1. କୃଷି ବିଶ୍ବକୋଷ

Farmer Registration Start: ମେ ପହିଲାରୁ ଧାନ ସଂଗ୍ରହ ନୋଟିସ

ଚାଷୀଙ୍କ ବଳକା ଧାନ ବିକ୍ରି ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ l ଏଥିପାଇଁ କରନ୍ତୁ ଆବେଦନ....!

Tanushree Mahapatra
Tanushree Mahapatra
registration started for collecting rabi season rice, image source -pixeles

registration started for collecting rabi season rice, image source -pixeles

ବିଭିନ୍ନ ଋତୁ ଅନୁଯାୟୀ ଧାନ ଚାଷ ସଂଗ୍ରହ କରିଥାନ୍ତି ସରକାର l ରେଜିଷ୍ଟ୍ରେସନ ପ୍ରକ୍ରିୟା ସୁବିଧା ଯୋଗାଇଥାନ୍ତି ସରକାର ଯାହା ଦ୍ୱାରା ଚାଷୀ ନିଜ ଅମଳ ଧାନ ସୁବିଧାରେ ସରକାରଙ୍କୁ ପ୍ରଦାନ କରି ପାରିବେ l ସଠିକ ମୂଲ୍ୟ ମଧ୍ୟ ପାଇଥାନ୍ତି ଚାଷୀ l

ସେହି ପ୍ରକ୍ରିୟାରେ ଓଡ଼ିଶା ରାଜ୍ୟ ସରକାର ପୁଣି ଥରେ ରବି ଋତୁ ଧାନ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି l ଯେଉଁଥିପାଇଁ ଚାଷୀଙ୍କୁ ୨ ମାସ ପର୍ଯ୍ୟନ୍ତ ସମୟ ପ୍ରଦାନ କରାଯାଇଛି l ଚାଷୀ ନିଜ ଧାନ ଅମଳ କରି ସରକାରଙ୍କ ଏହି ପ୍ରକ୍ରିୟାରେ ନିଜକୁ ସାମିଲ କରି ପାରିବେ l

ପୂର୍ବ ବର୍ଷ ପରି ଚଳିତ ଆର୍ଥିକ ବର୍ଷ ରବି ଋତୁ (୨୦୨୩-୨୪) ପାଇଁ ରାଜ୍ୟ ସରକାର ଚାଷୀଙ୍କଠାରୁ ସେମାନଙ୍କ ବଳକା ଧାନ କ୍ରୟ କରିବେ । ସେଥିପାଇଁ ଚାଷୀଭାଇମାନେ ସେମାନଙ୍କର ଅଧିକୃତ ପ୍ୟାକ୍ସ , ଲ୍ୟାମ୍ପସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ପାଣି ପଞ୍ଚାୟତରେ ଆଗୁଆ ପଞ୍ଜିକରଣ କରିବା ଆବଶ୍ୟକ । କିଛିଦିନ ପୂର୍ବେ ଓଡ଼ିଶା ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ କରିଛନ୍ତି l ଯାହାଦ୍ୱାରା ମହିଳାଙ୍କ ରୋଜଗାର ମଧ୍ୟ ହୋଇପାରିବ l ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଚାଷୀଙ୍କ ପାଇଁ ।

ଗତ ରବି ଋତୁରେ ପଞ୍ଜିକୃତ ହୋଇଥିବା ସମସ୍ତ ଚାଷୀମାନେ ନବୀକରଣ କରି ନୂତନ ଭାବେ ଚଳିତ ରବି ଋତୁ ପାଇଁ ପଞ୍ଜିକୃତ ହେବେ । ସେଥିପାଇଁ ନିଜ ନିଜର ସମିତିମାନଙ୍କରେ ଚଳିତ ମାସ ମାର୍ଚ୍ଚ ୧ ରୁ ୧୫ ତାରିଖ ମଧ୍ୟରେ ନବୀକରଣ ଫର୍ମ ଉପଲବ୍ଧ ହେବ । ଯାହାଦ୍ୱାରା ସେମାନେ ଏହି କାର୍ଯ୍ୟ ସମାପନ କରିପାରିବେ l ଯେଉଁ ଚାଷୀମାନେ ଗତ ରବି ଋତୁରେ ପଞ୍ଜିକରଣ କରିନଥିବେ ସେହି ଚାଷୀ ନିଜ ନିଜର ସମିତିରୁ ଗୋଟିଏ ନୂତନ ପଞ୍ଜିକରଣ ଫର୍ମ ନେଇ ପୂରଣ କରି ପାରିବେ । ଏହା ବିଭାଗୀୟ ୱେବସାଇଟ www.foododisha.in ରେ ମଧ୍ୟ ଉପଲବ୍ଧ ରହିଛି । ନୂଆ ଫର୍ମରେ ସମସ୍ତ ବ୍ୟକ୍ତିଗତ ତଥ୍ୟ ସହ ଜଳସେଚିତ ଜମି ସଂକ୍ରାନ୍ତୀୟ ଖାତା ଓ ପ୍ଲଟର ସମସ୍ତ ବିବରଣୀ ଦେବାକୁ ପଡ଼ିବ । ଏପ୍ରିଲ ପହିଲାରୁ ଜୁନ୍ ୩୦ ମଧ୍ୟରେ ରବି ଧାନ ସଂଗ୍ରହ ହେବ ବୋଲି କୁହାଯାଇଛି ।

ପଞ୍ଜିକରଣ ପାଇଁ ନିଜ ନିଜ ସମିତି ସହ ଯୋଗାଯୋଗ କରିବାକୁ ସମସ୍ତ ଚାଷୀଙ୍କୁ ଅନୁରୋଧ କରିଛନ୍ତି ସରକାର । ନଚେତ ଏହି ସୁବିଧାରୁ ସେମାନେ ବଞ୍ଚିତ ହେବେ l ଚାଷୀମାନେ ପଞ୍ଜିକରଣ କିମ୍ବା ନବୀକରଣ ଫର୍ମ ପୂରଣ କରି ସମିତି କାର୍ଯ୍ୟାଳୟରେ ମାର୍ଚ୍ଚ ପହିଲାରୁ ୨୦ ତାରିଖ ପର୍ଯ୍ୟନ୍ତ ଏହା ଦାଖଲ କରିବେ । ତେବେ ସମିତି କର୍ମକର୍ତ୍ତାମାନେ ନବୀକରଣ ଫର୍ମ ପ୍ରିଣ୍ଟ କରି ପୂର୍ବରୁ ପଞ୍ଜିକୃତ ହୋଇଥିବା ଚାଷୀଙ୍କୁ ପ୍ରଦାନ କରିବେ । ଉଭୟ ନବୀକରଣ ଫର୍ମ ଓ ପଞ୍ଜିକରଣ ଫର୍ମରେ ଥିବା ତଥ୍ୟକୁ ମାର୍ଚ୍ଚ ୧ ତାରିଖରୁ ୨୭ ତାରିଖ ମଧ୍ୟରେ ତାଙ୍କ ଲଗିନରେ ଡିଜିଟାଇଜ୍ କରିବେ ବୋଲି କୁହାଯାଇଛି । ସେହିପରି ଡିଜିଟାଇଜେସନ କାର୍ଯ୍ୟ ନିର୍ଭୁଲ ହେବା ଆବଶ୍ୟକ । ଏହା ଉପରେ ଅଧିକ ଗୁରୁତ୍ତ୍ଵ ଦେବେ କର୍ମଚାରୀ l ଏପ୍ରିଲ ମାସ ୩୦ ତାରିଖ ମଧ୍ୟରେ ନିର୍ଭୁଲ ଚାଷୀ ତାଲିକା ପ୍ରସ୍ତୁତ ହେବ । ଏନେଇ ଯଦି କୌଣସି ଅଭିଯୋଗ ଥିଲେ ଦେୟମୁକ୍ତ ହେଲପ୍ ଲାଇନ ନମ୍ବର ୧୯୬୭ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments