Agripedia

ଆଖୁ ଚାଷ କରି କମାନ୍ତୁ ଲକ୍ଷ ଲକ୍ଷ ଟଙ୍କା

ଭାରତରେ ଆଖୁକୁ ଏକ ଅର୍ଥକାରୀ ଫସଲ ରୂପେ ବିବେଚନା କରାଯାଏ | ଚିନି, ଗୁଡ ପାଇଁ ଆଖୁର ବ୍ୟବହାର ହୋଇଥାଏ | ସଠିକ ଭାବରେ ଆଖୁ ଚାଷ (sugarcane cultivation)କରିଲେ ଚାଷୀ କମ ବ୍ୟୟରେ ଅଧିକ ଲାଭ ପାଇଥାଏ |

26 March, 2023 1:00 AM IST By: Tanushree Mahapatra

ଭାରତରେ ଆଖୁକୁ ଏକ ଅର୍ଥକାରୀ ଫସଲ ରୂପେ ବିବେଚନା କରାଯାଏ | ଚିନି, ଗୁଡ ପାଇଁ ଆଖୁର ବ୍ୟବହାର ହୋଇଥାଏ | ସଠିକ ଭାବରେ ଆଖୁ ଚାଷ (sugarcane cultivation) କରିଲେ ଚାଷୀ କମ ବ୍ୟୟରେ ଅଧିକ ଲାଭ ପାଇଥାଏ | ଭାରତରେ ପାଖାପାଖି ୩.୮ ନିୟୁତ ହେକ୍ଟର ଜମିରେ ଆଖୁଚାଷ କରାଯାଏ ଏବଂ ୨୫୪ ନିୟୁତ ଟନ ଆଖୁ ଉତ୍ପାଦିତ ହୁଏ । ହେକ୍ଟର ପ୍ରତି ହାରାହାରି ୬୬ଟନ ଆଖୁ ଉତ୍ପାଦିତ ହୋଇଥାଏ ପ୍ରତିବର୍ଷ ଦେଶରେ ।

ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ହରିଆନା, ପଞ୍ଜାବ, ବିହାର, ଓଡିଶା, ମଧ୍ୟପ୍ରଦେଶ, ଆସାମ ପ୍ରଭୃତି ରାଜ୍ୟରେ ମୁଖ୍ୟତଃ ଆଖୁଚାଷ କରାଯାଏ । ଓଡିଶାରେ ପ୍ରାୟ ୪୨ ହଜାର ହେକ୍ଟର ଜମିରେ ଆଖୁଚାଷ କରାଯାଏ ଏବଂ ହେକ୍ଟର ପ୍ରତି ୬୫ ଟନ ଆଖୁ ଉତ୍ପାଦିତ ହୁଏ । ଆଖୁ ଏକ ଅର୍ଥକାରୀ ଫସଲ ଯାହା ଚାଷୀଙ୍କୁ ଅଳ୍ପ ବ୍ୟୟରେ ଅଧିକ ଲାଭ ଦେଇଥାଏ l

ଆଖୁ ଚାଷ (sugarcane farming) ପାଇଁ ନିଗିଡା ଦୋରସା ମାଟିର ଆବଶ୍ୟକତା ହୋଇଥାଏ । ପ୍ରଥମେ ମାଟିକୁ ଗୁଣ୍ଡ କରି ଦିଅନ୍ତୁ | ପ୍ରାୟ ୮ ରୁ ୧୦ଥର ହଳ କରି ଜମିକୁ ସମତୁଲ କରି ଅନାବନା ଘାସ ଓ ପୂର୍ବ ଫସଲ ମୂଳ ବାଛି ଦିଅନ୍ତୁ | ଚାଷ ପୂର୍ବରୁ ହେକ୍ଟର ପ୍ରତି ୧୦ ଟନ ସଢା ଗୋବର କ୍ଷତ ବା କପୋଷ୍ଟ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ | ଟ୍ରେଞ୍ଚ ପ୍ରଣାଳୀରେ ଆଖୁ ଲଗାଇବା ହେଲେ ଜମି ହଳ ନକରି ୭୫ରୁ ୯୦ ସେମି (୨-୩ ଫୁଟ) ବ୍ୟବଧାନରେ ୨୫ ସେମି ଚଉଡାରେ ୩୦ ସେମି ପର୍ଯ୍ୟନ୍ତ ଖୋଲି ଆଉ ୧୦ ସେମି ପର୍ଯ୍ୟନ୍ତ ମାଟି ହାଲୁକା କରି ଦିଅନ୍ତୁ | ଟ୍ରେଞ୍ଚ ଖୋଳି କିଛିଦିନ ଖରା ଖାଇବାକୁ ଛାଡି ଦିଅନ୍ତୁ | ଦଶ ମାସ ମଧ୍ୟରେ ଅମଳ ହେଉଥିବା ସଅଳ ଆଖୁ ପାଇଁ ଧାଡିକୁ ଧାଡି ବ୍ୟବଧାନ ୭୫ ସେମି ରଖନ୍ତୁ |

ବିହନ : ସାକାରମ୍ ଅଫିସିନାରମ୍ସା , କାରମ୍ ସାଇନେନସିସ୍ସା , କାରମ୍ ବାରବେରି ଏହି ତିନୋଟି ଜାତିର ଆଖୁର ଚାଷ (sugarcanefarming tips)ବହୁଳ ଅଟେ । ଏହି ପ୍ରଜାତିର ଗଛ ଡେଙ୍ଗା, ମୋଟା, ଓ ରସାଳ ହେବା ସହ ଚୋବାଇ ଖାଇବାକୁ ମଧ୍ୟ ଭଲ ହୋଇଥାଏ ତେଣୁ ଏହାର ଉତ୍ପାଦନ ହାର ସର୍ବୋଚ୍ଚ ।

 ଆଖୁ (sugarcane farming)ଲଗାଇବା ପୂର୍ବରୁ ମାଟି ପରୀକ୍ଷା କରାନ୍ତୁ ଏବଂ ଏହି ଅନୁସାରେ ସାର ପ୍ରୟୋଗ କରନ୍ତୁ | ଆଖୁ (sugarcane)ଲଗାଇବା ମାସକ ପରେ ଗଜା ଗୁଡିକ ସାର ଗ୍ରହଣ କରିଥାଆନ୍ତି । ତେଣୁ ଲଗାଇବା ସମୟରେ ବେଶି ପରିମାଣରେ ଯବକ୍ଷାରଜାନ ସାର ପ୍ରୟୋଗ କଲେ ଅଧିକାଂଶ ସାର ଫସଲ ଦ୍ଵାରା ଗ୍ରହଣ ନ ହୋଇ ନଷ୍ଟ ହୋଇଯାଏ । ହେକ୍ଟର ପ୍ରତି ୧୦ ଟନ ସଢା ଗୋବର କ୍ଷତ ୧୦୦ କିଗ୍ରା ,ଫସଫରସ ଓ ୬୦ କିଗ୍ରା ପୋଟାସ ପ୍ରୟୋଗ କରନ୍ତୁ | ୨୫୦ କିଗ୍ରା , ଯବକ୍ଷାରଜାନକୁ ୩ ଥରରେ ,୩୦ ଦିନ,୬୦ ଦିନ ଓ ୯୦ ଦିନରେ କୋଢାଖୁସା କରି ପ୍ରୟୋଗ କରନ୍ତୁ | ଆଖୁ ଲଗାଇବାର ୩୦ ଦିନରେ ୨ କିଗ୍ରା, ଫସଫୋବ୍ୟାକ୍ଟର,୨ କିଗ୍ରା ଆଜୋଟୋବ୍ୟାକ୍ଟର ୨୦୦ କିଗ୍ରା , ସଢା ଖତ ସହିତ ମିଶାଇ ପ୍ରୟୋଗ କରନ୍ତୁ | ୨ ମାସର ଫସଲରେ ପୁଣି ୨ କିଗ୍ରା ଆଜୋଟୋବ୍ୟାକ୍ଟର,୨୦୦ କିଗ୍ରା ଖତ ସହିତ ମିଶାଇ ପ୍ରୟୋଗ କରନ୍ତୁ |

ମିଲେଟ୍ ମିସନ୍‌ ବଜେଟ୍‌: ୭ ବର୍ଷରେ ୫୦ ଗୁଣା

ପିଜୁଳି ଚାଷ ନଷ୍ଟରେ କାରଣ ସାଜୁଛି କି ଝାଉଁଳା ରୋଗ ? ଜାଣନ୍ତୁ ପ୍ରତିକାର.....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)