1. କୃଷି ବିଶ୍ବକୋଷ

ଶୀତଦିନରେ କିସମିସ !

ଶୁଖିଲା ଅଙ୍ଗୁର ରୁ ପ୍ରସ୍ତୁତ ହୋଇଥାଏ କିସମିସ |ଏହା ମୁଖ୍ୟତ ଡ୍ରାଏ ଫ୍ରୁଟ ଭାବେ ବିଭିନ୍ନ ଡ଼ିସ ରେ ବ୍ୟବହାର କରାଯାଏ |ତେବେ ଫଳ ମାନଙ୍କ ମଧ୍ୟରୁ ସର୍ବାଧିକ ପୃଷ୍ଟିସାର କିସମିସ ରେ ହିଁ ଦେଖିବାକୁ ମିଳିଥାଏ | ଏହା ବ୍ୟତୀତ ଏହାକୁ ସବୁ ସମୟରେ ଖାଇ ହେବା ମାତ୍ର ବିଶେଷ କରି ଶୀତଦିନରେ ଏହାର ସେବନ କରୁଥିଲେ ,କଫ ,ଦୁର୍ବଳତା ,ଏନିମିଆ ପରି କେତୋଟି ଗମ୍ଭୀର ସମସ୍ୟା ଠାରୁ ମଧ୍ୟ ମୁକ୍ତି ମିଳିପାରିବ |ଓଜନ ହ୍ରାସ ଲାଗି ମଧ୍ୟ କିସମିସ ର ବ୍ୟବହାର କରାଯାଇଥାଏ|

KJ Staff
KJ Staff

ଶୁଖିଲା ଅଙ୍ଗୁର ରୁ ପ୍ରସ୍ତୁତ ହୋଇଥାଏ କିସମିସ |ଏହା ମୁଖ୍ୟତ ଡ୍ରାଏ ଫ୍ରୁଟ ଭାବେ ବିଭିନ୍ନ ଡ଼ିସ ରେ ବ୍ୟବହାର କରାଯାଏ |ତେବେ ଫଳ ମାନଙ୍କ  ମଧ୍ୟରୁ ସର୍ବାଧିକ ପୃଷ୍ଟିସାର କିସମିସ ରେ ହିଁ ଦେଖିବାକୁ ମିଳିଥାଏ |

 

ଏହା ବ୍ୟତୀତ ଏହାକୁ ସବୁ ସମୟରେ ଖାଇ ହେବା ମାତ୍ର ବିଶେଷ କରି ଶୀତଦିନରେ ଏହାର ସେବନ କରୁଥିଲେ ,କଫ ,ଦୁର୍ବଳତା ,ଏନିମିଆ ପରି କେତୋଟି ଗମ୍ଭୀର ସମସ୍ୟା ଠାରୁ ମଧ୍ୟ ମୁକ୍ତି ମିଳିପାରିବ |ଓଜନ ହ୍ରାସ ଲାଗି ମଧ୍ୟ କିସମିସ ବ୍ୟବହାର କରାଯାଇଥାଏ|

ତେବେ କିସମିସ ଖାଇବାର ବିଶେଷ ଲାଭ ବିଷୟରେ ଜାଣିବାକୁ ଆଗକୁ ପଢନ୍ତୁ :

 

-ତ୍ୱଚା  ସୁନ୍ଦରତା :

ଶୀତଦିନରେ ଏହାକୁ ବିଶେଷ ରୂପେ ଗ୍ରହଣ କଲେ ତ୍ୱଚା ଶୁଷ୍କ ହେବାରୁ ରକ୍ଷା ମିଳିଥାଏ |ତେଣୁ ତ୍ୱଚା କୋଷ ଗୁଡିକ ମଜବୁତ ହୋଇ ରହେ ଏବଂ ଫଳରେ ଆପଣଙ୍କ ତ୍ୱଚା ରଙ୍ଗ ଭଲ ରହିଥାଏ |

 

ଅଦରକାରୀ  ପଦାର୍ଥ ନିଷ୍କାସନ :

ନିୟମିତ କିସମିସ ଖାଇଲେ ଶରୀର ରେ ଥିବା ଅଦରକରି ଏବଂ କ୍ଷେତିକାରକ ପଦାର୍ଥ ଶୀଘ୍ର ନିଷ୍କାସନ ହୋଇଥାଏ ଏବଂ  ଫଳରେ ଓଜନ ସନ୍ତୁଳନ ହୁଏ |

 

 

ପାଞ୍ଚ ତନ୍ତ୍ର ରୁହେ ମଜବୁତ :

ଯଦି ଆପାନନର ପେଟ ବା ଖାଦ୍ୟ ହଜମ ଜଡିତ କୌଣସି ସମସ୍ୟା ସମ୍ମୁଖୀନ ହେବାକୁ ପଡୁଛି ତେବେ କିସମିସ ଆପଣଙ୍କ ଲାଗି ଉଚିତ ଉପଚାର |ଏଥିରେ ବହୁ ମାତ୍ର ରେ ଗ୍ଲୁକୋଷ ଏବଂ ଫ୍ରୁକ୍ଟୋସ ଥାଏ ତେଣୁ ଏହା ଏହି ସମସ୍ୟା ଉଚିତ ସମାଧାନ କରେ |

ଜ୍ୱର ରୁ ରକ୍ଷା !

ଜ୍ୱର ରେ କିସମିସ ଖାଇବା ଆପଣଙ୍କ ଲାଗି ବେଶୀ ଲାଭଦାୟକ ହୋଇପାରେ |ଏହିରେ ବହୁ ମାତ୍ର ରେ ପ୍ରୋନୋଲିକ ଫାଇକୋନ୍ୟୁଟ୍ରିଏଣ୍ଟ ବହୁ ପରିମାଣରେ ଦେଖିବାକୁ ମିଳିଥାଏ ତେଣୁ ଏହା ଜୀବାଣୁନାଶକ ,କବକନାଶକ ଇତ୍ୟାଦି ଭାବେ କାର୍ଯ୍ୟ କରି ଜ୍ୱର ରୁ ମୁଖଟି ଦେଇଥାଏ |

 

 

ଅଧିକ ଲାଭ ଲାଗି ଏମିତି ଖାଆନ୍ତୁ କିସମିସ :

୧୨ ତୁ ୧୫ ଟି କିସମିସ କୁ ଫୁଟାଇ ରାତିରେ ଶୋଇବା ଅଗରୁ ଦୁଗ୍ଧ ସହ ପାନ କରନ୍ତୁ |ଏହା ବ୍ୟତୀତ ଆପଣ କିସମିସ କୁ ପାଣି ରେ ଭିଜାଇ ମଧ୍ୟ ଗ୍ରହଣ କରିପାରିବେ |ଏବଂ ଏହି ପାଣି କୁ ମଧ୍ୟ ପାନ କରିବା ଶରୀର ପ୍ରତି ଲାଭଦାୟକ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments