1. କୃଷି ବିଶ୍ବକୋଷ

ବୈଜ୍ଞାନିକମାନେ ବିକଶିତ କରିଲେ ବିଷ୍ନୁଭୋଗ ଧାନର ନୂଆ କିସମ !!

ଧାନର ବିଭିନ୍ନ ପ୍ରକାରର କିସମ ସବୁ ରହିଛି l ସେଥି ମଧ୍ୟରୁ ବିଷ୍ନୁଭୋଗ ଧାନର ଗଣନା ସୁଗନ୍ଧିତ କିସମ ମାନଙ୍କରେ କରାଯାଏ l ଏହି କିସମର ଗଛର ଉଚ୍ଚତା ପ୍ରାୟ ୧୭୫ ସେଣ୍ଟିମିଟର ହୋଇଥାଏ l ଏହି କାରଣରୁ ଜୋରରେ ପବନ ବହିଲେ ଠିଆ ହୋଇଥିବା ଗଛଗୁଡିକ ମୋଡ଼ି ହୋଇ ଭାଙ୍ଗି ଯାଅlନ୍ତି l

Sugyan Kumar Nayak
Sugyan Kumar Nayak
Paddy

Paddy

ଧାନର ବିଭିନ୍ନ ପ୍ରକାରର କିସମ ସବୁ ରହିଛି l ସେଥି ମଧ୍ୟରୁ ବିଷ୍ନୁଭୋଗ ଧାନର ଗଣନା ସୁଗନ୍ଧିତ କିସମ ମାନଙ୍କରେ କରାଯାଏ l ଏହି କିସମର ଗଛର ଉଚ୍ଚତା ପ୍ରାୟ ୧୭୫ ସେଣ୍ଟିମିଟର ହୋଇଥାଏ l ଏହି କାରଣରୁ ଜୋରରେ  ପବନ ବହିଲେ ଠିଆ ହୋଇଥିବା ଗଛଗୁଡିକ ମୋଡ଼ି ହୋଇ ଭାଙ୍ଗି ଯାଅlନ୍ତି  l ଯାହାର ପ୍ରଭାବ ଫସଲ ଉପରେ ପଡ଼େ ଏବଂ କୃଷକକୁ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡ଼େ l ଏହି କାରଣରୁ କୃଷକମାନେ ବିଷ୍ନୁଭୋଗ କିସମର ଧାନ ଉତ୍ପାଦନ କରିବା ବନ୍ଦ କରିଦେଇଥିଲେ l କୃଷକମାନଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଇନ୍ଦିରାଗାନ୍ଧୀ କୃଷି ବିଶ୍ଵବିଦ୍ୟାଳୟର କୃଷି ବୈଜ୍ଞାନିକମାନେ ଏହାର ଏକ ଉନ୍ନତ କିସମ ପ୍ରସ୍ତୁତ କରିଛନ୍ତି l ତେବେ ଆସନ୍ତୁ ଜାଣିବା ଏହି ଉନ୍ନତ କିସମର ଧାନ ବିଷୟରେ l

ଛତିଶଗଡର ରାୟପୁର ଠାରେ ଅବସ୍ଥିତ ଇନ୍ଦିରା ଗାନ୍ଧୀ ବିଶ୍ୱ ବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଧାନର ଏକ ନୂଆ କିସମ ବାହାର କରିଛନ୍ତି l  ଯାହାର ଉଚ୍ଚତା ପୁରୁଣା ଧାନର ଉଚ୍ଚତାର ଏକ ତୃତୀୟାଂଶ ଅଟେ l ଏହି କାରଣରୁ କୃଷକମାନେ ଏହି ନୂଆ କିସମର ଧାନ ଉତ୍ପାଦନ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି  l ଏହି ଧାନର ପ୍ରଥମ କିସମର ଉଚ୍ଚତା ୧୭୫ ସେଣ୍ଟିମିଟର ଥିବାବେଳେ ଏହାର ନୂଆ କିସମର ଉଚ୍ଚତା ପ୍ରାୟ ୧୧୦ ରୁ ୧୧୫ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇଥାଏ l ଯାହାର କି ପବନରେ ଭାଙ୍ଗିଯିବାର ସମ୍ଭାବନା  ବହୁତ କମ ରହିଥାଏ l ଇନ୍ଦିରା ଗାନ୍ଧୀ କୃଷି  ବିଶ୍ୱବିଦ୍ୟଳୟର କୁଳପତି ଡା.ଏସ.କେ. ପାଟିଲଙ୍କ କହିବା ଅନୁସାରେ ଧାନ ଉତ୍ପାଦନକୁ ବଢାଇବ ପାଇଁ ପୁରୁଣା ଧାନ କିସମର ଜୀନରେ ପରିବର୍ତ୍ତନ କରାଯାଇ ନୂଆ ନୂଆ କିସମର ଧାନ ପ୍ରସ୍ତୁତ କରାଯାଉଛି l ଏହା ଦ୍ୱାରା କୃଷକମାନଙ୍କୁ ଧାନର ଉତ୍ପାଦନ ବଢ଼ିବାରେ ସାହାଯ୍ୟ ମିଳିପାରିବ l

ଧାନର ଏହି କିସମରୁ ଉତ୍ପାଦନ ପ୍ରାୟ ଦୁଇ ଗୁଣ ପର୍ଯ୍ୟନ୍ତ ବଢାଯାଇ ପାରିବ l ଏହି ଧାନର ପ୍ରଥମ କିସମରୁ ବହୁ କଷ୍ଟରେ ପ୍ରତି ହେକ୍ଟର ୨୦ କୁଇଣ୍ଟାଲ ଧାନ ଉତ୍ପାଦନ ହୋଇପାରୁଥିବା ବେଳେ ଏହାର  ନୂଆ କିସମରୁ ୪୦ ରୁ ୪୫ କୁଇଣ୍ଟାଲ ଉତ୍ପାଦନ ପ୍ରତି ହେକ୍ଟର କରାଯାଇ ପାରୁଛି l ବିଶ୍ୱବିଦ୍ୟାଳୟ ତରଫରୁ ରାଜ୍ୟର ରାୟପୁର  ଓ ଢାଂତରି କ୍ଷେତ୍ରର କୃଷକମାନଙ୍କୁ ଏହି ନୂଆ କିସମର ବିଷ୍ନୁଭୋଗ ଧାନ ଯୋଗାଇ ଦିଆଯାଇଛି l ବୈଜ୍ଞାନିକମାନଙ୍କ କହିବା ହିସାବରେ ଅନ୍ୟାନ୍ୟ  ରାଜ୍ୟର କୃଷକମାନଙ୍କୁ ମଧ୍ୟ ଏହି ଧାନ ଅତି ଶୀଘ୍ର ଯୋଗାଇଦିଆଯିବ l ସାଧାରଣତଃ ଧାନର ନୂଆ ପ୍ରଜାତିକୁ ବିକଶିତ କରିବା ପାଇଁ ୧୦ ରୁ ୧୨ ବର୍ଷ ସମୟ ଲାଗିଥାଏ, କିନ୍ତୁ ଏହି ପ୍ରଜାତିକୁ ବିକଶିତ କରିବା ପାଇଁ ମାତ୍ର ୫ ବର୍ଷ ସମୟ ଲାଗିଛି  l ସେଠାରେ ଏହା ଛଡା ଧାନର ଅନ୍ୟ ତିନିଗୋଟି ପ୍ରଜାତିକୁ ମଧ୍ୟ ବିକଶିତ କରାଯାଇଛି ଯେଉଁଥିରୁ ଅଧିକ ଉତ୍ପାଦନ ମିଳିପାରିବ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments