଆଳୁ ନାତିସିତୋଷ୍ଣ ଜଳବାୟୁ ଅଞ୍ଚଳର ଫସଲ ଅଟେ l ଯେଉଁଠାରେ ତାପମାତ୍ରା ମଧ୍ୟମ ଥଣ୍ଡା ଥାଏ ସେହି ଅଞ୍ଚଳରେ ଆଳୁ ଚାଷ ଭଲ ହୋଇଥାଏ ।
ନିମ୍ନରେ ସେହିପରି ଉନ୍ନତ କିସମ ଆଳୁ ବିଷୟରେ ଆଲୋଚନା କରାଯାଇଛି :-
କୁଫ୍ରି ଅଶୋକ :-
କୁଫ୍ରି ଅଶୋକ କିମ୍ବା ପି ଯେ -୩୭୬ ହେଉଛି କୃଷକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ l ଏହି କିସମ ଆଳୁ ଗଙ୍ଗା ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଷ ପାଇଁ ଉପଯୁକ୍ତ l ଏହା ଏକ ଧଳା ରଙ୍ଗର ଆଳୁ l ଏହି ଆଳୁର କନ୍ଦ ମଧ୍ୟ ଧଳା l ଏହି ଆଳୁ ଗଛର ଉଚ୍ଚତା ୬୦ ରୁ ୮୦ ସେଣ୍ଟିମିଟର l ଏହି ଆଳୁ ୭୦ ରୁ ୮୦ ଦିନରେ ଅମଳ ପ୍ରଦାନ କରେ l ଏହାର ଉତ୍ପାଦନ କ୍ଷମତା NHRDF ଅନୁଯାୟୀ, ଏହା ହେକ୍ଟର ପିଛା ୪୦ ଟନ୍ ପାଖାପାଖି ଅମଳ ଦେବାରେ ସକ୍ଷମ l ୟୁପି, ବିହାର, ବଙ୍ଗଳା, ପଞ୍ଜାବ ଏବଂ ହରିୟାଣାରେ ଏହି ଆଳୁ ଅଧିକ ଚାଷ ହେଉଥିବାର ନଜର ରହିଛି l
କୁଫ୍ରି ପୋଖରାଜ୍ :-
କୁଫ୍ରି ପୋଖରାଜ୍ ହେଉଛି ଦେଶର ସବୁଠାରୁ ବଡ ଆଳୁ l ଦେଶରେ କୁଫ୍ରି ପୋଖରାଜ୍ ପ୍ରାୟ ୩୩ ପ୍ରତିଶତ ଉତ୍ପାଦନ କରାଯାଏ l ଏହା ମଧ୍ୟ ଏକ ଧଳା କିସମ ଆଳୁ l ଯାହାର ଫସଲ ୭୦ ରୁ ୯୦ ଦିନ ମଧ୍ୟରେ ଆସିଥାଏ l ତାପମାତ୍ରା କମ୍ ଥିବା ଅଞ୍ଚଳ ପାଇଁ ଉପଯୁକ୍ତ l ଏହି କିସମ ମୁଖ୍ୟତ ୟୁପି, ହରିୟାଣା, ପଞ୍ଜାବ, ବିହାର, ଝାଡ଼ଖଣ୍ଡ, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ ଏବଂ ଆସାମରେ ଚାଷ କରାଯାଏ l ହେକ୍ଟର ପ୍ରତି ୪୦୦ କ୍ୱିଣ୍ଟାଲ ଅମଳ ଦେବାରେ ସକ୍ଷମ ଏହି କିସମ ଆଳୁ l ଓଡ଼ିଶାରେ ଏହି ଆଳୁ ଚାଷ କରି ଚାଷୀ ଲାଭ ମଧ୍ୟ କମାଉଛନ୍ତି l
କୁଫ୍ରି ସୂର୍ଯ୍ୟ :-
କୁଫ୍ରି ସୂର୍ଯ୍ୟ ଆଳୁ କିସମ ଉଚ୍ଚ ତାପମାତ୍ରାକୁ ସହ୍ୟ କରିବାରେ ସକ୍ଷମ l ଅଧିକ ଗରମ କିମ୍ବା ତାପମାତ୍ରା ଥିବା ଅଞ୍ଚଳରେ ଏହି କିସମ ଆଳୁର ଚାଷ କରିହୁଏ l ଏହି ଆଳୁ ଚିପ୍ସ ପ୍ରସ୍ତୁତ ପାଇଁ ବହୁଳ ଭାବରେ ବ୍ୟବହୃତ ହୁଏ l ଏହି ଆଳୁ ଅନ୍ୟ କିସମ ତୁଳନାରେ ବଡ଼ ଆକାରର ହୋଇଥାଏ l ଚିପ୍ସ ଏବଂ ସ୍ନାକ୍ସର ଚାହିଦା ବଢୁଥିବା ସମୟରେ ଏହାର ଚାଷ ମଧ୍ୟ ବଢିଛି l କୁଫ୍ରି ସୂର୍ଯ୍ୟ ଆଳୁର କନ୍ଦ ଧଳା l ଏହାର ଅମଳ ଫସଲ ପ୍ରସ୍ତୁତ ହେବା ପାଇଁ ୭୫ ରୁ 80 ଦିନ ଲାଗେ l ଏଥି ସହିତ ଏହି ଆଳୁ ଚାଷ ପ୍ରାୟତଃ ହେକ୍ଟର ପିଛା ୩୦୦ ରୁ ୩୫୦ କ୍ୱିଣ୍ଟାଲ ଅମଳ ହୋଇଥାଏ l
ଅଧିକ ପଢ଼ନ୍ତୁ
Share your comments