1. କୃଷି ବିଶ୍ବକୋଷ

ଢିପ ଜମିର ଧାନ ଫସଲ

ସାଧାରଣତଃ ଆମ ରାଜ୍ୟରେ ଚାଷୀମାନେ ୩ କିସମ ଜମିରେ ଧାନ ଚାଷ କରିଥାନ୍ତି । ଯଥା-ଢିପ ଜମି, ମଝାଳିଆ ଜମି ଓ ଖାଲ ଜମି । ଅତି ଢିପ କିମ୍ବା ଗଡ଼ାଣିଆ ଜମିରେ ଧାନଚାଷ ଲାଭଜନକ ହୁଏ ନାହିଁ । ତେଣୁ ସେସବୁ ଜମିରେ ଚିନାବାଦମ, ମାଣ୍ଡିଆ, ମକା, ହରଡ଼, ବରଗୁଡ଼ି ପ୍ରଭୃତି ଫସଲ ଚାଷ କରିବା ଉଚିତ୍ । ଢିପ ଜମିରେ ୭୦ ରୁ ୮୦ ଦିନ ଭିତରେ ଅମଳ ହେଉଥିବା ବିଆଳି ଧାନ ଚାଷ କରାଯାଏ । ବାଲେଶ୍ଵର, କଟକ, ପୁରୀ ଓ ଗଞ୍ଜାମ ପ୍ରଭୃତି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ୧୦୦ ଦିନ ଭିତରେ ପାଚୁଥିବା ଧାନ ମଧ୍ୟ ଚାଷ କରାଯାଇପାରିବ । ଆଜି ଆମେ ଢିପ ଜମିରେ ଉନ୍ନତ ପ୍ରଣାଳୀରେ ଧାନଚାଷ କରିବା ବିଷୟରେ ଆଲୋଚନା କରିବା ।

Sugyan Kumar Nayak
Sugyan Kumar Nayak
Shallow land Paddy Cultivation

Shallow land Paddy Cultivation

ସାଧାରଣତଃ ଆମ ରାଜ୍ୟରେ ଚାଷୀମାନେ ୩ କିସମ ଜମିରେ ଧାନ ଚାଷ କରିଥାନ୍ତି । ଯଥା-ଢିପ ଜମି, ମଝାଳିଆ ଜମି ଓ ଖାଲ ଜମି । ଅତି ଢିପ କିମ୍ବା ଗଡ଼ାଣିଆ ଜମିରେ ଧାନଚାଷ ଲାଭଜନକ ହୁଏ ନାହିଁ । ତେଣୁ ସେସବୁ ଜମିରେ ଚିନାବାଦମ, ମାଣ୍ଡିଆ, ମକା, ହରଡ଼, ବରଗୁଡ଼ି ପ୍ରଭୃତି ଫସଲ ଚାଷ କରିବା ଉଚିତ୍ । ଢିପ ଜମିରେ ୭୦ ରୁ ୮୦ ଦିନ ଭିତରେ ଅମଳ ହେଉଥିବା ବିଆଳି ଧାନ ଚାଷ କରାଯାଏ । ବାଲେଶ୍ଵର, କଟକ, ପୁରୀ ଓ ଗଞ୍ଜାମ ପ୍ରଭୃତି ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ୧୦୦ ଦିନ ଭିତରେ ପାଚୁଥିବା ଧାନ ମଧ୍ୟ ଚାଷ କରାଯାଇପାରିବ । ଆଜି ଆମେ ଢିପ ଜମିରେ ଉନ୍ନତ ପ୍ରଣାଳୀରେ ଧାନଚାଷ କରିବା ବିଷୟରେ ଆଲୋଚନା କରିବା ।

ଢିପ ଜମିକୁ ମାଇ ବା ବିଆଳି ଜମି କୁହାଯାଏ । ଏହିସବୁ ଜମିକୁ ପହିଲି ବର୍ଷାପରେ ଲୁହା ଲଙ୍ଗଳରେ ଥରେ ବା ଦୁଇଥର ଚାଷ କରିଦେଲେ ମାଟି ଖରା ପାଇଯାଏ ଓ ଅନାବନା ଗଛ ମରିଯାଏ । ମାଟି ଖରାଖାଇ ଶୁଖିଗଲେ । ପରବର୍ତ୍ତୀ ଫସଲରେ ଘାସ କମ୍ ହୁଏ, ରୋଗ କମ୍ ହୁଏ, ପୋକ କମ୍ ହୁଏ, ଏବଂ ପରବର୍ତ୍ତୀ ଫସଲକୁ ଅଧିକ ଖାଦ୍ୟସାର ମିଳେ । ଏହା ବାଦ୍ ପ୍ରତି ଅସରା ବର୍ଷାର କିଛିଦିନ ପରେ ବିଲରେ ଅବା ଅନାବନା ଘାସର ମଞ୍ଜି ଗଜା ହୋଇ ଉପରକୁ ଉଠି ଆସିବା ପରେ ହଳ କରି ସେସବୁ ଘାସକୁ ନଷ୍ଟ କରିଦେବା ଉଚିତ୍ । ଜମି ପ୍ରସ୍ତୁତି ସମୟରେ ଏକର ପ୍ରତି ୪-୫ ଗାଡ଼ି ସଢା ଖତ କିମ୍ବା କମ୍ପୋଷ୍ଟ ପ୍ରୟୋଗ କରିବା ଉଚିତ୍ ।

ଆମ ରାଜ୍ୟର ଚାଷୀମାନେ ଢିପ ଜମିରେ ଛାଟିକରି ଧାନ ବୁଣିଥାନ୍ତି । ଏହାଦ୍ଵାରା ଅଧିକ ବିହନ ଖର୍ଚ୍ଚ ହୁଏ । ଉପରେ ପଡ଼ିଥିବା ବିହନକୁ ଚଢ଼େଇ ଖାଇଯାନ୍ତି । ଅତି ଗଭୀରରେ ପଡ଼ିଥିବା ବିହନ ଗଜା ହୁଏ ନାହିଁ । ସବୁ ବିହନରୁ ଏକାବେଳେ ଗଜା ବାହାରେ ନାହିଁ ଏବଂ ଜମିର ସବୁଆଡ଼େ ସମାନ ସଂଖ୍ୟକ ଗଛ ରହେ ନାହିଁ । ଏହି ସବୁ ଅସୁବିଧାରୁ ରକ୍ଷା ପାଇବା ପାଇଁ ଧାନକୁ ଧାଡ଼ିରେ ବୁଣିବା ଉଚିତ୍ । ଆଜିକାଲି ଅନେକ ପ୍ରକାରର ଧାଡ଼ିବୁଣା ଯନ୍ତ୍ର ବାହାରିଲାଣି । ଏହିସବୁ ଯନ୍ତ୍ର ସାହାଯ୍ୟରେ ଧାନ ବୁଣିଲେ ସମାନ ଦୂରତାରେ ଓ ସମାନ, ଗହୀରରେ ବିହନ ପଡ଼େ, ଫଳରେ ଏକ ସମୟରେ ସବୁ ବିହନରୁ ଗଛ ଉଠେ । ଧାଡ଼ିରେ ବୁଣାଯାଉଥିବାରୁ ଘାସ ବଛା, କୋଡ଼ାଖୁସା, ସାର ଦେବା ଓ କାଟିବା ସୁବିଧାଜନକ ହୁଏ। ଧାଡ଼ିବୁଣା ଯନ୍ତ୍ର ନ ମିଳିଲେ, ମାର୍କର ସାହାଯ୍ୟରେ ସିଆର କରି, ସିଆରରେ ବିହନ ପକାଇ ମଇ ଦ୍ଵାରା ଘୋଡ଼ାଇ ଦେବାକୁ ହେବ । ଯଦିଓ ଏହା ମଞ୍ଜି ବୁଣା ଯନ୍ତ୍ରପରି ସେତେ ସୁବିଧାଜନକ ନୁହେଁ, ତଥାପି ଧାଡ଼ିରେ ବିହନ ପଡୁଥିବାରୁ ପରବର୍ତ୍ତୀ ଚାଷ କାମ କରିବା ସୁବିଧାଜନକ ହୋଇଥାଏ।

ସାଧାରଣତଃ ଧାନ ବୁଣିଲା ବେଳେ ଧାଡ଼ି ଧାଡ଼ି ଭିତରେ ୧୫ ସେ.ମି. ବ୍ୟବଧାନ ରହିବା ଉଚିତ୍ ଏବଂ ବିହନ ୪ ରୁ ୬ ସେ.ମି.) ଗଭୀରତାରେ ପଡ଼ିବା ଉଚିତ୍ । ସରୁ ଓ ମୋଟା କିସମ ଭେଦରେ ଏକର ପ୍ରତି ୨୪ ରୁ ୩୨ କିଲୋଗ୍ରାମ୍ ବିହନ ଆବଶ୍ୟକ ହୁଏ । ବିହନ – ଜନିତ ରୋଗରୁ ଫସଲକୁ ରକ୍ଷା କରିବା ପାଇଁ  ବିହନ ବିଶୋଧନ କରି ବୁଣିବା ଉଚିତ୍ । ଏକ କିଲୋଗ୍ରାମ୍ ବିହନ ପାଇଁ ୨.୫ ଗ୍ରାମ୍ କାପଟାନ୍ କିମ୍ବା  ଥିରାମ୍ ଅଥବା ୧.୫ ଗ୍ରାମ୍ କାର୍ବେଣ୍ଡାଜିମ୍ ଆବଶ୍ୟକ ହେବ । ବିହନ ବିଶୋଧନ ବିଷୟ ପଞ୍ଚମ ପାଠରେ ବିସ୍ତୃତ ଭାବେ ଦିଆଯାଇଛି।

ଢିପ ଜମିରେ ଠିଆପାଣି ଗ୍ରହୁ ନଥିବାରୁ ଘାସ ସମସ୍ୟା ଅଧିକ ହୁଏ । ଘାସ, ଛୋଟ ଧାନ ଗଛ ସହିତ ସ୍ଥାନ, ଆଲୋକ, ଖାଦ୍ୟ ଓ ପାଣି ପାଇଁ ପ୍ରତିଯୋଗିତା କରେ । ଏଣୁ ଧାନ ବୁଣିବାର ୨ ସପ୍ତାହ ଭିତରେ ଢିପ ଜମିରୁ ଘାସ ବାଛି ଦେବା ଆବଶ୍ୟକ । ଘାସ ବଛା ଯନ୍ତ୍ର ବ୍ୟବହାର କରି ଧାଡ଼ି ବୁଣା ଧାନରୁ ଅଳ୍ପ ଖର୍ଚ୍ଚରେ ଘାସ ନିୟନ୍ତ୍ରଣ କରିହେବ । ଖରା ପାଗରେ ବିଦା ଦେଇ ଛଟାବୁଣା କିଆରୀରୁ ଘାସକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇପାରିବ । ଏକର ପ୍ରତି ୮୦ ମିଲିଲିଟର ସାଟର୍ଣ୍ଣ, ମାଟିଟ, ହିଲ୍ଟାସ୍କୋର କିମ୍ବା ଧନୁରେକ୍ଟର ଅଥବା ୧୩୨୦ ମି.ଲି. ଷ୍ଟମ୍ପକୁ ୪୦୦ ଲିଟର ପାଣି ସହିତ ମିଶାଇ ଧାନ ବୁଣିବାର ଦିନକ ପରେ ଜମି ଉପରେ ଛିଞ୍ଚି କିଆରୀରୁ ଘାସଲଟା ନିୟନ୍ତ୍ରଣ କରିହେବ । ଧାନ ବୁଣିବା ବେଳେ ଜମିରେ ପାଗ ନ ଥିଲେ ବର୍ଷା ହେବାର ଦିନକ ପରେ ଲଟାମାରୀ ପ୍ରୟୋଗ କରିବା ଉଚିତ୍ ।

 ଢିପ ଜମିରେ ପାଣି ଜମା ହୋଇ ରହେନାହିଁ । ଯଦି ଏକାଦିକ୍ରମେ ୫-୬ ଦିନ ବର୍ଷା ନ ହୁଏ, ତେବେ ଏସବୁ ବିଲରେ ଫସଲକୁ ପାଣିର ଅଭାବ ପଡ଼େ । ବିଲରେ ଖତ ଦେଲେ ମାଟିର ଜଳଧାରଣ ଶକ୍ତି ବଢ଼େ । ଧାନ ଫୁଲ ଧରିବା ସମୟରେ ବର୍ଷା ନ ହେଲେ, ସୁବିଧା ଥିଲେ ଏହି ସମୟରେ ପାଣି ମଡ଼ାଇବା ଆବଶ୍ୟକ ।

ଢିପଜମି ଧାନକୁ କାଟି ସଙ୍ଗେ ସଙ୍ଗେ ଅମଳ କରିବା ଉଚିତ୍ । କାରଣ ଏହିସବୁ ଧାନକୁ ଗଦାମାରି ରଖିଲେ, ତାହା ଗମ ହୋଇ ନଷ୍ଟ ହୋଇ ଯିବାର ସମ୍ଭାବନା ଥାଏ । ଅଧିକ ଆଦାୟ ପାଇବାକୁ ହେଲେ ଭଲ ବିହନ, ଆବଶ୍ୟକ ପରିମାଣର ଖତ ଓ ସାର, ପୋକ ଓ ରୋଗ ପାଇଁ ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା ସଙ୍ଗେ ସଙ୍ଗେ ଠିକ୍ ପ୍ରଣାଳୀରେ ଚାଷ କଲେ ଆଦାୟ ଅଧିକ ହୁଏ, ଏକଥା ଆମ ଚାଷୀ ଭାଇମାନେ ଭଲ କରି ଜାଣନ୍ତି । ତେବେ ଆଜିକାଲି କୃଷି ବିଜ୍ଞାନୀମାନେ ଗବେଷଣା ଦ୍ଵାରା ଯେଉଁସବୁ ନୂଆ କଥା ବାହାର କରିଛନ୍ତି, ସେହି ଅନୁସାରେ ଚାଷୀ ଭାଇମାନେ ଚାଷ କରିବା ଉଚିତ୍ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments