1. କୃଷି ବିଶ୍ବକୋଷ

ଏହି ଚାଷ ବଦଳାଇ ଦେବ ଚାଷୀଙ୍କ ଭାଗ୍ୟ

ଦେଶରେ ଅନେକ ପ୍ରକାର ଚାଷକାର୍ଯ୍ୟ ହେଉଛି l ଚାଷକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ମଧ୍ୟ ନିଜ ଚେଷ୍ଟା ଜାରି ରଖିଛନ୍ତି l ଅନେକ ଯୋଜନାରେ ମଧ୍ୟ ଚାଷୀଙ୍କୁ ସାମିଲ କରାଯାଉଛି l ଦେଶରେ କିଛି ଚାଷୀ ଅଛନ୍ତି ଖୁବ କମ ଦିନରେ ଚାଷକରି ଲକ୍ଷପତି ହେଉଛନ୍ତି l

Tanushree Mahapatra
Tanushree Mahapatra
Red gold from the soil will change the farmers life  , image source -  pexels.com

Red gold from the soil will change the farmers life , image source - pexels.com

ଦେଶରେ ଅନେକ ପ୍ରକାର ଚାଷକାର୍ଯ୍ୟ ହେଉଛି l ଚାଷକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ମଧ୍ୟ ନିଜ ଚେଷ୍ଟା ଜାରି ରଖିଛନ୍ତି l ଅନେକ ଯୋଜନାରେ ମଧ୍ୟ ଚାଷୀଙ୍କୁ ସାମିଲ କରାଯାଉଛି l ଦେଶରେ କିଛି ଚାଷୀ ଅଛନ୍ତି ଖୁବ କମ ଦିନରେ ଚାଷକରି ଲକ୍ଷପତି ହେଉଛନ୍ତି l ଏନେକ ଚାଷକାର୍ଯ୍ୟ ରହିଛି ଯାହାକୁ ଚାଷ କରି ଚାଷୀ ଲାଭବାନ ହୋଇପାରୁଛନ୍ତି l ଏହି ଚାଷ ମଧ୍ୟରେ କାଶ୍ମୀରରେ କେଶର ଚାଷ ହେଉଛି ଅନ୍ୟତମ । କାଶ୍ମୀରରେ ଅଧିକ ହେଉଛି ଏହି ଚାଷକାର୍ଯ୍ୟ l ଏହି କେଶର ଚାଷ ପାଇଁ ଆମ ଦେଶ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । 

ଦେଶରେ କାଶ୍ମୀର ହେଉଛି ଭାରତର ଏକମାତ୍ର ସ୍ଥାନ ଯେଉଁଠାରେ କେଶର ଚାଷ ଅଧିକ ହୋଇଥାଏ । ଏହି ଚାଷ କରି ସେଠାକାର ଚାଷୀ ଅନେକ ଲାଭ ଉଠାଉଛନ୍ତି l ସେହିପରି ଭାରତର ସଂସ୍କୃତିରେ କେଶରର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଘରେ ଘରେ ପୂଜା ପାଠ ଠାରୁ ଆରମ୍ଭ କରି ଔଷଧ, ଖାଦ୍ୟ ଏବଂ ପାନୀୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କେଶରର ବ୍ୟବହାର ହୋଇଥାଏ । ତେବେ ଏହି କେଶରର ମୂଲ୍ୟ କିଲୋଗ୍ରାମ ପ୍ରତି ୨ ଲକ୍ଷ ଟଙ୍କା ହୋଇଥାଏ । 

ତେବେ ୨୦୨୦-୨୧ ମସିହାରେ କାଶ୍ମୀର କେଶରକୁ ଜିଆଇ ଟ୍ୟାଗ ପ୍ରଦାନ କରାଯାଇଛି  ।ଏହା ପ୍ରଦାନ କରାଯିବ ପରେ ହିଁ ଏହି କେଶରର ମୂଲ୍ୟ ଏବେ ଆକାଶ ଛୁଆଁ ହୋଇଥିବା ଦେଖିବାକୁ ମିଳିଛି । ଏବେ ଏହାର ମୂଲ୍ୟ ଲକ୍ଷରେ ପହଞ୍ଚିଛି ଯାହା ଚାଷୀଙ୍କୁ ଏହି ଚାଷକାର୍ଯ୍ୟ ପ୍ରତି ଆହୁରି ଆକୃଷ୍ଟ କରୁଛି । ଆଗରୁ କେଶରର ମୂଲ୍ୟ ଏକ ଲକ୍ଷ କିମ୍ବା ଦୁଇ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ ଏବେ ତାହା ପ୍ରାୟ ୩ ଲକ୍ଷରେ ଟଙ୍କାରେ ପହଞ୍ଚିଛି । ଏବେ ଏହାକୁ ଏଠାରେ ଚାଷ କରୁଥିବା ଲୋକେ ମାଟିରେ ଫଳୁ ଥିବା ସୁନା ବୋଲି କହୁଛନ୍ତି । ତେବେ ଜାଣିଛନ୍ତି କି ? ଏହାର ମାତ୍ର ୧୦ ଗ୍ରାମର ପ୍ୟାକେଟ ବଜାରରେ ୩୨୫୦ ଟଙ୍କାରେ ମିଳୁଛି । 

ତେବେ ଦେଖିବାକୁ ଗଲେ ରୂପାର ମୂଲ୍ୟ ଏବେ କେଶର ମୂଲ୍ୟ ଠାରୁ କମ । ଏହା ଚାଷ କରିବା ଦ୍ୱାରା କେଶର ଚାଷୀ ମାନଙ୍କୁ ଅଧିକ ଫାଇଦା ମିଳୁଛି । ଯାହା ତାଙ୍କୁ ତେବେ ଦେଖିବାକୁ ଗଲେ ପ୍ରତି ବର୍ଷ କାଶ୍ମିର ଘାଟିରୁ ପ୍ରାୟ ୧୮ ଲକ୍ଷ ଟନ କେଶର ଉତ୍ପାଦନ କରାଯାଉଛି । ଏହାପରେ କେଶରକୁ ଜିଆଇ ଟ୍ୟାଗ ମିଳିବା ପରେ ଦେଶ ଏବଂ ସାରା ବିଶ୍ୱରେ ଏହାର ଚାହିଦା ବଢିବାରେ ଲାଗିଛି । ଏବେ ଆମେରିକା, କାନାଡା ଏବଂ ୟୁରୋପିୟ ଦେଶଗୁଡିକ ଅଧିକ ମାତ୍ରାରେ ଭାରତରୁ କେଶର ଆମଦାନୀ କରୁଛନ୍ତି । ଥଣ୍ଡା ଦେଶରେ କେଶରକୁ ଅଧିକ ପସନ୍ଦ କରୁଛନ୍ତି ଲୋକମାନେ । କାରଣ ଏହା ଖାଇବା ଦ୍ୱାରା ଏହା ଶରୀରକୁ ଗରମ ରଖେ ଥଣ୍ଡା ଜନିତ କୌଣସି ଅସୁବିଧା ହେବାକୁ ଦେଇ ନଥାଏ l

ତେବେ କେଶରର ବଢୁଥିବା ମୂଲ୍ୟ ଏବଂ ଚାହିଦାକୁ ଦେଖି ଏହାକୁ ‘ଲାଲ ସୁନା’ କୁହାଯାଉଛି । ଏହା ଏବେ ସୁନା ଦ୍ୱାରା ସହିତ ସମାନ ହୋଇଛି l ସୁନା ପରି କେଶରକୁ ମଧ୍ୟ ଓଜନ କରି ବିକ୍ରି କରାଯାଉଛି ବଜାରରେ । ଏହି ଚାଷକାର୍ଯ୍ୟ କରିବା ଦ୍ୱାରା ଏହା ଖୁବ କମ ସମୟରେ ଅମଳ ଦେଇଥାଏ l କାରଣ ଏହି ଚାଷ ମାତ୍ର ୪ ମାସ ପର୍ଯ୍ୟନ୍ତ କରାଯାଇଥାଏ । କେଶର ଅକ୍ଟୋବର ମାସରେ ଫୁଲ ଦେଇଥାଏ । ଗୋଟିଏ କ୍ଷେତରୁ ପ୍ରାୟ ୨ କିଲୋ ଶୁଖିଲା ଫୁଲ ମିଳିଥାଏ ପ୍ରତିବର୍ଷ । ୧୫୦ ଫୁଲର ପାଖୁଡା ବାହାର କଲା ପରେ ଏକ ଗ୍ରାମ କେଶର ମିଳିଥାଏ ଚାଷୀଙ୍କୁ । ଯାହାକୁ ଚାଷୀ ବିକ୍ରି କରି ଲକ୍ଷାଧିକ ଟଙ୍କା କମାଇଥାନ୍ତି ବର୍ଷସାରା l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments