1. କୃଷି ବିଶ୍ବକୋଷ

ଆଜି ଠାରୁ ଖାଆନ୍ତୁ ଏହି ଚାଉଳ !ଏହା ଦେବ ଡାଇବେଟିସ ରୁ ମୁକ୍ତି

ଆଜି ଠାରୁ ଖାଆନ୍ତୁ ଏହି ଚାଉଳ !ଏହା ଦେବ ଡାଇବେଟିସ ରୁ ମୁକ୍ତି

KJ Staff
KJ Staff

ଧଳା ନୁହେଁ ,ଗୋଲଡେନ ନୁହେଁ ବରଂ ନାଲି ଚାଉଳ |ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବା କିନ୍ତୁ ଏହା ସତ୍ୟ |ଧଳା ଚାଉଳ ଯାହା ଦେଖିବାକୁ ହୁଏତ ଅଧିକ ଆକର୍ଷଣୀୟ ମାତ୍ର ଏହା ଅଧିକ ପଲିସ ହୋଇଥିବାରୁ ଏହାର ଶରୀର ପ୍ରତି କୌଣସି ବିଶେଷ ଉପକାର କରି ନଥାଏ ମାତ୍ର ମାଟିଆ ଓ ନାଲି ଚାଉଳ ରେ ଧାନ ପଲିସ ନ ହୋଇଥିବାରୁ ଏଥିରେ ପୋଷକ ପରତ(ଏନ୍ଡୋସ୍ପର୍ମ )ରହିଥାଏ ଏବଂ ତାହା ସ୍ୱାସ୍ଥ୍ୟ ପ୍ରତି ବେଶ ଉପକାରୀ |

ତେବେ ମାଟିଆ ଚାଉଳ କୁ ଆପଣ ବିଶ୍ୱ ର ହାରାହାରି ସମସ୍ତ ଭାଗ ରେ ଦେଖିବାକୁ ପାଇବେ ମାତ୍ର ନାଲି ଚାଉଳ ବିଶେଷ ଭାବେ ହିମାଳୟ ,ଟିବେଟ ଏବଂ ଦକ୍ଷିଣ ଭାରତ ର କେତେକାଂଶ ରେ ଦେଖିବାକୁ ମିଳିଥାଏ |

ଜଣାନ୍ତୁ ଏହାର ସ୍ଵାଥ୍ୟ ପ୍ରତି କଣ ରହିଛି ପ୍ରଭାବ !

-ଏଥିରେ ଗ୍ଲିସେମିକ ମାତ୍ର ବେଶ କମ ରହିଥିବାରୁ ଏହା ଆପଣଙ୍କ ରକ୍ତ ର ଶର୍କରା ମାତ୍ରା କୁ ନିୟନ୍ତ୍ରିତ କରିଥାଏ |ଏଣୁ ଏହା ଇନ୍ସୁଲିନ ମାତ୍ରା ସହ ମଧୁମେହ ପରି ଭୟଙ୍କର ରୋଗ ରୁ ଆପଣଙ୍କୁ ସୁରକ୍ଷା ଦେଇଥାଏ |
-ଏଥିରେ ଫାଇବର ବେଶ ଅଧିକ ପରିମାଣ ରେ ରହିଥିବାରୁ ଏହା ଆପଣଙ୍କର ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ |ଏହା ବେଶ ସହଜରେ ଶରୀର ରୁ ବର୍ଜ୍ୟ ବସ୍ତୁ ସଫା କରେ ଏବଂ କୋଷ୍ଟ କାଠିନ୍ୟ ରୁ ମଧ୍ୟ ଲାଘବ ଦେଇଥାଏ |
-ସବୁଠାରୁ ବଡ କଥା ହେଲା ଏହା ଆସ୍ମା ରୁ ମଧ୍ୟ ଆପଣଙ୍କୁ ଦୁରେଇ ରଖିଥାଏ |ଏଥିରେ ବହୁତ ଅଧିକ ମାତ୍ରା ରେ ମ୍ୟାଗନେସିଅମ ରହିଥାଏ ଥିବାରୁ ଏହା ଶରୀର ରେ ରକ୍ତ ସଂଚାଳନ କୁ ନିୟନ୍ତ୍ରିତ କରିଥାଏ ଏବଂ ଆସ୍ମା ପରି ରୋଗ ରୁ ସୁରକ୍ଷା ଦେଇଥାଏ |

-ଏଥିରେ ଅଧିକ ଫାଇବର ରହିଥାଏ ତେଣୁ ଏହାକୁ ଖାଇଲେ ଆପଣଙ୍କୁ ଦୀର୍ଘ ସମୟ ଯାଏ ଭୋକ ଲାଗିବ ନାହିଁ |ତେଣୁ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିନ୍ତ ଭାବେ ନାଲି ଚାଉଳ ଖାଇବା ଆରମ୍ଭ କରନ୍ତୁ |
-ମ୍ୟାଗନେସିଅମ ଥିବାରୁ ଏହା ଆପଣଙ୍କ ହାଡ ଏବଂ ଗଣ୍ଠି ମଜବୁତ ରହିଥାଏ ଫଳରେ ଆପଣ ଦୀର୍ଘ ଦିନ ଯାଏ ହାଡ -ଗଣ୍ଠି ଜନିତ ରୋଗ ରୁ ମୁକ୍ତ ରହିପାରିବେ |
-ଏଥିରେ ଥିବା ପୋଷକ ତତ୍ୱ ର ପରତ ଆପଣଙ୍କ ହୃଦ ପିଣ୍ଡ କୁ ଅହିତକାରୀ କଲେସଟେରାଲ ରୁ ମୁକ୍ତ ରଖିଥାଏ ,ତେଣୁ ଅଧିକ ରକ୍ତଚାପ ପରି ବିଭିନ୍ନ ରୋଗ ରୁ ଆପଣ ମୁକ୍ତ ରହିପାରିବେ|
-ଏହି ଧାନ ରେ ଲୌହ ବା ଆଇରନ ର ମାତ୍ରା ମଧ୍ୟ ଉଚିତ ପରିମାଣ ରେ ରହିଥିବାରୁ ଏହା ଶରୀର ରେ ନୂତନ ରକ୍ତ କୋଷିକା ର ତିଆରି ଏବଂ ରକ୍ତ ସଂଚାଳନ ର ମଧ୍ୟ ସାହାଯ୍ୟ କରିଥାଏ |

ତେବେ ଏହି ଚାଉଳ କୁ ଆଜି ହିଁ ନିଜ ଭୋଜନ ରେ ସ୍ଥାନ ଦିଅନ୍ତୁ |ଏହାକୁ କିଣିବା ଲାଗି ଆପଣ ଆମାଜନ ପରି ଅନଲାଇନ ୱେବସାଇଟ ର ସାହାଯ୍ୟ ନେଇପାରିବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments