1. କୃଷି ବିଶ୍ବକୋଷ

ଯନ୍ତ୍ରଦ୍ୱାରା ବୁଣା ଧାନ ଚାଷ

Sudesna Nayak
Sudesna Nayak
seed drills in agriculture

seed drills in agriculture

ଧାନଚାଷ ମୁଖ୍ୟତଃ ଦୁଇଟି ପ୍ରଣାଳୀରେ ହୋଇଥାଏ, ବୁଣାଧାନ ଓ ରୁଆଧାନ କଥାରେ ଅଛି ‘ରୁଆଧାନ ଥୁଆ" କିନ୍ତୁ ବୁଣାଧାନ ମଧ୍ୟ ଏକ ଉନ୍ନତ ପଦ୍ଧତି ଅଟେ ଯାହାର ଅମଳ ମଧ୍ୟ ରୁଆଧାନ ଭଳି । ବୁଣାଧାନ ସାଧାରଣତଃ ଶୁଖୁଲା ଜମିରେ (ଖରୁଡ଼ି ବୁଣା ଅଛରାବୁଣା) କିମ୍ବା ବର୍ଷା ହେଲେ ମାଟିରେ ବତର ଥାଇ ବତୁରି ବୁଣା କରାଯାଏ ।

ଯନ୍ତ୍ରଦ୍ୱାରା ଧାନ ବୁଣା କ'ଣ ?

ବୁଣାଧାନ ଚାଷରେ ବିହନକୁ ଛାଟି ବୁଣି ଚାଷ କରି ମଇ ଦିଆଯାଏ । ଏହି ପଦ୍ଧତିରେ ଅଧିକ ବିହନର ଆବଶ୍ୟକ ହୋଇଥାଏ ଏବଂ ଧାଡ଼ିରେ ବୁଣା ସମ୍ଭବ ହୋଇନଥାଏ । ଯନ୍ତ୍ର ସାହାଯ୍ୟରେ ଧାନବୁଣା ଏକ ଉନ୍ନତି ପଦ୍ଧତି ଅଟେ । ଭଲ ଭାବରେ ହଳ ହେଇ ସମତୁଳ ଜମିରେ ସିଡ଼ ଡ୍ରିଲ ବା ବୁଣାଯନ୍ତ୍ର ସାହାଯ୍ୟରେ ଧାନବୁଣାଯାଏ । ଏହି ପଦ୍ଧତିରେ କମ୍ ବିହନ ଆବଶ୍ୟକ ।

ଛଟା ବୁଣାର କି କି ସମସ୍ୟା ?

ନିମ୍ନ ପ୍ରଦତ୍ତ ସମସ୍ୟା ଛଟା ବୁଣାରେ ଦେଖାଯାଇଥାଏ ଯାହାକି ଯନ୍ତ୍ରଦ୍ୱାରା ବୁଣା ହେଲେ ଦୂର ହୋଇଥାଏ ।

  1. ଜମିରେ ସବୁ ସ୍ଥାନରେ ସମାନ ଭାବରେ ବିହନ ପଡେ ନାହିଁ ।
  2. ବୁଦା ସଂଖ୍ୟା ସମାନ ନଥାଏ ।
  3. ଏକର ପ୍ରତି ଅଧିକ ବିହନ ଲାଗିଥାଏ ।
  4. ମଞ୍ଜି ସମାନ ଗଭୀରରେ ପଡ଼ିନଥାଏ ।
  5. ଅନାବନା ଘାସର ପରିମାଣ ଅଧିକ ଥାଏ ।
  6. ଧାଡି ବୁଣା ହୋଇନଥିବାରୁ ଘାସ ବଛାବଛି, ସାର ପ୍ରୟୋଗ, ବିଷ ପ୍ରୟୋଗ ସୁବିଧାରେ ହୋଇନଥାଏ । ରୋଗପୋକର ସମସ୍ୟା ଅଧିକ ଥାଏ ।

ଧାନଶୁଣ ଯନ୍ତ୍ର ବ୍ୟବହାର କଲେ ଉପରୋକ୍ତ ସମସ୍ୟାର ସମାଧାନ ହେବା ସଂଗେ ସଂଗେ ଏହି ଯନ୍ତ୍ରଦ୍ୱାରା ମଞ୍ଜି ସହିତ ସାର ବି ପ୍ରୟୋଗ ହୋଇପାରିବ ।

ଉପଯୁକ୍ତ ମାଟି

ଏହି ପ୍ରଣାଳୀରେ ଚାଷ ପାଇଁ ବାଲିଆ ଦୋରସା ଠାରୁ ମଟାଳ ପର୍ଯ୍ୟନ୍ତ ସମସ୍ତ ପ୍ରକାର ମାଟି ଉପଯୁକ୍ତ ।

ଯନ୍ତ୍ର ବିଷୟରେ ଜାଣିବା

ଏହି ବୁଣାଯନ୍ତ୍ରଟି ଟ୍ରାକ୍ଟର ଦ୍ବାରା ଟଣାଯାଏ । ଏକା ଥରକେ ଏହା ୧୧ ଧାଡ଼ିରେ ମଞ୍ଜିବୁଣିପାରେ । ବିହନ ଏବଂ ସାର ରଖିବା ପାଇଁ ଅଲଗା ଅଲଗା ବାକ୍ସ ଅଛି । ମଞ୍ଜି ପକାଇବା ପ୍ରଣାଳୀ ଅନୁଯାୟୀ ଏହା ବିଭିନ୍ନ ପ୍ରକାରର ଯଥା, ଫ୍ଲୁଟେଡ୍ ରୋଲର, ଇନକ୍ସାଇନଡ଼ ପ୍ଲେଟ ଏବଂ ଗ୍ରୁଭ ରୋଲର । ଆବଶ୍ୟକ ମୁତାବକ ଧାଡ଼ିକୁ ଧାଡ଼ି ଦୂରତା ଓ ମଞ୍ଜି ଗଭୀରତା ପରିବର୍ତ୍ତନ କରିବାର ସୁବିଧା ମଧ୍ଯ ଅଛି ।

ବିହନ ବୁଣିବା ପଦ୍ଧତି

ମେ' ମାସ ୨୦ ତାରିଖରୁ ଜୁନ ୧୫ ଯାଏ ବୁଣିବା ପାଇଁ ଉପଯୁକ୍ତ ସମୟ । ଫ୍ଲୁଟେଡ୍ ରୋଲର ବୁଣାଯନ୍ତ୍ର ବ୍ୟବହାର କଲେ ହେକ୍ଟର ପ୍ରତି ୩୦-୪୫ କି.ଗ୍ରା. ବିହିନ ଆବଶ୍ୟକ ହୋଇଥାଏ । ଇନକ୍ସାଇନଡ଼ ପ୍ଲେଟ ଯନ୍ତ୍ର ବ୍ୟବହାର କଲେ ତା'ଠୁ କମ୍ ବିହନର ଆବ୍ୟକତା ହୋଇଥାଏ । ଧାନବୁଣା ସମୟରେ ମାଟିରେ ମଞ୍ଜିର ଗଭୀରତା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ । ଯନ୍ତ୍ରରେ ଥିବା ଗଭୀରତା ପରିବର୍ତ୍ତନ କରିବା ଚଳକୁ ଏମିତି ରଖିବା ଯେପରିକି ବିହନ ୧-୨ ସେ.ମି. ଗଭୀରରେ ପଡ଼ିବ । ଅତି ଗଭୀରରେ ପଡ଼ିଲେ ଗଜା ହେବାରେ ବାଧାପ୍ରାପ୍ତ ହୁଏ । ମାଟିର ପ୍ରକାର ଏବଂ ଧାନ କିସମ ଅନୁସାରେ ଧାଡ଼ିକୁ ଧାଡ଼ି ଦୂରତା ରଖାଯାଏ । ବାଲିଆ ଦୋରସା ମାଟିରେ ବୁଣିବା ବ୍ୟବଧାନ ୨୦ ସେ.ମି. ଏବଂ ମଟାଳ ମାଟି ପାଇଁ ୨୫ ସେ.ମି. ଉପଯୁକ୍ତ ଅଟେ ।

ଖାଦ୍ୟସାର ପରିଚାଳନା

ସାଗର ପରିମାଣ ଧାନର କିସମ, ମାଟି ପରୀକ୍ଷା ରିପୋର୍ଟ ଅନୁସାରେ କରାଯାଏ । ଯଦି ମାଟି ପରୀକ୍ଷା ହୋଇନାହିଁ ତେବେ ମଧ୍ଯମ ଅବଧି ଧାନ କିସମ ପାଇଁ ହେକ୍ଟର ପିଛା ୮୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ, ୪୦ କି.ଗ୍ରା. ପଟାସ୍‌ର ଆବଶ୍ୟକତା ହୋଇଥାଏ । ସମସ୍ତ ଫସ୍‌ଫରସ୍, ୫୦ ପ୍ରତିଶତ ପଟାସ୍ ଏବଂ ୪୦ ପ୍ରତିଶତ ଯବକ୍ଷାରଯାନ ଧାନବୁଣା ସମୟରେ ଏହି ଯନ୍ତ୍ର ସାହାଯ୍ୟର ପ୍ରୟୋଗ କରିବା ଆବଶ୍ୟକ । ଏହାର ୩ ସପ୍ତାହ ପରେ ୩୦ ପ୍ରତିଶତ ଯବକ୍ଷାରଜାନ ଏବଂ ଥୋଡ଼ ସାର ହିସାବରେ ଗର୍ଭ ସଞ୍ଚାର ଅବସ୍ଥାରେ (ଫୁଲ ଝାଡ଼ିବାର ୨୦ଦିନ ପୂର୍ବରୁ) ଅବଶିଷ୍ଟ ୩୦ ପ୍ରତିଶତ ଯବକ୍ଷାରଜାନ ଏବଂ ୫୦ ପ୍ରତିଶତ ପଟାସ୍ ପ୍ରୟୋଗ କରନ୍ତୁ ।

ଅନାବନା ଘାସର ନିୟନ୍ତ୍ରଣ

ଫସଲର ଆରମ୍ଭରୁ ଘାସ ଥିଲେ ଅମଳ ହ୍ରାସ ହୋଇଥାଏ । ତେଣୁ ଅନାବନା ଘାସର ନିୟନ୍ତ୍ରଣ ପାଇଁ ବିଷର ପ୍ରୟୋଗ
ଆବଶ୍ୟକ ।

                                                                            ଡ.ଅରୋବିନ୍ଦ ଦାସ (ବୈଜ୍ଞାନିକ)
                                                                           କୃଷି ବିଜ୍ଞାନ କେନ୍ଦ, ଭଦ୍ରକ, ଓଡ଼ିଶା

କୃଷକଙ୍କ କାର୍ଯ୍ୟ ହେଲା ସହଜ,ଚାଷ ପାଇଁ ଉତ୍କୃଷ୍ଟ ସ୍ୱରାଜ ଟ୍ରାକ୍ଟର

ଛତିଶଗଡ଼ରେ କୃଷି ଉପକରଣ ପ୍ରଦର୍ଶନୀ ଆୟୋଜିତ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

#Top on Krishi Jagran

Latest feeds

More News