1. କୃଷି ବିଶ୍ବକୋଷ

୧.୦୮ ଲକ୍ଷ କୋଟିର ସାର ସବ୍‌ସିଡି ମଞ୍ଜୁର

ଆମ ଦେଶର ଆର୍ଥିକ ସ୍ଥିତି କୃଷିକୁ ନେଇ ମଜବୁତ l ଚାଷ ପାଇଁ କେନ୍ଦ୍ର ସରକାର ଅନେକ ସୁବିଧା ସହିତ ଅନେକ ଯୋଜନା ପ୍ରଣୟନ କରିଛନ୍ତି ଯାହା ଚାଷୀଙ୍କୁ ଚାଷ କାର୍ଯ୍ୟ କରିବା ନେଇ ସାହସ ଯୋଗାଉଛି l

Tanushree Mahapatra
Tanushree Mahapatra
Rs 1.08 lakh crore fertilizer subsidy sanctioned , image source - @Horticultureod1

Rs 1.08 lakh crore fertilizer subsidy sanctioned , image source - @Horticultureod1

ଆମ ଦେଶର ଆର୍ଥିକ ସ୍ଥିତି କୃଷିକୁ ନେଇ ମଜବୁତ l ଚାଷ ପାଇଁ କେନ୍ଦ୍ର ସରକାର ଅନେକ ସୁବିଧା ସହିତ ଅନେକ ଯୋଜନା ପ୍ରଣୟନ କରିଛନ୍ତି ଯାହା ଚାଷୀଙ୍କୁ ଚାଷ କାର୍ଯ୍ୟ କରିବା ନେଇ ସାହସ ଯୋଗାଉଛି l ବିହନ ଠାରୁ ଆରଂଭ କରି ଅନ୍ୟାନ୍ୟ ସ୍କିମ ଯୋଗାଉଛନ୍ତି ସରକାର ଯାହା ଚାଷୀଙ୍କୁ ଚାଷ କ୍ଷେତ୍ରରେ ଆତ୍ମନିଭରଶୀଳ କରିବାରେ ସାହାଯ୍ୟ କରୁଛି l ଯାହା ଚାଷୀଙ୍କୁ ରୋଜଗାର ଦେଉଛି l

ତେବେ ଚାଷୀରା ଚାଷ କାମ ପାଇଁ ସାର ହେଉଛି ମୁଖ୍ୟ ଯାହାକୁ ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି ଗତକାଲି l ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସାର ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଥିବା ଜଣାପଡିଛି । ତେବେ କିଛିଦିନ ପୂର୍ବରୁ ସାର ବିଭାଗ ପକ୍ଷରୁ ବିଭିନ୍ନ ପୋଷକ ତତ୍ତ୍ୱ ନାଇଟ୍ରୋଜେନ, ଫସଫରସ, ପଟାସ ଏବଂ ସଲଫର ପାଇଁ ଆଧାରିତ ସବ୍‌ସିଡି ଦରରେ ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଥିଲା କେନ୍ଦ୍ର ସରକାରଙ୍କ ନିକଟରେ । କେନ୍ଦ୍ର ଏହି ପ୍ରସ୍ତାବକୁ ଆଧାର କରି ଫସ୍‌ଫେଟ୍‌ ଓ ପଟାସ୍‌ ସାର ଉପରେ ରବି ଋତୁ ୨୦୨୨-୨୩ ପାଇଁ ସବସିଡି ଦରରେ ସଂଶୋଧନ କରାଯାଇଥିବାବେଳେ ଏବଂ ଖରିଫ ଋତୁ ୨୦୨୩ ପାଇଁ ସବସିଡି ଦର ନିର୍ଦ୍ଧାରଣ କରାଯାଇଛି ।

ତେବେ ଚାଷୀଙ୍କ ପାଇଁ ଖୁସି ଖବର ଖରିଫ ଋତୁ ଲାଗି କେନ୍ଦ୍ର ସରକାର ୧.୦୮ ଲକ୍ଷ କୋଟି ଟଙ୍କାର ସାର ସବ୍‌ସିଡିକୁ ମଞ୍ଜୁରି କରିଛନ୍ତି । ସେହିପରି ସେଥିରୁ ୭୦ ହଜାର କୋଟି ଟଙ୍କା ୟୁରିଆ ପାଇଁ ମଂଜୁର ହୋଇଥିବାବେଳେ ଓ ୩୮ ହଜାର କୋଟି ଟଙ୍କାର ସବ୍‌ସିଡି ଡିଏପି ପାଇଁ ଦିଆଯାଇଛି ବୋଲି ସାର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ନିଜେ ମତ ଦେଇ କହିଛନ୍ତି । କେନ୍ଦ୍ରର ନିଷ୍ପତି ଅନୁଯାୟୀ ୨୦୨୩ ଏପ୍ରିଲ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ନୂଆ ସବ୍‌ସିଡି ହାର ଜାରି ରହିବ । ଏହି ସବ୍‌ସିଡି ଦ୍ବାରା ଦେଶରେ ପାଖାପାଖି ୧୨ କୋଟି ଚାଷୀ ଉପକୃତ ହେବେ ।

ବେଳେବେଳେ ସାର ଦରକୁ ନେଇ ଚିନ୍ତାରେ ଚାଷୀ ରହିଥାନ୍ତି l ସାର ଦର ଅଧିକ ଥିବା ଯୋଗୁଁ ବେଳେବେଳେ ଚାଷୀ ନିଅଣ୍ଟିଆ ସାର ବ୍ୟବହାର କରିଥାଏ ନିଜ ଚାଷ ଜମିରେ l ଏ ନେଇ ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏ ଭଳି ପଦକ୍ଷେପ ନେଇଛି l  ସାର ମୂଲ୍ୟରେ ଯେଭଳି କୌଣସି ବୃଦ୍ଧି ନହୁଏ ତାହାକୁ ନିଶ୍ଚିତ କରିବା ଲାଗି ସରକାର ଏ ଭଳି ସବ୍‌ସିଡି ପ୍ରଦାନ କରୁଛନ୍ତି ।

କେନ୍ଦ୍ରର ନିଷ୍ପତି ଅନୁଯାୟୀ ରବି ଋତୁ ୨୦୨୨-୨୩ ପାଇଁ ସଂଶୋଧିତ କରିଥିବା ଏନବିଏସ ଦର ୧ ଜାନୁଆରୀ ୨୦୨୩ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପିଛିଲା ଭାବେ ଲାଗୁ କରାଯିବ ଚାଷୀଙ୍କ ପାଇଁ  । ସେହିପରି ଖରିଫ ଋତୁ ୨୦୨୩ ପାଇଁ ନିର୍ଦ୍ଧାରଣ କରାଯାଇଥିବା ଏନବିଏସ ଦର ଏପ୍ରିଲ ୧ ତାରିଖ ଠାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ସୂଚନା ଦେଇଛି  । ଚାଷୀଙ୍କୁ ସବସିଡି ଦରରେ ୨୫ଟି ଗ୍ରେଡ୍‌ ଫସଫେଟ ଏବଂ ପଟାସ ସାର ମିଳିବ ବୋଲି ସରକାର ଘୋଷଣା କରିଛନ୍ତି ଗତକାଲି  ।

ସବୁଠାରୁ ବଡ କଥା ହେଲା କ୍ୟାବିନେଟଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଚାଷୀଙ୍କୁ ଦୁଇଟି ଲାଭ ମିଳିବ। ପ୍ରଥମତଃ ଖରିଫ ଋତୁରେ ଚାଷୀଙ୍କ ପାଇଁ ସବସିଡିଯୁକ୍ତ, ଶସ୍ତା ଏବଂ ଯୁକ୍ତିସଂଗତ ଦରରେ ଡିଏପି ଏବଂ ଅନ୍ୟ ପିଏଣ୍ଡକେ ସାର ମିଳିପାରିବ ଯାହା ଚାଷୀଙ୍କୁ ଲାଭ ଦେବ । ଦ୍ୱିତୀୟତଃ ଏହା ପିଏଣ୍ଡକେ ସାର ଉପରେ ସବସିଡିକୁ ଯୁକ୍ତିସଙ୍ଗତ ମଧ୍ୟ  କରିବ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments