1. କୃଷି ବିଶ୍ବକୋଷ

ଜଙ୍ଗଲି ଆଦିବାସୀଙ୍କୁ ଆଶୀର୍ବାଦ: ଶିଆଳି ପତ୍ର

ଏପରି ଅନେକ ଆଦିବାସୀ ଜଙ୍ଗଲି ଲୋକ ଅଛନ୍ତି ଯେଉଁମାନେ ଜଙ୍ଗଲରୁ ସମସ୍ତ ବ୍ୟବହାର୍ଯ୍ୟ ଜିନିଷ ସଂଗ୍ରହ କରି ଜୀବନ ଜାପାନ କରିଥାନ୍ତି l ସେ ଫୁଲ ହେଉ କି ଫଳ କିମ୍ବା ଶାଗ ହେଉକି ଅନ୍ୟ କିଛି ଘରକରଣା ଜିନିଷ ବ୍ୟବହାର ପାଇଁ ସେମାନେ ଜଙ୍ଗଲ ରୁ ସଂଗ୍ରହ କରନ୍ତି l

Tanushree Mahapatra
Tanushree Mahapatra
shiyali leaves have shown the way to live

shiyali leaves have shown the way to live

ଏପରି ଅନେକ ଆଦିବାସୀ ଜଙ୍ଗଲି ଲୋକ ଅଛନ୍ତି ଯେଉଁମାନେ ଜଙ୍ଗଲରୁ ସମସ୍ତ ବ୍ୟବହାର୍ଯ୍ୟ ଜିନିଷ ସଂଗ୍ରହ କରି ଜୀବନ ଜାପାନ କରିଥାନ୍ତି l ସେ ଫୁଲ ହେଉ କି ଫଳ କିମ୍ବା ଶାଗ ହେଉକି ଅନ୍ୟ କିଛି ଘରକରଣା ଜିନିଷ ବ୍ୟବହାର ପାଇଁ ସେମାନେ ଜଙ୍ଗଲ ରୁ ସଂଗ୍ରହ କରନ୍ତି l

ଯେପରି ମହୁଲ ଫୁଲ ଭଳି ଶିଆଳି ପତ୍ର ଅନେକ ଆଦିବାସୀ ସଂଗ୍ରହ କରି ଜୀବନ ଯାପନ କରୁଛନ୍ତି l କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ ପାଇଁ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଏହି ପତ୍ର । ଏହି ଆଦିବାସୀ ଜନଜାତି ଶିଆଳି ପତ୍ରରୁ ନାନା ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ନିକଟସ୍ଥ ବଜାରରେ ବିକ୍ରି କରି  ପରିବାର ପ୍ରତିପୋଷଣ କରନ୍ତି। ଶିଆଳି ପତ୍ରକୁ ଏବେ କୁଟୀରଶିଳ୍ପରେ ପରିଣତ କରାଯାଇଛି ଯାହା ସରକାରଙ୍କୁ ତରଫରୁ ମଧ୍ୟ ତାଙ୍କ ପାଇଁ ଏକ ସାହାଯ୍ୟ । ଶତାଧିକ ଆଦିବାସୀ ମହିଳା ଜଙ୍ଗଲରୁ ଏହି ପତ୍ର ସଂଗ୍ରହ କରି ରୋଜଗାରକ୍ଷମ ହୋଇପାରୁଛନ୍ତି ଏବେ । କିନ୍ତୁ ଏବେ ପୋଡୁଚାଷ ଏବଂ ଜଙ୍ଗଲ ନିଆଁ ଫଳରେ ଶିଆଳି ଲଟା ଜଳି ଯାଉଛି l ଯେଉଁଥିପାଇଁ ଆଦିବାସୀମାନେ ପ୍ରଭାବିତ ହେଉଛନ୍ତି । ଶିଆଳି ପତ୍ରରୁ ପ୍ରସ୍ତୁତ ସାମଗ୍ରୀର ବିକଳ୍ପ ଭାବେ କାଗଜ ଓ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାର ବଢ଼ୁଛି ବଜାରରେ ଦିନ କୁ ଦିନ । ଏବେ ଅନେକ ସମସ୍ୟା ର ସମ୍ମୁଖୀନ ହେବା ପରେ ଆଉ ଶିଆଳି ଲଟାରେ ପ୍ରସ୍ତୁତ ପ୍ଲେଟ୍‌ , ଦନା ଓ ଥାଳିର ଚାହିଦା କମିବାରେ ଲାଗିଛି ।

ଶିଆଳି ଗଛ ଆଦିବାସୀଙ୍କ ପାଇଁ ଏକ ଆଶୀର୍ବାଦ। ଯେଉଁଥିରୁ ଖଲି, ଦନା, ବର୍ଷାତି, ପ୍ଲେଟ୍‌ ଓ ଥାଳି ଆଦି ବିଭିନ୍ନ ଉପକରଣ ପ୍ରସ୍ତୁତ କରାଯାଏ। ‌ସେହିପରି ଏହି ଗଛର ଲଟା ଓ ଚେରରୁ ଦଉଡ଼ି ପ୍ରସ୍ତୁତ ହୋଇଥାଏ । ସେହିପରି ଏହି ଗଛର ଫଳ ଶରୀରକୁ ପୋଷଣ ଯୋଗାଇଥାଏ । ଶିଆଳି ଫଳ ଆଦିବାସୀଙ୍କର ଅନ୍ୟତମ ପ୍ରିୟ ଖାଦ୍ୟ ଭାବେ ବେଶ ଜଣାଶୁଣା । ତେବେ ଏହି ଶିଆଳି ଫୁଲରୁ ପ୍ରସ୍ତୁତ ହେଉଥିବା ମହୁର ସ୍ବାଦ ଅଧିକ ମିଠା ହୋଇଥାଏ ବୋଲି ସ୍ଥାନୀୟ ଅଞ୍ଚଳରେ ବିଶ୍ବାସ ରହିଛି । ଆଦିବାସୀ ପୁରୁଷମାନେ ଶିଆଳି ଫଳରୁ ମଞ୍ଜି ବାହାର କରି ତାକୁ ପୋଡ଼ି ଖାଇଥା’ନ୍ତି ଏବଂ ଶିଆଳି ଫଳ ସ୍ଥାନୀୟ ବଜାରରେ କିଲୋ ପ୍ରତି ୨୦ରୁ ୩୦ ଟଙ୍କା‌ରେ ବିକ୍ରି ହୋଇଥାଏ ।

କୁଟିଆ କନ୍ଧ ଆଦିବାସୀ ପୁରୁଷମାନେ ଶିଆଳି ଲଟାକୁ ସଂଗ୍ରହ କରି ସେଥିରୁ ଦଉଡ଼ି ପ୍ରସ୍ତୁତ କରିଥା’ନ୍ତି ଯାହା ଅତି ଶକ୍ତ । ଶିଆଳି ଲଟାରୁ ପ୍ରସ୍ତୁତ ଦଉଡ଼ି ଅଧିକ ଶକ୍ତ । ଶିଆଳି ଲଟାରୁ ପ୍ରସ୍ତୁତ ଦଉଡ଼ିରୁ କୁଟିଆ କନ୍ଧମାନେ ଦଉଡ଼ିଆ ଖଟ ପ୍ରସ୍ତୁତ କରି ନିକଟସ୍ଥ ହାଟ‌ରେ ବିକ୍ରି କରିଥାନ୍ତି । ଏହି ଖଟ ବୁଣା ଯାଉଥିବାବେଳେ ଦେଖିବାକୁ ଖୁବ ସୁନ୍ଦର l  ତେବେ ବର୍ତ୍ତମାନ ଜଙ୍ଗଲରୁ ଶିଆଳି ଲଟା ହ୍ରାସ ପାଇବାରୁ ଆଦିବାସୀଙ୍କ ପାଇଁ ଏହା ଏକ ନୂଆ ସମସ୍ୟା ସୃଷ୍ଟି କରିଛି ।

ପ୍ରକୃତିର ଏହି ଦାନକୁ ରକ୍ଷଣାବେକ୍ଷଣ କରିବା ସହ ମହିଳା ଗୋଷ୍ଠୀଙ୍କ ପାଇଁ କୁଟୀରଶିଳ୍ପ କ୍ଷେତ୍ର ପ୍ରସ୍ତୁତ କରି ଏହାକୁ ଉଚିତ ମୂଲ୍ୟଯୁକ୍ତ କରିବାକୁ ଓରମାସ୍‌, ଜଙ୍ଗଲ ବିଭାଗ, ଟିଡିସିସି, ଆଇଟିଡିଏ, ମିସନ୍‌ ଶକ୍ତି ଏବଂ ଓଡ଼ିଶା ଜୀବିକା ମିସନ୍‌ ଭଳି ସଂସ୍ଥାମାନେ ସରକାରୀ ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । କନ୍ଧମାଳ ଜିଲ୍ଲାର ପାଣିପାଗ ଶିଆଳି ଗଛ ପାଇଁ ବେଶ ଅନୁକୂଳ । ଫଳରେ ଏହାକୁ ଧ୍ୟାନରେ ରଖି ଉପକୂଳ ଅଞ୍ଚଳର ପାନବରଜ ଭଳି ଶିଆଳିକୁ ରାଜସ୍ବ ଜମିରେ ରୋପଣ କରାଯାଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ଓ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା କରାଯାଇପାରିଲେ ଆଦିବାସୀ ମହିଳାମାନେ ଉପକୃତ ହୋଇପାରନ୍ତେ ବୋଲି ନିଜ ମତ ରଖିଛନ୍ତି । ତେବେ ଏହି ଶିଆଳି ଲଟା ହେଉଛି ଏକ ଜଙ୍ଗଲ ଜାତୀୟ ଗଛ ଯାହା ନିଜେ ନିଜେ ବଢିଥାଏ ଜଙ୍ଗଲରେ l ଯାହା ପାଇଁ ଆଦିବାସୀ ଲୋକେ ରୋଜଗାର ପାଇଥାନ୍ତି ତାହା ଆଜି ଶେଷ ହେବାକୁ ବସିଛି  l ତେବେ ଏଥିପାଇଁ ସେମାନେ ସରକାରଙ୍କ ସାହାଯ୍ୟ ଦାବି କରିଛନ୍ତି l

ତରଭୁଜ ଚାଷୀ ଜାଣନ୍ତୁ କିପରି କରିବେ ରୋଗ ପୋକ ନିୟନ୍ତ୍ରଣ

ମଲ୍ଲୀ ଚାଷ ଖୋଲିଛି ରୋଜଗାରର ବାଟ ,ଚାଷୀ ପାଉଛନ୍ତି ଲାଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments